Skip to main content

ମୁଁ ବନସ୍ମିତା ମହାରଣା

 ମୁଁ ବନସ୍ମିତା ମହାରଣା ଓ ମୋର auto Biography


ମୁଁ ବନସ୍ମିତା ମହାରଣା... profession ରେ ଜଣେ ANM... Last କିଛି ମାସ ତଳେ ମୁଁ govt jobs ପାଇଲି... ଆଜି ମୁଁ ଆପଣଙ୍କୁ ମୋ biography କହିବାକୁ ଯାଉଛି... ମୁଁ ଜାଣିଛି... ଏ ଦୁନିଆଁ କେବଳ ଆମ ସଫଳତାକୁ ଦେଖିଥାଏ ହେଲେ ସେ ସଫଳତା ରାସ୍ତା ରେ ପହଞ୍ଚିବା ପାଇଁ ମୁଁ ଯେ କେତେ ସଙ୍ଘର୍ଷ ର କାଚଖଣ୍ଡ ମାଡ଼ି ଆସିଛି ତାହା ମୁଁ ଜାଣିଛି... ବୋଧ ହୁଏ ଆପଣ ଙ୍କୁ ଏହା ଗପ ଲାଗୁ ଥିବ କିନ୍ତୁ ଏହା ମୋ ଜୀବନ ଘଟିଥିବା ପ୍ରକୃତ କାହାଣୀ ଅଟେ... ମୁଁ  ଏସବୁ ଆପଣଙ୍କୁ ଶଦ୍ଦ ମାଧ୍ୟମ ରେ ଠିକ ସେ କେବେ ବି ବର୍ଣ୍ଣନା କରି ପାରିବିନି କାରଣ ଏସବୁ ସିନା ଖାଲି ଆପଣ ପଢୁଛନ୍ତି.... କିନ୍ତୁ ମୁଁ ଏହାକୁ ମୋ ଜୀବନ ରେ ଅତିକ୍ରମ କରି ଆସିଛି...

ଆମେ ବାପଙ୍କର ଗୋଟିଏ ଭାଇ ଭିତରେ ପାଞ୍ଚ ଭଉଣୀ ଥିଲୁ...

ଭାଇ ସାନ ଆଉ ଆମେ ସବୁ ବଡ...

ଜାଣିଛନ୍ତି ଛଅ ଟି ପିଲା ଙ୍କୁ ପାଠ ପଢେଇବା... ତାଙ୍କର ପ୍ରତି ଟି ଆବଶ୍ୟକ ତା ପୁରାଣ କରିବା.., ପୁଣି ଘର କୁ ଚଳେଇବା..ସତ ରେ ବାପା ଆପଣ ଜଣେ ପ୍ରକୃତ ଯୋଦ୍ଧା ଅଟ.... ମୁଁ ହୁଏତ ଏସବୁ ଶଦ୍ଧ ମାଧ୍ୟମ ରେ ପ୍ରକାଶ କରି ପାରିବିନି ହେଲେ... ଏସବୁ ଆପଣ ମାନଙ୍କୁ ନ କହିବି ବି ରହି ପାରୁନି.... ବୋଧ ହୁଏ ବାପା ଆପଣଙ୍କ ଦୁଃଖ କଷ୍ଟ କୁ ବୁଝି ଥିଲୁ ବୋଲି ଆମେ ଆଜି ତିନି ଭଉଣୀ job କରି ପାରିଛୁ..

ସେଥି ପାଇଁ ମୁଁ ମୋ ଜୀବନ ରେ ଗୋଟିଏ ଶିକ୍ଷା ପାଇଲି...କି ଜୀବନ ରେ ଦୁଃଖ କଷ୍ଟ ଆସିବା କିଛି ଖରାପ ନୁହଁ.. ଏହା ତ ମଣିଷ କୁ ଭିତରୁ ଆହୁରି ମଜବୁତ୍ କରି ଗଢି ତୋଳି ଥାଏ...

