Skip to main content

ପ୍ରକୃତି vs ଡିଜିଟାଲ ଦୁନିଆ

  ପ୍ରକୃତି vs ଡିଜିଟାଲ ଦୁନିଆ

ଆଞା ନମସ୍କାର୍... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ଆଜି ଗୋଟିଏ ବଢିଆ ଶୀର୍ଷକ ଉପରେ ଆମେ ଆଲୋଚନା କରିବାକୁ ଯାଉଛୁ ଯେଉଁଥିରେ ଆପଣ ଜାଣିବାକୁ ପାଇବେ କେମିତି ମଣିଷ ଦିନ କୁ ଦିନ ତାର ମାନସିକ ଶାନ୍ତି ହରେଇ ବସୁଛି, ଆଉ ସବୁ କିଛି ଥାଇବି କିପରି ମଣିଷ ହସିବା ଭୁଲି ଯାଉଛି, ଏଇ facebook, whatsup, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାରେ ବି ଏମିତି କଣ ଦୁନିଆ ଅଛି ଯାହା କେବଳ ଆପଣଙ୍କ ମନକୁ ଶାନ୍ତ ସ୍ଥିର ନୁହଁ ହୃଦୟକୁ ବି ଖୁସିରେ ଭରିଦେବ ତାହା ଆଜି ଜାଣିବାକୁ ପାଇବେ ତେଣୁ ଆଜିର ଶୀର୍ଷକଟି ହେଉଛି ପ୍ରକୃତି vs ଡିଜିଟାଲ ଦୁନିଆ.. ତ ଚାଲନ୍ତୁ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତି ଟି ଶବ୍ଦକୁ ପଢିବା ଆଉ ଉପଭୋଗ କରିବା...

ଜାଣିଛନ୍ତି ମଣିଷ ସକାଳ ହେଲା ଠୁ ସୂର୍ଯ୍ୟ ନଇଁବା ପର୍ଯ୍ୟନ୍ତ ଡିଜିଟାଲ ଦୁନିଆରେ ଏତେ ବ୍ୟସ୍ତ ହୋଇ ଯାଇଛି କି ନିଜ ପାଖରେ ବସିଥିବା ଲୋକଙ୍କ ସହ ହସ ଖୁସିରେ ଦୁଇ ପଦ କଥା ହେବାକୁ ଭୁଲି ଯାଉଛି

 ଆଜିର ମଣିଷ ହୁଏତ ବହୁତ ଆଗକୁ ଉନ୍ନତି କରୁଛି ହେଲେ ସେତିକି ଅଧିକ୍ ନିଜର ମାନସିକ ଶାନ୍ତି ହରେଇ ବସୁଛି... ଏଥିପାଇଁ  କେବଳ ଡିଜିଟାଲ ଦୁନିଆ ଯେ ଦାୟୀ ସେ କଥା ମୁଁ କହୁ ନାହିଁ.. ବାସ ଆପଣ ଗୋଟିଏ କଥା ଜାଣି ରଖନ୍ତୁ ଯେ.. ଏଇ facebook, WhatsApp, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାର ପ୍ରକୃତିରେ ଏମିତି ବହୁତ୍ କିଛି ଜିନିଷ ଅଛି ଯାହା ଆପଣଙ୍କୁ ଚିରସ୍ଥାୟୀ ଖୁସି ଦେଇ ଥାଏ, ଯାହା ଆପଣଙ୍କ ମନକୁ ଶାନ୍ତ, ସ୍ଥିର କରିବା ସହ ହୃଦୟକୁ ଆନନ୍ଦରେ ଭରି ଦେଇ ଥାଏ..

ତେଣୁ ଏ ଜିବନକୁ କେବଳ ଗୋଟିଏ ଦୁଇଟି ଜିନିଷରେ ସଂକ୍ଷିପ୍ତ କରି ରଖନ୍ତୁ ନାହିଁ.. ଥରେ କେବେ ଫାଙ୍କା ସମୟ ପାଇଲେ ବାହାର ଦୁନିଆର ସେଇ ସୁନ୍ଦର ପ୍ରକୃତିକୁ ଉପଭୋଗ କରନ୍ତୁ...ବିଶ୍ବାସ କରନ୍ତୁ ଏ ପ୍ରକୃତିରେ ବହୁତ୍ କିଛି ଜିନଷ ଅଛି ଯାହା ଆପଣଙ୍କୁ ସତରେ ଆନନ୍ଦିତ କରେଇ ଦେବ... 

