Skip to main content

ବାପା ଥିଲ ତମେ କେତେ ଆପଣାର

 ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ମୋ ବିଷୟରେ କହିବାକୁ ଗଲେ ମୁଁ ପେସା ରେ ଜଣେ nursing officer... ମୁଁ ମୋ free time ରେ କେବେ କିଛି କବିତା ଲେଖେ ତ କେବେ meditation କରେ ତ କେବେ କିଛି ସମୟ ପାଇଁ workout କରେ... ତ କେବେ କୁଆଡେ ଭଲ ଜାଗା କୁ ବୁଲିବାକୁ ଯାଏ... Life ମୋର ବହୁତ୍ beautiful ଥିଲା ଯେଉଁଠି ଗୋଟେ ସୁନ୍ଦର, ଗୋଟେ ଭଲ life style ଆଉ life ରେ settle ଥିଲି ... କଣ କରିବା ଭଗବାନଙ୍କର ଆମ ଖୁସି ଉପରେ ଲୋଭ ହୋଇଗଲା ଆଉ ଏମିତି ଏକ ସମୟ ଆସିଲା ଯେଉଁଠି ସବୁ କିଛି ଥିଲା ସତ କିନ୍ତୁ ମୁଁ ମୋ ବାପାଙ୍କୁ ହରେଇ ବସିଲି... ଗତ 31 ତାରିଖ ମେ ମାସ ସୋମବାର ବୋଧ ହୁଏ ମୋ life ରେ ସବୁଠୁ ଖରାପ ଦିନ ଥିଲା... କଣ ବି ଆଉ କରିବା.. ଆଖିରୁ ଲୁହ ଝରେବା ଆଉ ନୀତି ମୁରୁକି ମୁରୁକି ହୋଇ କାନ୍ଦିବା ଛଡା ମୋ ପାଖରେ ଆଉ କିଛି ଉପାୟ ନାହିଁ କାରଣ ଏ ଲୁହ ହେଉଛି ଏକ ମାତ୍ର ଉପାୟ ବାପାଙ୍କର ଉପସ୍ଥିତିକୁ ଅନୁଭବ କରିବାକୁ....

ଆଉ ଏମିତି ସେଦିନ ବସୁ ବସୁ କେଜାଣି କାହିଁକି ମନକୁ କିଛି ଚାଲି ଆସିଲା ଆଉ ଲେଖୁ ଲେଖୁ ଲେଖି ଦେଲି କିଛି କାଗଜ ଉପରେ ଯାହା ମୋ ବାପାଙ୍କ ଉପରେ ଆଧାରିତ.... ଶିର୍ଷକ ଟି ହେଉଛି '' ବାପା ଥିଲ ତମେ କେତେ ଅପଣାର '' 


ବାପା ତମେ ଥିଲ କେତେ ଆପଣାର....

                      ହସ ଦେଇ ଲୁହକୁ କରିଲ ନିଜର

ନିଜେ ଦୁଃଖ କଷ୍ଟ ସହି..

                  ଆମକୁ ମଣିଷ କରିଲ

ଲୁହ ପୋଛି ଉଠରେ 

                      ଆମ ହସ ଫୁଟେଇ ଲୋ...

ସତରେ ବାପା ତମେ ଥିଲ କେତେ ଆପଣାର..

ସେଥିପାଇଁ ବୋଧେ ଆଜି 

                        ଝୁରୁଚି ଏ ସାରା ସଂସାର..

ଟିକେ ଖୁସି ଦେଇ ବାପା

               ତମେ କାହିଁ ଏମିତି କଲ..

ଅଧା ବାଟେ ଆମ ହାତ ଛାଡି ଚାଲିଗଲ...

ପାପା ତମେ ଥିଲ ଯଦି ଏତେ ନିଜର..

            କିଛି ବାଟ ହାତ ଧରି କାହିଁ କରିଲ ପର..

ଜାଣିଛ ତମେ ଗଲା ପରେ 

            ଭାଙ୍ଗି ଯାଇଛି ସେ ପୂର୍ବ ସୁନା ସଂସାର..

ବାହୁନି ବାହୁନି କରି ଏଠି କାନ୍ଦୁଛି ଏ ମନ...

