ଆଜ୍ଞା ନମସ୍କାର, ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ, ମଣିଷ ତା ଜୀବନ କାଳ ଭିତରେ କେବେ କେବେ କିଛି ପରିସ୍ଥିତି ଏମିତି ଆସେ ଯେଉଁଠି ସେ କେବେ ଭାଙ୍ଗି ପଡ଼େ ତ କେବେ ସେଇ ପରିସ୍ଥିତି ଯୋଗୁଁ ପୂର୍ବଠୁ ଅଧିକ ମଜବୁତ୍ ହୋଇ ଯାଏ... ତ କେବେ କେବେ ହସୁ ହସୁ.. କାନ୍ଦି ପକାଏ ତ କେବେ କାନ୍ଦୁ କାନ୍ଦୁ ହସି ଦିଏ ବୋଧେ ଏମିତି ହେଉଛି ମଣିଷ ଜୀବନ... ଆଉ ସେଇ ମଣିଷ ଜୀବନ ବିଷୟରେ ଏମିତି କିଛି ଭାବୁ ଭାବୁ କେଜାଣି କାହିଁକି କିଛି ଲେଖୁ ଲେଖୁ ଲେଖିଦେଲି ଗୋଟେ କବିତା ଯାହାର ଶୀର୍ଷକ ହେଉଛି '' ଏଇତ ମଣିଷ ଜୀବନ ''
ଏଇତ ମଣିଷ ଜୀବନ
କିଛି ମାନ କିଛି ଅଭିମାନ
ଆଖି କେବେ କାନ୍ଦି ଦିଏ..
ତ ଠଓ କେବେ ହସି ଦିଏ
କିଛି ହସ କିଛି କାନ୍ଦ ରେ
ଏ ଜୀବନ ବିତିଯାଏ
କିଛି ସ୍ୱପ୍ନ ପୁରା ହୁଏ..
କିଛି ସ୍ୱପ୍ନ ରହିଯାଏ ଅଧା
ତଥାପି ମଣିଷ ଏଠି ହାରେ ନାହିଁ
ଆସିଲେ ବି ଯେତେ ଅସୁବିଧା
କିଛି ଖୁସି କିଛି ଦୁଃଖରେ ବିତିଯାଏ ଦିନ
ଏଇତ ମଣିଷ ଜୀବନ
କିଛି ମାନ କିଛି କିଛି ଅଭିମାନ
ହାରୁ ହାରୁ କିଏ ଜିତି ଯାଏ
ଜିତୁ ଜିତୁ କିଏ ହାରି ଯାଏ
ଏଇତ ମଣିଷ ଜୀବନ
କିଛି ମାନ କିଛି ଅଭିମାନ
ହାତ ଧରି ଚାଲୁଥାଏ
ତୋ କିଏ ହାତ ଛାଡ଼ି ଦିଏ
କିଛି ସମ୍ପର୍କ ତୋ କିଛି ବିଚ୍ଛେଦ
ଏଇତ ମଣିଷ ଜୀବନ
କିଛି ମାନ କିଛି ଅଭିମାନ
ଏଠି କେବେ କିଏ ନିଜର ତୋ..
କେବେ କିଏ ହୁଏପର
କିଛି ପର କିଛି ନିଜର
ଏଇତ ମଣିଷ ଜୀବନ
କିଛି ମାନ କିଛି ଅଭିମାନ
ଏଠି କେବେ କିଏ ବିଶ୍ଵସ୍ତ
ତୋ କେବେ କିଏ ହୁଏ ଧୋକାବାଜ
କିଛି ଧୋକା କିଛି ବିଶ୍ବାସ
ଏଇତ ମଣିଷ ଜୀବନ
କିଛି ମାନ କିଛି ଅଭିମାନ
ହସି ହସି କିଏ କାନ୍ଦି ଦିଏ
କାନ୍ଦୁ କାନ୍ଦୁ କିଏ ହସି ଦିଏ
ଏଇତ ମଣିଷ ଜୀବନ
କିଛି ମାନ କିଛି ଅଭିମାନ
ଏଠି କିଏ କେବେ ପାପ କରେ..
କିଏ କେବେ କରେ ପୁଣ୍ଯ
କିଛି ପାପ କିଛି ପୁଣ୍ଯରେ ବିତିଯାଏ ଦିନ
ଏଇତ ମଣିଷ ଜୀବନ
କିଛି ମାନ କିଛି ଅଭିମାନ
ଏଠି କେବେ କିଏ ସାହାଯ୍ଯ କରେ..
କେବେ କିଏ କରେ ହଇରାଣ
କିଛି ସାହାଯ୍ୟ କିଛି ହଇରାଣରେ ବିତିଯାଏ ଦିନ
ଏଇତ ମଣିଷ ଜୀବନ
କିଛି ମାନ କିଛି ଅଭିମାନ
କିଏ ଏଠି ଭଲ ପାଏ ତୋ
କିଏ କରେ ଘୃଣା
କିଛି ଭଲ କିଛି ଘୃଣା ରେ ବିତିଯାଏ ଦିନ
ଏଇତ ମଣିଷ ଜୀବନ
କିଛି ମାନ କିଛି ଅଭିମାନ
ଏଠି କେବେ କିଏ ଠିକ୍ କରେ
ତୋ କେବେ କିଏ କରେ ଭୁଲ
କିଛି ଠିକ୍ କିଛି ଭୁଲରେ ବିତିଯାଏ ଦିନ
ଏଇତ ମଣିଷ ଜୀବନ
କିଛି ମାନ.. କିଛି ଅଭିମାନ
କେବେ ଏଠି ଜୀବନ ଲାଗେ ମିଠା
ତୋ କେବେ ଲାଗେ ଖଟା
କିଛି ଖଟା କିଛି ମିଠା ରେ ବିତିଯାଏ ଦିନ
ଏଇତ ମଣିଷ ଜୀବନ
କିଛି ମାନ କିଛି ଅଭିମାନ
ଏଠି କେବେ କିଏ କହେ ସତ
ତୋ କେବେ କିଏ କହେ ମିଛ
କିଛି ସତ କିଛି ମିଛ ରେ ବିତିଯାଏ ଦିନ
ଏଇତ ମଣିଷ ଜୀବନ
କିଛି ମାନ କିଛି ଅଭିମାନ
ଏଠି କେବେ କିଏ ଶୋଷରେ ମରେ
ତୋ କେବେ କିଏ ମରେ ଭୋକ ରେ
କିଛି ଶୋଷ କିଛି ଭୋକ ରେ ବିତିଯାଏ ଦିନ
ଏଇତ ମଣିଷ ଜୀବନ
କିଛି ମାନ କିଛି ଅଭିମାନ
Incredible Performance..
ReplyDeletePradip bhai