ନାନା ପ୍ରକାରର ଫୁଲର ମହକରେ ସୁଗନ୍ଧିତ ହୋଇ ଉଠୁ ଥିବା ସେ ପ୍ରକୃତି, ସୁନେଲି ସୂର୍ଯ୍ୟ କିରଣର ଆଭାସରେ ଝଲସି ଉଠୁଥିବା ସେ ଗଛଲତା.. ପକ୍ଷୀ ମାନଙ୍କ ଗର୍ଜନରେ ପ୍ରକମ୍ପିତ ହୋଇଉଠୁ ଥିବା ସେ ପରିବେଶ, ଝରଣାର ସେ ଝର ଝର ନାଦ, ସମୁଦ୍ର କୂଳର ସେଇ ସୁଲୁସୁଲିଆ ପବନ ସହ ଦୋହଲି ଉଠୁ ଥିବା ଢେଉ, ସନ୍ଧ୍ୟାରେ ସମୟରେ ସବୁଜ ଘାସ ଉପରେ ଛିଟା ଛିଟା ହୋଇ ପଡିଥିବା ସେ ଜହ୍ନର ସୁନେଲି କିରଣ ସତରେ ରୋମାଞ୍ଚକର... 

ଆଜିର ମଣିଷ ପ୍ରକୃତି ଠାରୁ ଦୁରେଇ ଯିବା ଯୋଗୁ ନିଜର ମାନସିକ ଶାନ୍ତି ହରେଇ ବସୁଛି, ଦିନ କୁ ଦିନ ହସିବା ଭୁଲି ଯାଉଚି.. 

ଜାଣିଛନ୍ତି ଖୁସିରେ ରହିବାକୁ ହେଲେ ଆମକୁ ଗୋଟିଏ ସୁନ୍ଦର୍ ପରିବେଶ ଲୋଡ଼ା ଯେଉଁଠି ପାଖରେ ଥିବା ଲୋକ ମାନେ ଆପଣଙ୍କର ବିଶ୍ୱସ୍ତ ଥିବେ ଆଉ ନା ଥିବ କୌଣସି ରାଗ ରୁସା ଅହଙ୍କାର.... କେବଳ ଥିବ ଭଲ ପାଇବା ଆଉ ଆପଣାପଣ.. 

ଆଉ ଆପଣଙ୍କ ଚାରିପାଖେ ଥିବା ପରିବେଶ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ଥିବ.. ଯେଉଁଠି ଆପଣ ନିଜ ପାଇଁ କିଛି ସମୟ ବାହାର କରି ପାରୁଥିବେ ତାକୁ ଉପଭୋଗ କରିବାକୁ... ଆଉ ସେଇ ପରିବେଶ ଥିବ ଯେଉଁଠି ଆପଣଙ୍କର ଗୋଟେ ସୁନ୍ଦର ଜୀବନ୍ ଜାପାନ ଶୈଳୀ ଥିବ... ସକାଳୁ ଉଠିଲେ ପ୍ରଥମେ WhatsApp ଫେସବୁକ୍ ନ ଯାଇ ସବୁଜ ଘାସ ଉପରେ ବସି କିଛି ସମୟ meditation ବା exercise କରୁଥିବେ.. ଫାଙ୍କା ସମୟ ପାଇଲେ କେଉଁଠି କୁଆଡେ ଭଲ ଜାଗା କୁ ବୁଲିବାକୁ ଯାଇଥିବେ..  ନିଜ ଲୋକଙ୍କ ସହ ମୋଜା ମସ୍ତି କରିଥିବେ... ତାହେଲେ ଯାଇ ଆପଣ ଖୁସିରେ ରହି ପାରିବେ, ଏବଂ ଆପଣଙ୍କର ମାନସିକ ଶାନ୍ତି କେବେ କମ ହେବ ନାହିଁ... . ଠିକ୍ ଅଛି friends ଏତିକିରେ ପ୍ରକୃତି vs ଡିଜିଟାଲ ଦୁନିଆ ଶୀର୍ଷକ ଟି ଶେଷ ହେଲା..ଆଉ କେମିତି ଲାଗିଲା please comment me 