ଆଜି ବି ଏତେ ଦିନ ପରେ

               ନିତି ତମକୁ ଖୋଜୁଛି ଏ ମନ..

ସତ ରେ ବାପା ତମେ ଥିଲ କେତେ ଆପଣାର..

ତମେ ଗଲା ପରେ ନାହିଁ ଏଠି କେହି ଆଉ ନିଜର..

ବୁଝି ପାରୁ ନାହିଁ କେଜାଣି କାହିଁକି 

ଆପେ ଆପେ ଆଖିରୁ ଝରି ଯାଉଚି ଲୁହ..

କଣ କରିବି ବାପା ତମେ କୁହ...

ତମେ ଗଲା ପରେ ନା ଆଖିରୁ ଲୁହ ବନ୍ଦ ହେଉଛି.. 

ନା ଯେତେ ବୁଝେଇଲେ ମନ ବୁଝୁଛି...

ସତ ରେ ବାପା ତମେ ଥିଲ କେତେ ଆପଣାର..

ଆଜି ବି ମନେ ପଡୁଛି ସେ ପିଲା ଦିନ..

ହାଟରୁ ବିକ୍ରି ପଛେ ହେଉ ନ ହେଉ ଆଣିଥାଅ ଆମ ପାଇଁ କିଛି ନା କିଛି ଖାଇବାକୁ...ଆଜି ବି ଯେତେ ବେଳେ ମୁଁ ବସ ରୁ ଉଲ୍ହାଏ କେଜାଣି କାହିଁକି ଆଖି ଟା ଆପେ ଆପେ ଲୁହ ରେ ଜକେଇ ଯାଏ ଆଉ ବସ ପଚାରେ କଣ ରେ ପ୍ରଦୀପ '' ଆଜି ତ ବାପା ଆସି ନାହାନ୍ତି ତତେ ନେବାକୁ ''.. ସେତେବେଳେ ଉଠରେ ଭାଷା ନ ଥାଏ ଖାଲି ଆଖିରୁ ଦୁଇ ଟୋପା ଲୁହ ଝରି ଯାଏ... ଆଉ ମୁଁ ମନକୁ ବୁଝେଇ ବୁଝେଇ ଘର ପହଁଚି ଯାଏ...

ଜାଣିଛ ବାପା ଆଜି ବି ନଦୀ କୁ ଗଲେ.. ନଦୀ କହେ କଣ ପ୍ରଦୀପ.. ଛୋଟ ବେଳ ଭଳି କଣ ତ ବାପା ତ ସହିତ ମାଛ ଧରିବାକୁ ଆସି ବେନି.. ସେତେବେଳେ ଆଉ କିଛି ଉତ୍ତର ନ ଥାଏ.. ଖାଲି ଦୁଇ ଟୋପା ଲୁହ ଆଖିରୁ ଝରି ପଡେ..

ଗୋଟେ ପୁଅ ପାଇଁ ତା ବାପା ହେଉଛି ସବୁଠୁ ବଡ଼ ସାହାରା ଆଉ ତା ଶକ୍ତି ବି... କଣ କରିବା ବାପା.. ଆମ ଭାଗ୍ୟ ତମେ ବେଶି ଦିନ ନାହଁ....

ଜାଣିଛ ବାପା.. ତମେ ମୋତେ ଏତେ ପଜିଟିଭ କରି ଗଢିଛ ଯେ... ମୁଁ ଆଜି ପଥର ପଲାଟି ଯାଇଚି....

ତମ ସହିତ ବିତାଇଥିବା ସେଇ ସବୁ ସ୍ମୃତି.. କେଜାଣି କାହିଁକି ଲୁହ ହୋଇ ଝରି ଯାଉଚି... ତଥାପି ସେ କାନ୍ଦିବା ରେ ମୁଁ ଖୁସି ଅଛି.. କାହିଁ କି ନା ଏଇ ଲୁହ ହିଁ ହେଉଛି ଏକ ମାତ୍ର ଉପାୟ ତମ ଉପସ୍ଥିତି ଅନୁଭବ କରି ବାକୁ...

ସତ ରେ... ତମ ଭଳି ଭଲ ପାଇବ.. ରାତି ଅଧରେ ଉଠି ଶୀତ ନ ଲାଗିବା ଲାଗି ଫ୍ଯାନ୍ ବନ୍ଦ କରି ଦେବା... ମଶା ନ କାମୁଡିବା ଲାଗି ପାଖରେ ବସି ନିଜ ଗାମୁଛା ରେ ବିଞ୍ଛିବା.... ଭାତ ଖାଇବା ସମୟରେ ନିଜେ ଟିକେ ତରକାରୀ ଖାଇ ମୋତେ ଅଧିକ୍ ଦେବା... କଉଠି କୁଆଡେ ଯାଇଥିଲେ ମୋ ପାଇଁ ଖାଇବା ଆଣିବା... ମୋର ପ୍ରତି ଟି ଆବଶ୍ୟକତା କୁ ପୂରଣ କରିବା... କିଛି ଅସୁବିଧା ହେଲେ ପାଖେ ପାଖେ ରହିବା ଆଦି ସତ ରେ ମୋତେ ନିଜକୁ ତମ ପୁଅ ହେଇ ଜନ୍ମ ହେଇଥିବାରୁ ଗର୍ବ ଅନୁଭବ କରୁଛି.. ବାପା ସତରେ ତମେ ମୋ real life hero... ଆଉ super hero ଠୁ ବି ଅଧିକ୍... ବଞ୍ଚି ଥିବା ସମୟରେ ତମେ ଯେତିକି ପ୍ରେରଣା ଦେଇକି ଯାଇଛ ସତରେ ମୁଁ କୋଉ ପୁସ୍ତକରୁ ବି ଶିଖି ପାରିବିନି...

କଣ ହେଲା ସେଠୁ ଆଜି ତମେ ଆମ ପାଖରେ ନାହଁ କିନ୍ତୁ ତମେ ହୃଦୟରେ ଜୀବନ୍ତ ଦେବତା ଭଳି ସବୁ ଦିନ ବଞ୍ଚି ରହିଛ ଆଉ ରହି ଥିବ ବି... ତମେ ଯେମିତି ଜୀବନର ସବୁ ଅସୁବିଧାକୁ ସହି ମୋତେ ମଣିଷ କରିଛ.. ମୁଁ ବି ସେମିତି ସବୁ ବାଧା ବିଘ୍ନ କୁ ସାମ୍ନା କରିବି ଆଉ ତମକୁ ଲେଖା ମାଧ୍ୟମରେ ଜୀବନ୍ତ କରେଇ ଦେବି.. ବାପା.. ତମ  ନାଁ କେବଳ ବାବୁ ନୁହଁ.. It is a brand... ତମକୁ କଥା ହେଉଛି.. ଗୋଟେ ଦିନ ଆସିବ ତମେ ସବୁ ଜିନିଷରେ ବଞ୍ଚି ରହିବ.. ତମ ନାଁ ରେ ମୁଁ ଏବେ ଗୋଟେ ୱେବସାଇଟ ଖୋଲିବାକୁ ଯାଉଚି ଜାଣିଛ ତାର ନାଁ କଣ.. Nursing babu. Com...