ବାପା ଙ୍କ ସଙ୍ଘର୍ଷ କୁ ବୁଝି ଥିଲୁ ବୋଲି ଆଜି ଆମେ ସବୁ ଥିରେ top Mark ରଖି.. ଆଜି ଦୁନିଆଁ ରେ ଗୋଟିଏ ଗୋଟିଏ self independet women ହୋଇ ପାରିଛୁ...

Thank u soo much ପାପା... କେବେ ଯଦି ମଉକା ମିଳେ ମୁଁ ବସି ମୋ ଭିତରେ ଥିବା ସବୁ ଭଲ ପାଇବା କୁ express କରିବି  ତମକୁ ପାପା💕

ମୋର ବାସ ଦୁଇଟି ଇଛା... ଆମେ ଯେଉଁଠି ବି ରହିଲେ.. ବାପା ବୋଉ ଙ୍କ ର ସେବା କରିବୁ... ତମର ସେଇ ସବୁ ଇଛା ଯାହା କୁ ଆପଣ ଆମ ସ୍ଵପ୍ନ କୁ ପୁରା କରିବା ପାଇଁ ବଳିଦାନ ଦେଇଥିଲ ତାକୁ ପୁରା କରିବି...ତମ ପାଇଁ ଭଲ ଘର ଟେ ବନେଇବୁ.... ତମ ପାଈଁ ଗୋଟେ scooty ଆଣି ଦେବୁ...

ଆଉ ତମ କୁ ଆଉ tension ନ ଦେଇ ସାନ ଭାଇ ଭଉଣୀ ର ପାଠ ପଢା ଖର୍ଚ୍ଚ ବୁଝିବୁ...

ଆଉ ବୋଉ... ତୋର ଆମ ପାଇଁ ବଳିଦାନ କୁ କେବେ ଭୁଲି ପାରିବୁନି... ନିଜେ ଆଚାର ଭାତ ଖାଇ ବି ଆମ ସମସ୍ତ ଙ୍କ ପାଈଁ ତରକାରୀ ରଖି ଥାଉ...ସେ ସଙ୍ଘର୍ଷ ଦିନ ଆଜି ବି ନାଚି ଯାଉଛି ମୋ ଆଖିରେ .. ଏହାକୁ ମୁଁ କେବେ ଶଦ୍ଦ ମାଧ୍ୟମ ରେ ବର୍ଣ୍ଣନା କରି ପାରିବିନି...

କିନ୍ତୁ promise  କରୁଛି ତୋର ସବୁ ଇଚ୍ଛା କୁ ପୂରଣ କରିବି ଦିନେ... ତତେ ଯୋଉଟା ପସନ୍ଦ କିଣି ଆଣି ଦେବି...ତତେ ଚାରି ଧାମ ବୁଲେଇବାକୁ ନେ଼ଇ ଯିବି....


ଠିକ୍ ଅଛି ଆଜ୍ଞା  ୟେ ଥିଲା ମୋର କିଛି ଟା ସଙ୍ଘର୍ଷ ଭରା କାହାଣୀ.. ଯାହା ହେଉ ଭଗବାନଙ୍କ କୃପାରୁ ଆମେ ଆଜି ତିନି ଭଉଣୀ job କରୁଛୁ... ଆଉ ବହୁତ୍ ଖୁସି ରେ ଅଛୁ... ଯଦିଓ ଆମର ପିଲାବେଳ ବହୁତ୍ ସଙ୍ଘର୍ଷ ପୂର୍ଣ୍ଣ ଥିଲା..ଆଉ ଆଜି ଆମେ ବହୁତ୍ ଖୁସିରେ ଅଛୁ... ବାପା ବୋଉଙ୍କୁ ତାଙ୍କ ମନ ପସନ୍ଦର ଜିନିଷ ଓ ଖାଈବା ଆଣି ଦେଉଛୁ.. ଏବେ ତ ବୋଉ କହୁଛି.. ମୁଁ ଏତେ ପ୍ରକାର item ଖାଇ ପାରିବିନି.. ସତ ରେ ତାର ଏଇ ସବୁ କଥା ଶୁଣିଲେ ବହୁତ୍ ଖୁସି ଲାଗେ

