Skip to main content

ବାପା ଥିଲ ତମେ କେତେ ଆପଣାର

 ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ମୋ ବିଷୟରେ କହିବାକୁ ଗଲେ ମୁଁ ପେସା ରେ ଜଣେ nursing officer... ମୁଁ ମୋ free time ରେ କେବେ କିଛି କବିତା ଲେଖେ ତ କେବେ meditation କରେ ତ କେବେ କିଛି ସମୟ ପାଇଁ workout କରେ... ତ କେବେ କୁଆଡେ ଭଲ ଜାଗା କୁ ବୁଲିବାକୁ ଯାଏ... Life ମୋର ବହୁତ୍ beautiful ଥିଲା ଯେଉଁଠି ଗୋଟେ ସୁନ୍ଦର, ଗୋଟେ ଭଲ life style ଆଉ life ରେ settle ଥିଲି ... କଣ କରିବା ଭଗବାନଙ୍କର ଆମ ଖୁସି ଉପରେ ଲୋଭ ହୋଇଗଲା ଆଉ ଏମିତି ଏକ ସମୟ ଆସିଲା ଯେଉଁଠି ସବୁ କିଛି ଥିଲା ସତ କିନ୍ତୁ ମୁଁ ମୋ ବାପାଙ୍କୁ ହରେଇ ବସିଲି... ଗତ 31 ତାରିଖ ମେ ମାସ ସୋମବାର ବୋଧ ହୁଏ ମୋ life ରେ ସବୁଠୁ ଖରାପ ଦିନ ଥିଲା... କଣ ବି ଆଉ କରିବା.. ଆଖିରୁ ଲୁହ ଝରେବା ଆଉ ନୀତି ମୁରୁକି ମୁରୁକି ହୋଇ କାନ୍ଦିବା ଛଡା ମୋ ପାଖରେ ଆଉ କିଛି ଉପାୟ ନାହିଁ କାରଣ ଏ ଲୁହ ହେଉଛି ଏକ ମାତ୍ର ଉପାୟ ବାପାଙ୍କର ଉପସ୍ଥିତିକୁ ଅନୁଭବ କରିବାକୁ....

ଆଉ ଏମିତି ସେଦିନ ବସୁ ବସୁ କେଜାଣି କାହିଁକି ମନକୁ କିଛି ଚାଲି ଆସିଲା ଆଉ ଲେଖୁ ଲେଖୁ ଲେଖି ଦେଲି କିଛି କାଗଜ ଉପରେ ଯାହା ମୋ ବାପାଙ୍କ ଉପରେ ଆଧାରିତ.... ଶିର୍ଷକ ଟି ହେଉଛି '' ବାପା ଥିଲ ତମେ କେତେ ଅପଣାର '' 


ବାପା ତମେ ଥିଲ କେତେ ଆପଣାର....

                      ହସ ଦେଇ ଲୁହକୁ କରିଲ ନିଜର

ନିଜେ ଦୁଃଖ କଷ୍ଟ ସହି..

                  ଆମକୁ ମଣିଷ କରିଲ

ଲୁହ ପୋଛି ଉଠରେ 

                      ଆମ ହସ ଫୁଟେଇ ଲୋ...

ସତରେ ବାପା ତମେ ଥିଲ କେତେ ଆପଣାର..

ସେଥିପାଇଁ ବୋଧେ ଆଜି 

                        ଝୁରୁଚି ଏ ସାରା ସଂସାର..

ଟିକେ ଖୁସି ଦେଇ ବାପା

               ତମେ କାହିଁ ଏମିତି କଲ..

ଅଧା ବାଟେ ଆମ ହାତ ଛାଡି ଚାଲିଗଲ...

ପାପା ତମେ ଥିଲ ଯଦି ଏତେ ନିଜର..

            କିଛି ବାଟ ହାତ ଧରି କାହିଁ କରିଲ ପର..

ଜାଣିଛ ତମେ ଗଲା ପରେ 

            ଭାଙ୍ଗି ଯାଇଛି ସେ ପୂର୍ବ ସୁନା ସଂସାର..

ବାହୁନି ବାହୁନି କରି ଏଠି କାନ୍ଦୁଛି ଏ ମନ...

ଆଜି ବି ଏତେ ଦିନ ପରେ

               ନିତି ତମକୁ ଖୋଜୁଛି ଏ ମନ..

ସତ ରେ ବାପା ତମେ ଥିଲ କେତେ ଆପଣାର..

ତମେ ଗଲା ପରେ ନାହିଁ ଏଠି କେହି ଆଉ ନିଜର..

ବୁଝି ପାରୁ ନାହିଁ କେଜାଣି କାହିଁକି 

ଆପେ ଆପେ ଆଖିରୁ ଝରି ଯାଉଚି ଲୁହ..

କଣ କରିବି ବାପା ତମେ କୁହ...

ତମେ ଗଲା ପରେ ନା ଆଖିରୁ ଲୁହ ବନ୍ଦ ହେଉଛି.. 

ନା ଯେତେ ବୁଝେଇଲେ ମନ ବୁଝୁଛି...

ସତ ରେ ବାପା ତମେ ଥିଲ କେତେ ଆପଣାର..

ଆଜି ବି ମନେ ପଡୁଛି ସେ ପିଲା ଦିନ..

ହାଟରୁ ବିକ୍ରି ପଛେ ହେଉ ନ ହେଉ ଆଣିଥାଅ ଆମ ପାଇଁ କିଛି ନା କିଛି ଖାଇବାକୁ...ଆଜି ବି ଯେତେ ବେଳେ ମୁଁ ବସ ରୁ ଉଲ୍ହାଏ କେଜାଣି କାହିଁକି ଆଖି ଟା ଆପେ ଆପେ ଲୁହ ରେ ଜକେଇ ଯାଏ ଆଉ ବସ ପଚାରେ କଣ ରେ ପ୍ରଦୀପ '' ଆଜି ତ ବାପା ଆସି ନାହାନ୍ତି ତତେ ନେବାକୁ ''.. ସେତେବେଳେ ଉଠରେ ଭାଷା ନ ଥାଏ ଖାଲି ଆଖିରୁ ଦୁଇ ଟୋପା ଲୁହ ଝରି ଯାଏ... ଆଉ ମୁଁ ମନକୁ ବୁଝେଇ ବୁଝେଇ ଘର ପହଁଚି ଯାଏ...

ଜାଣିଛ ବାପା ଆଜି ବି ନଦୀ କୁ ଗଲେ.. ନଦୀ କହେ କଣ ପ୍ରଦୀପ.. ଛୋଟ ବେଳ ଭଳି କଣ ତ ବାପା ତ ସହିତ ମାଛ ଧରିବାକୁ ଆସି ବେନି.. ସେତେବେଳେ ଆଉ କିଛି ