Skip to main content

Posts

Showing posts from September, 2021

ସ୍ନେହ ମମତାର ମୌଡମଣି

  ମୋର ପାସେ ଥିଲେ ଦୁଇ ଭଉଣୀ....                   ସ୍ନେହ ମମତାର ଦୁହେଁ ମୌଡମଣି... ଆଚରଣ ବ୍ୟବହାର ତାଙ୍କର ଅତି ମଧୁର...             ମୁଁ ଗୋଟିଏ ଭାଇ ବୋଲି କରନ୍ତି ଭାରି ଆଦର... ଆସୁ ଅବା ଯେତେ ଦୁର୍ଦିନ..                      ହେବିନି କେବେ କାହା ଠାରୁ ବିଚ୍ଛିନ୍ନ... ସୁଖ ଦୁଃଖର ଅବା ସାଥୀ ସେ ମୋହର..             କଥା ଦେଲି କଥା ଦେଲି ହେବିନି କେବେ ପର.. ତାଙ୍କ ମମତା ବନ୍ଧନେ ମୁଁ ତ ଖଞ୍ଜା...          ବିଛିନ୍ନ ହେବିନି କେବେ ଆସୁ ଯେତେ ଝଡ ଝଞ୍ଜା... ସ୍ନେହର ଲୋତକେ ବାନ୍ଧିଛନ୍ତି ମୋତେ..                          ଦୁହେଁ ଲଗାନ୍ତି ମୋ ପିଣ୍ଡ ସତେ.. ସୂର୍ଯ୍ୟ ବିନା ପଦ୍ମ ନାହିଁ... ପାଣି ବିନା ମାଛ ନାହିଁ..           ତାଙ୍କ ବିନା ମୋର ଆତ୍ମା ନାହିଁ.. ବିଜୁଳି ର ଆଲୋକେ ଆଲୋକିତ ହୁଏ ଆକାଶ         ସତେକି ଲଗାନ୍ତି..ମୋ ଦୁଇ ଆଖି ସଦୃଶ.. ଦୁହିଁଙ୍କୁ ନେଇ ଗଢ଼ା ମୋ ଶରୀର...         ...

ମାଆ ପରି କିଏ ହେବାରେ

 ପୁଲଠୁ କମଳ, ମଧୁଠୁ ମଧୁର                                 ହେଉଛି ମାଆ.... ପୃଥିବୀ ପରି ସହିଷ୍ଣୁ, ପାହାଡ଼ ପରି କଠୋର                  ହେଉଛି ମାଆ ଭରି ଦିଏ ମନ ମୋର ସ୍ୱପନ ଯେ ନୂଆ... ମୋହରି ପାଇଁ ଜଳିଛି ଯେ କେତେ... ହିସାବ ନାହିଁ ମୋ ପାଇଁ                        ଲୁହ ଢାଳିଛି ଯେ କେତେ... ମାଆର ପଣତ କାନି ହେଉଛି ଶ୍ରୀ ମନ୍ଦିରର ନେତ.. ନିଜେ ଦୁଃଖ କଷ୍ଟ ପାଇ                   ମୋ ପାଇଁ ବୁହାଇଛି ଯେ କେତେ ରକତ... ଦୟା କୋମଳତା ଅନାବିଳ ତା ପ୍ରେମ.. ଟିକିଏ ହାତ ଆଉଁସାରେ                        ମେଣ୍ଟାଇଦିଏ ମୋ ଜଖମ... ତାରି ମାଧ୍ୟମେ ଦେଖିଲି ମୁଁ ଦୁନିଆ...                    ତା ଯୋଗୁ ଶିଖିଲି ଟିକେ ମଣିଷ ପଣିଆ... ମନ ଜାଣି ମାଆ ମୋର କଥା ଶୁଣିଥାଏ                       ତା ପରି ...