ତେଣୁ ଆଜ୍ଞା ଏ ଜୀବନ ମୋତେ ଗୋଟେ କଥା ଶିଖେଇ ଦେଲା କି... ଆପଣ ଙ୍କ ଜୀବନରେ କେତେ ବି ସଙ୍ଘର୍ଷ ଆସୁ ନା କାହିଁକି କେବେ ହାର ମାନନ୍ତୁ ନାହିଁ... କଠିନ ପରିଶ୍ରମ କରନ୍ତୁ ଓ ନିଜ ଲକ୍ଷ୍ୟ ଉପରେ ବିଶ୍ୱାସ ରଖନ୍ତୁ କାରଣ ଭଗବାନ ଏତେ ବି ନିଷ୍ଟୁର ନୁହଁନ୍ତି... ସେ ବି ଦେଖୁଛନ୍ତି ତମ ସଂଘର୍ଷ ର କାହାଣୀ... ଆଉ ଗୋଟିଏ କଥା ଶିଖିଲି କି ଯାହାର ଅତୀତ ସଂଘର୍ଷ ରେ ବିତିଛି ତାର ଭବିଷ୍ୟତ ଖୁସି ଆନନ୍ଦ ଉଲ୍ଲାସ ବନିବା ରେ ତାକୁ କେହି ରୋକି ପାରିବେ ନାହିଁ....thank u ପ୍ରଭୁ.. thank u ବାପା ବୋଉ... ମୋତେ ଏତେ ବାଟ ପହଞ୍ଚେଇ ଥିବାରୁ... ମୋତେ ମୋ ନିଜ ଗୋଡ଼ରେ ଛିଡ଼ା କରେଇ ଥିବାରୁ.. ମୁଁ କେବେ ଆପଣଙ୍କ ଋଣ ଶୁଝି ପାରିବିନି.. ମୋର ଗୋଟିଏ ଇଚ୍ଛା... ତମେ ସବୁ ବେଳେ ଖୁସି ରେ ରୁହ...

ଆଉ ମୋର ବିଶ୍ୱାସ ଅଛି ଗୋଟେ ଦିନ ଆମର ଏଇ middle class family କୁ high class family ରେ ବଦଳେଇବା ପାଇଁ ମୋତେ ବେଶୀ ସମୟ ଲାଗିବନି..,ଆଉ ମୋର ବିଶ୍ବାସ ଅଛି ଭଗବାନ ମୋର ସାଥ ଦେବେ...

ଠିକ୍ ଅଛି ଆଜ୍ଞା ଆଜି ର ମୋର ଏଇ auto Biography କେମିତି ଲାଗିଲା ମୋତେ ଜଣାଇବେ..