Comments

Popular posts from this blog

ବାପା ଥିଲ ତମେ କେତେ ଆପଣାର

  ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ମୋ ବିଷୟରେ କହିବାକୁ ଗଲେ ମୁଁ ପେସା ରେ ଜଣେ nursing officer... ମୁଁ ମୋ free time ରେ କେବେ କିଛି କବିତା ଲେଖେ ତ କେବେ meditation କରେ ତ କେବେ କିଛି ସମୟ ପାଇଁ workout କରେ... ତ କେବେ କୁଆଡେ ଭଲ ଜାଗା କୁ ବୁଲିବାକୁ ଯାଏ... Life ମୋର ବହୁତ୍ beautiful ଥିଲା ଯେଉଁଠି ଗୋଟେ ସୁନ୍ଦର, ଗୋଟେ ଭଲ life style ଆଉ life ରେ settle ଥିଲି ... କଣ କରିବା ଭଗବାନଙ୍କର ଆମ ଖୁସି ଉପରେ ଲୋଭ ହୋଇଗଲା ଆଉ ଏମିତି ଏକ ସମୟ ଆସିଲା ଯେଉଁଠି ସବୁ କିଛି ଥିଲା ସତ କିନ୍ତୁ ମୁଁ ମୋ ବାପାଙ୍କୁ ହରେଇ ବସିଲି... ଗତ 31 ତାରିଖ ମେ ମାସ ସୋମବାର ବୋଧ ହୁଏ ମୋ life ରେ ସବୁଠୁ ଖରାପ ଦିନ ଥିଲା... କଣ ବି ଆଉ କରିବା.. ଆଖିରୁ ଲୁହ ଝରେବା ଆଉ ନୀତି ମୁରୁକି ମୁରୁକି ହୋଇ କାନ୍ଦିବା ଛଡା ମୋ ପାଖରେ ଆଉ କିଛି ଉପାୟ ନାହିଁ କାରଣ ଏ ଲୁହ ହେଉଛି ଏକ ମାତ୍ର ଉପାୟ ବାପାଙ୍କର ଉପସ୍ଥିତିକୁ ଅନୁଭବ କରିବାକୁ.... ଆଉ ଏମିତି ସେଦିନ ବସୁ ବସୁ କେଜାଣି କାହିଁକି ମନକୁ କିଛି ଚାଲି ଆସିଲା ଆଉ ଲେଖୁ ଲେଖୁ ଲେଖି ଦେଲି କିଛି କାଗଜ ଉପରେ ଯାହା ମୋ ବାପାଙ୍କ ଉପରେ ଆଧାରିତ.... ଶିର୍ଷକ ଟି ହେଉଛି '' ବାପା ଥିଲ ତମେ କେତେ ଅପଣାର ''  ବାପା ତମେ ଥିଲ କେତେ ଆପଣାର....                       ହସ ଦେଇ ଲୁହକୁ କରିଲ ...

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ ଆଞା, ନମସ୍କାର... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ.. ଆଜିର ଶୀର୍ଷକ ଟି ହେଉଛି କିଛି ସ୍ୱପ୍ନ ଲୁହ ହୋଇ ଝରି ଯାଇଥାଏ .. ଯେଉଁଥିରେ ଆପଣ କିପରି ଜିବନରେ କିଛି ଦୁଃଖ କୁ ଭଲି ଖୁସିରେ ରହି ପାରିବେ,  ଆପଣଙ୍କ ଚାରି ପାଖେ ଥିବା ପ୍ରତ୍ୟେକ ଜିନଷ ପ୍ରତି କୃତଜ୍ଞ ହେବା ଦ୍ଵାରା କିପରି ଆପଣ ପୂର୍ବଠୁ ଅଧିକ ଖୁସି ହୋଇ ପାରୁଛନ୍ତି ତାହା ଜାଣିବାକୁ ପାଇବେ ତ ଚାଲନ୍ତୁ ଆଉ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତ୍ୟକ  ଶବ୍ଦକୁ  ପଢିବା  ଆଉ  ହୃଦୟଙ୍ଗମ କରିବା... ଜାଣିଛନ୍ତି ଗୋଟିଏ ପିଲା ଯେତେବେଳେ ଛୋଟ  ଥାଏନା ତା ମନ ଭିତରେ ସବୁବେଳେ ଜୀବନରେ କିଛି ନା କିଛି ବଡ କରିବାର ଚେଷ୍ଟା ଉଙ୍କି ମାରୁଥାଏ... ହେଲେ ଯେତେବେଳେ ସେ ଆସ୍ତେ ଆସ୍ତେ ବଡ ହୁଏ ସେଇ ସ୍ଵପ୍ନକୁ ଭୁଲିବାକୁ ଲାଗେ... ସେଥିରେ କିଛି ଲୋକ ନିଜ ସ୍ଵପ୍ନରେ ଅଟଳ ରହି ସ୍ଵପ୍ନକୁ ହାସଲ କରନ୍ତି ତ କିଛି ଲୋକ ଅଭାବ ଅସୁବିଧା, ଖରାପ ପରିସ୍ଥିତିର ଆଢୁଆଳରେ ଆସି ନିଜ ସ୍ଵପ୍ନକୁ ମନରେ ମାରି ଦିଅନ୍ତି ଆଉ  ଆଖିରୁ ଲୁହ ଝରାନ୍ତି... ତ କିଛି ଲୋକ ଚେଷ୍ଟା କରୁ କରୁ ନିଜ ସ୍ଵପ୍ନକୁ ଭୁଲି ଯାଆନ୍ତି.. ଜାଣିଛନ୍ତି ପ୍ରତ୍ୟକ ମଣିଷ ତା ଜିବନରେ ସବୁବେଳେ ଚାହୁଁ ଥାଏ କି ସେ ଚାହୁଁଥିବା ତାର ସ୍ଵପ୍ନ ସାକାର ହେଉ, ପାଖରେ ଟଙ୍କା ପଇସାର କିଛି ଅଭାବ ନ ରହୁ, ଦୁଃଖ ସୁଖ ରେ ସାଥ ଦେବା ପାଇଁ ଗୋଟେ ଭ...