Comments

Popular posts from this blog

ମୁଁ ବନସ୍ମିତା ମହାରଣା

  ମୁଁ ବନସ୍ମିତା ମହାରଣା ଓ ମୋର auto Biography ମୁଁ ବନସ୍ମିତା ମହାରଣା ... profession ରେ ଜଣେ ANM... Last କିଛି ମାସ ତଳେ ମୁଁ govt jobs ପାଇଲି... ଆଜି ମୁଁ ଆପଣଙ୍କୁ ମୋ biography କହିବାକୁ ଯାଉଛି... ମୁଁ ଜାଣିଛି... ଏ ଦୁନିଆଁ କେବଳ ଆମ ସଫଳତାକୁ ଦେଖିଥାଏ ହେଲେ ସେ ସଫଳତା ରାସ୍ତା ରେ ପହଞ୍ଚିବା ପାଇଁ ମୁଁ ଯେ କେତେ ସଙ୍ଘର୍ଷ ର କାଚଖଣ୍ଡ ମାଡ଼ି ଆସିଛି ତାହା ମୁଁ ଜାଣିଛି... ବୋଧ ହୁଏ ଆପଣ ଙ୍କୁ ଏହା ଗପ ଲାଗୁ ଥିବ କିନ୍ତୁ ଏହା ମୋ ଜୀବନ ଘଟିଥିବା ପ୍ରକୃତ କାହାଣୀ ଅଟେ... ମୁଁ  ଏସବୁ ଆପଣଙ୍କୁ ଶଦ୍ଦ ମାଧ୍ୟମ ରେ ଠିକ ସେ କେବେ ବି ବର୍ଣ୍ଣନା କରି ପାରିବିନି କାରଣ ଏସବୁ ସିନା ଖାଲି ଆପଣ ପଢୁଛନ୍ତି.... କିନ୍ତୁ ମୁଁ ଏହାକୁ ମୋ ଜୀବନ ରେ ଅତିକ୍ରମ କରି ଆସିଛି... ଆମେ ବାପଙ୍କର ଗୋଟିଏ ଭାଇ ଭିତରେ ପାଞ୍ଚ ଭଉଣୀ ଥିଲୁ... ଭାଇ ସାନ ଆଉ ଆମେ ସବୁ ବଡ... ଜାଣିଛନ୍ତି ଛଅ ଟି ପିଲା ଙ୍କୁ ପାଠ ପଢେଇବା... ତାଙ୍କର ପ୍ରତି ଟି ଆବଶ୍ୟକ ତା ପୁରାଣ କରିବା.., ପୁଣି ଘର କୁ ଚଳେଇବା..ସତ ରେ ବାପା ଆପଣ ଜଣେ ପ୍ରକୃତ ଯୋଦ୍ଧା ଅଟ.... ମୁଁ ହୁଏତ ଏସବୁ ଶଦ୍ଧ ମାଧ୍ୟମ ରେ ପ୍ରକାଶ କରି ପାରିବିନି ହେଲେ... ଏସବୁ ଆପଣ ମାନଙ୍କୁ ନ କହିବି ବି ରହି ପାରୁନି.... ବୋଧ ହୁଏ ବାପା ଆପଣଙ୍କ ଦୁଃଖ କଷ୍ଟ କୁ ବୁଝି ଥିଲୁ ବୋଲି ଆମେ ଆଜି ତିନି ଭଉଣୀ job କରି ପାରିଛୁ.. ସେଥି ପାଇଁ ମୁଁ ମୋ ଜୀବନ ରେ ଗୋଟି...