ଇତି ରହିଛି ମୁଁ ବନସ୍ମିତା ମହାରଣା ❤️

Comments

Popular posts from this blog

ବାପା ଥିଲ ତମେ କେତେ ଆପଣାର

  ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ମୋ ବିଷୟରେ କହିବାକୁ ଗଲେ ମୁଁ ପେସା ରେ ଜଣେ nursing officer... ମୁଁ ମୋ free time ରେ କେବେ କିଛି କବିତା ଲେଖେ ତ କେବେ meditation କରେ ତ କେବେ କିଛି ସମୟ ପାଇଁ workout କରେ... ତ କେବେ କୁଆଡେ ଭଲ ଜାଗା କୁ ବୁଲିବାକୁ ଯାଏ... Life ମୋର ବହୁତ୍ beautiful ଥିଲା ଯେଉଁଠି ଗୋଟେ ସୁନ୍ଦର, ଗୋଟେ ଭଲ life style ଆଉ life ରେ settle ଥିଲି ... କଣ କରିବା ଭଗବାନଙ୍କର ଆମ ଖୁସି ଉପରେ ଲୋଭ ହୋଇଗଲା ଆଉ ଏମିତି ଏକ ସମୟ ଆସିଲା ଯେଉଁଠି ସବୁ କିଛି ଥିଲା ସତ କିନ୍ତୁ ମୁଁ ମୋ ବାପାଙ୍କୁ ହରେଇ ବସିଲି... ଗତ 31 ତାରିଖ ମେ ମାସ ସୋମବାର ବୋଧ ହୁଏ ମୋ life ରେ ସବୁଠୁ ଖରାପ ଦିନ ଥିଲା... କଣ ବି ଆଉ କରିବା.. ଆଖିରୁ ଲୁହ ଝରେବା ଆଉ ନୀତି ମୁରୁକି ମୁରୁକି ହୋଇ କାନ୍ଦିବା ଛଡା ମୋ ପାଖରେ ଆଉ କିଛି ଉପାୟ ନାହିଁ କାରଣ ଏ ଲୁହ ହେଉଛି ଏକ ମାତ୍ର ଉପାୟ ବାପାଙ୍କର ଉପସ୍ଥିତିକୁ ଅନୁଭବ କରିବାକୁ.... ଆଉ ଏମିତି ସେଦିନ ବସୁ ବସୁ କେଜାଣି କାହିଁକି ମନକୁ କିଛି ଚାଲି ଆସିଲା ଆଉ ଲେଖୁ ଲେଖୁ ଲେଖି ଦେଲି କିଛି କାଗଜ ଉପରେ ଯାହା ମୋ ବାପାଙ୍କ ଉପରେ ଆଧାରିତ.... ଶିର୍ଷକ ଟି ହେଉଛି '' ବାପା ଥିଲ ତମେ କେତେ ଅପଣାର ''  ବାପା ତମେ ଥିଲ କେତେ ଆପଣାର....                       ହସ ଦେଇ ଲୁହକୁ କରିଲ ...

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ ଆଞା, ନମସ୍କାର... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ.. ଆଜିର ଶୀର୍ଷକ ଟି ହେଉଛି କିଛି ସ୍ୱପ୍ନ ଲୁହ ହୋଇ ଝରି ଯାଇଥାଏ .. ଯେଉଁଥିରେ ଆପଣ କିପରି ଜିବନରେ କିଛି ଦୁଃଖ କୁ ଭଲି ଖୁସିରେ ରହି ପାରିବେ,  ଆପଣଙ୍କ ଚାରି ପାଖେ ଥିବା ପ୍ରତ୍ୟେକ ଜିନଷ ପ୍ରତି କୃତଜ୍ଞ ହେବା ଦ୍ଵାରା କିପରି ଆପଣ ପୂର୍ବଠୁ ଅଧିକ ଖୁସି ହୋଇ ପାରୁଛନ୍ତି ତାହା ଜାଣିବାକୁ ପାଇବେ ତ ଚାଲନ୍ତୁ ଆଉ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତ୍ୟକ  ଶବ୍ଦକୁ  ପଢିବା  ଆଉ  ହୃଦୟଙ୍ଗମ କରିବା... ଜାଣିଛନ୍ତି ଗୋଟିଏ ପିଲା ଯେତେବେଳେ ଛୋଟ  ଥାଏନା ତା ମନ ଭିତରେ ସବୁବେଳେ ଜୀବନରେ କିଛି ନା କିଛି ବଡ କରିବାର ଚେଷ୍ଟା ଉଙ୍କି ମାରୁଥାଏ... ହେଲେ ଯେତେବେଳେ ସେ ଆସ୍ତେ ଆସ୍ତେ ବଡ ହୁଏ ସେଇ ସ୍ଵପ୍ନକୁ ଭୁଲିବାକୁ ଲାଗେ... ସେଥିରେ କିଛି ଲୋକ ନିଜ ସ୍ଵପ୍ନରେ ଅଟଳ ରହି ସ୍ଵପ୍ନକୁ ହାସଲ କରନ୍ତି ତ କିଛି ଲୋକ ଅଭାବ ଅସୁବିଧା, ଖରାପ ପରିସ୍ଥିତିର ଆଢୁଆଳରେ ଆସି ନିଜ ସ୍ଵପ୍ନକୁ ମନରେ ମାରି ଦିଅନ୍ତି ଆଉ  ଆଖିରୁ ଲୁହ ଝରାନ୍ତି... ତ କିଛି ଲୋକ ଚେଷ୍ଟା କରୁ କରୁ ନିଜ ସ୍ଵପ୍ନକୁ ଭୁଲି ଯାଆନ୍ତି.. ଜାଣିଛନ୍ତି ପ୍ରତ୍ୟକ ମଣିଷ ତା ଜିବନରେ ସବୁବେଳେ ଚାହୁଁ ଥାଏ କି ସେ ଚାହୁଁଥିବା ତାର ସ୍ଵପ୍ନ ସାକାର ହେଉ, ପାଖରେ ଟଙ୍କା ପଇସାର କିଛି ଅଭାବ ନ ରହୁ, ଦୁଃଖ ସୁଖ ରେ ସାଥ ଦେବା ପାଇଁ ଗୋଟେ ଭ...