ଏଇତ ମଣିଷ ଜୀବନ

  ଆଜ୍ଞା ନମସ୍କାର, ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ, ମଣିଷ ତା ଜୀବନ କାଳ ଭିତରେ କେବେ କେବେ କିଛି ପରିସ୍ଥିତି ଏମିତି ଆସେ ଯେଉଁଠି ସେ କେବେ ଭାଙ୍ଗି ପଡ଼େ ତ କେବେ ସେଇ ପରିସ୍ଥିତି ଯୋଗୁଁ ପୂର୍ବଠୁ ଅଧିକ ମଜବୁତ୍ ହୋଇ ଯାଏ... ତ କେବେ କେବେ ହସୁ ହସୁ.. କାନ୍ଦି ପକାଏ ତ କେବେ କାନ୍ଦୁ କାନ୍ଦୁ ହସି ଦିଏ ବୋଧେ ଏମିତି ହେଉଛି ମଣିଷ ଜୀବନ... ଆଉ ସେଇ ମଣିଷ ଜୀବନ ବିଷୟରେ ଏମିତି କିଛି ଭାବୁ ଭାବୁ କେଜାଣି କାହିଁକି କିଛି ଲେଖୁ ଲେଖୁ ଲେଖିଦେଲି ଗୋଟେ କବିତା ଯାହାର ଶୀର୍ଷକ ହେଉଛି ''  ଏଇତ ମଣିଷ ଜୀବନ ''           ଏଇତ ମଣିଷ ଜୀବନ                              କିଛି ମାନ କିଛି ଅଭିମାନ  ଆଖି କେବେ କାନ୍ଦି ଦିଏ..                  ତ ଠଓ କେବେ ହସି ଦିଏ  କିଛି ହସ କିଛି କାନ୍ଦ ରେ                  ଏ ଜୀବନ ବିତିଯାଏ  କିଛି ସ୍ୱପ୍ନ ପୁରା ହୁଏ..                କିଛି ସ୍ୱପ୍ନ ରହିଯାଏ ଅଧା  ତଥାପି ମଣିଷ ଏଠି ହାରେ ନାହିଁ          ...

ବାପା ଥିଲ ତମେ କେତେ ଆପଣାର

  ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ମୋ ବିଷୟରେ କହିବାକୁ ଗଲେ ମୁଁ ପେସା ରେ ଜଣେ nursing officer... ମୁଁ ମୋ free time ରେ କେବେ କିଛି କବିତା ଲେଖେ ତ କେବେ meditation କରେ ତ କେବେ କିଛି ସମୟ ପାଇଁ workout କରେ... ତ କେବେ କୁଆଡେ ଭଲ ଜାଗା କୁ ବୁଲିବାକୁ ଯାଏ... Life ମୋର ବହୁତ୍ beautiful ଥିଲା ଯେଉଁଠି ଗୋଟେ ସୁନ୍ଦର, ଗୋଟେ ଭଲ life style ଆଉ life ରେ settle ଥିଲି ... କଣ କରିବା ଭଗବାନଙ୍କର ଆମ ଖୁସି ଉପରେ ଲୋଭ ହୋଇଗଲା ଆଉ ଏମିତି ଏକ ସମୟ ଆସିଲା ଯେଉଁଠି ସବୁ କିଛି ଥିଲା ସତ କିନ୍ତୁ ମୁଁ ମୋ ବାପାଙ୍କୁ ହରେଇ ବସିଲି... ଗତ 31 ତାରିଖ ମେ ମାସ ସୋମବାର ବୋଧ ହୁଏ ମୋ life ରେ ସବୁଠୁ ଖରାପ ଦିନ ଥିଲା... କଣ ବି ଆଉ କରିବା.. ଆଖିରୁ ଲୁହ ଝରେବା ଆଉ ନୀତି ମୁରୁକି ମୁରୁକି ହୋଇ କାନ୍ଦିବା ଛଡା ମୋ ପାଖରେ ଆଉ କିଛି ଉପାୟ ନାହିଁ କାରଣ ଏ ଲୁହ ହେଉଛି ଏକ ମାତ୍ର ଉପାୟ ବାପାଙ୍କର ଉପସ୍ଥିତିକୁ ଅନୁଭବ କରିବାକୁ.... ଆଉ ଏମିତି ସେଦିନ ବସୁ ବସୁ କେଜାଣି କାହିଁକି ମନକୁ କିଛି ଚାଲି ଆସିଲା ଆଉ ଲେଖୁ ଲେଖୁ ଲେଖି ଦେଲି କିଛି କାଗଜ ଉପରେ ଯାହା ମୋ ବାପାଙ୍କ ଉପରେ ଆଧାରିତ.... ଶିର୍ଷକ ଟି ହେଉଛି '' ବାପା ଥିଲ ତମେ କେତେ ଅପଣାର ''  ବାପା ତମେ ଥିଲ କେତେ ଆପଣାର....                       ହସ ଦେଇ ଲୁହକୁ କରିଲ ...