ଅଭିଳାଷା

 ମଣିଷ ଏମିତି ନିତିଦିନ ସକାଳ ହେଲେ କିଛି ନୁଆ ସ୍ଵପ୍ନ ଦେଖୁଥାଏ ତ ସେହି ସ୍ଵପ୍ନ ପାଇଁ କାମ କରୁଥାଏ, ଆଉ କେବେ ସମୟ ପାଇଲେ ନିଜ ପରିବାର ସହ କୋଉଠି ଗୋଟିଏ ଭଲ ଜାଗାକୁ ବୁଲିବାକୁ ଯାଏ ସେ ହୁଏତ ମନ୍ଦିର, ପାର୍କ,waterfal, ବଡ଼ ବ୍ରିଜ୍, ବା ବଡ଼ ସିନେମା ହଲ ହୋଇପାରେ , ଆଉ ସେଇ ବୁଲି ଆସିବାର ଅନୁଭବ ତାକୁ ଜୀବନକୁ ଜିଇଁବା ପାଇଁ ଆଉ ଗୋଟିଏ ନୂଆ ପ୍ରେରଣା ଦେଇଥାଏ, ମନକୁ ଭଲ ପାଇବା ଓ ଆନନ୍ଦ ରେ ଭରି ଦେଇଥାଏ, ଆଉ ଜାଣିଛନ୍ତି ତାର ସେଇ ଗୋଟିଏ ଦିନ ର ଭ୍ରମଣ ତାର ସାତ ଦିନର ସହିଥିବା ସବୁ ଦୁଃଖ କଷ୍ଟ ସଂଘର୍ଷକୁ ଭୁଲେଇ ଦେଇଥାଏ... ଠିକ୍ ସେମିତି ସଫଳତା ବି ଆମର ସମୟ, ଆମର ସଂଘର୍ଷ ଓ କଷ୍ଟ ମାଗିଥାଏ ତେଣୁ ଯଦିଓ ଟିକେ କଷ୍ଟ ହୁଏ କିନ୍ତୁ ସଫଳତା ପାଇଗଲା ପରେ ତାର ଖୁସି ଆମର ସବୁ ଦୁଃଖ, କଷ୍ଟ, ସଂଘର୍ଷ କୁ ଭୂଲେଇ ଦେଈ ଥାଏ, ତଥାପି ଏହି ଜୀବନ କିଛି ସୁଖ, କିଛି ଦୁଃଖ ରେ ବିତିଯାଏ, ଯଦି ମଣିଷ ପ୍ରାଣ ପଣେ ଚେଷ୍ଟା କରେ ସେ ସବୁକିଛି ହାସଲ କରି ପାରିବ କିନ୍ତୁ ଯଦିଓ ମଣିଷ ସମୟ ଅନୁସାରେ ହାସଲ କରି ନିଏ ତଥାପି ତା ଜୀବନରେ କୋଉଠି ନା କୋଉଠି କିଛି ନା କିଛି ଅଭାବ ରହିଯାଏ , ଏହୀତ ମଣିଷ ଜୀବନ ଅଟେ, ଯେମିତି ଗୋଟିଏ ଧନୀ ଲୋକ ପାଖରେ ଟଙ୍କା, ପଇସା , ଗାଡ଼ି, ଆରାମ ଦାୟକ ଘର, ଶାନ୍ତିରେ ଖାଇବା ଶୋଇବା ପାଇଁ ସବୁକିଛି ସୁବିଧା ଥାଏ ତଥାପି ତା ଜୀବନ ରେ କିଛି ଅଭାବ ତାକୁ ଭିତରୁ କଷ୍ଟ ଦେଉଥାଏ, ଶାନ୍ତିରେ ଶୋଇବାକୁ...

ଏଇତ ମଣିଷ ଜୀବନ

  ଆଜ୍ଞା ନମସ୍କାର, ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ, ମଣିଷ ତା ଜୀବନ କାଳ ଭିତରେ କେବେ କେବେ କିଛି ପରିସ୍ଥିତି ଏମିତି ଆସେ ଯେଉଁଠି ସେ କେବେ ଭାଙ୍ଗି ପଡ଼େ ତ କେବେ ସେଇ ପରିସ୍ଥିତି ଯୋଗୁଁ ପୂର୍ବଠୁ ଅଧିକ ମଜବୁତ୍ ହୋଇ ଯାଏ... ତ କେବେ କେବେ ହସୁ ହସୁ.. କାନ୍ଦି ପକାଏ ତ କେବେ କାନ୍ଦୁ କାନ୍ଦୁ ହସି ଦିଏ ବୋଧେ ଏମିତି ହେଉଛି ମଣିଷ ଜୀବନ... ଆଉ ସେଇ ମଣିଷ ଜୀବନ ବିଷୟରେ ଏମିତି କିଛି ଭାବୁ ଭାବୁ କେଜାଣି କାହିଁକି କିଛି ଲେଖୁ ଲେଖୁ ଲେଖିଦେଲି ଗୋଟେ କବିତା ଯାହାର ଶୀର୍ଷକ ହେଉଛି ''  ଏଇତ ମଣିଷ ଜୀବନ ''           ଏଇତ ମଣିଷ ଜୀବନ                              କିଛି ମାନ କିଛି ଅଭିମାନ  ଆଖି କେବେ କାନ୍ଦି ଦିଏ..                  ତ ଠଓ କେବେ ହସି ଦିଏ  କିଛି ହସ କିଛି କାନ୍ଦ ରେ                  ଏ ଜୀବନ ବିତିଯାଏ  କିଛି ସ୍ୱପ୍ନ ପୁରା ହୁଏ..                କିଛି ସ୍ୱପ୍ନ ରହିଯାଏ ଅଧା  ତଥାପି ମଣିଷ ଏଠି ହାରେ ନାହିଁ          ...