ପ୍ରକୃତି vs ଡିଜିଟାଲ ଦୁନିଆ

  ପ୍ରକୃତି vs ଡିଜିଟାଲ ଦୁନିଆ ଆଞା ନମସ୍କାର୍... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ଆଜି ଗୋଟିଏ ବଢିଆ ଶୀର୍ଷକ ଉପରେ ଆମେ ଆଲୋଚନା କରିବାକୁ ଯାଉଛୁ ଯେଉଁଥିରେ ଆପଣ ଜାଣିବାକୁ ପାଇବେ କେମିତି ମଣିଷ ଦିନ କୁ ଦିନ ତାର ମାନସିକ ଶାନ୍ତି ହରେଇ ବସୁଛି, ଆଉ ସବୁ କିଛି ଥାଇବି କିପରି ମଣିଷ ହସିବା ଭୁଲି ଯାଉଛି, ଏଇ facebook, whatsup, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାରେ ବି ଏମିତି କଣ ଦୁନିଆ ଅଛି ଯାହା କେବଳ ଆପଣଙ୍କ ମନକୁ ଶାନ୍ତ ସ୍ଥିର ନୁହଁ ହୃଦୟକୁ ବି ଖୁସିରେ ଭରିଦେବ ତାହା ଆଜି ଜାଣିବାକୁ ପାଇବେ ତେଣୁ ଆଜିର ଶୀର୍ଷକଟି ହେଉଛି ପ୍ରକୃତି vs ଡିଜିଟାଲ ଦୁନିଆ .. ତ ଚାଲନ୍ତୁ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତି ଟି ଶବ୍ଦକୁ ପଢିବା ଆଉ ଉପଭୋଗ କରିବା... ଜାଣିଛନ୍ତି ମଣିଷ ସକାଳ ହେଲା ଠୁ ସୂର୍ଯ୍ୟ ନଇଁବା ପର୍ଯ୍ୟନ୍ତ ଡିଜିଟାଲ ଦୁନିଆରେ ଏତେ ବ୍ୟସ୍ତ ହୋଇ ଯାଇଛି କି ନିଜ ପାଖରେ ବସିଥିବା ଲୋକଙ୍କ ସହ ହସ ଖୁସିରେ ଦୁଇ ପଦ କଥା ହେବାକୁ ଭୁଲି ଯାଉଛି  ଆଜିର ମଣିଷ ହୁଏତ ବହୁତ ଆଗକୁ ଉନ୍ନତି କରୁଛି ହେଲେ ସେତିକି ଅଧିକ୍ ନିଜର ମାନସିକ ଶାନ୍ତି ହରେଇ ବସୁଛି... ଏଥିପାଇଁ  କେବଳ ଡିଜିଟାଲ ଦୁନିଆ ଯେ ଦାୟୀ ସେ କଥା ମୁଁ କହୁ ନାହିଁ.. ବାସ ଆପଣ ଗୋଟିଏ କଥା ଜାଣି ରଖନ୍ତୁ ଯେ.. ଏଇ facebook, WhatsApp, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାର ପ୍ରକୃତିରେ ଏମିତି ବହୁତ୍ ...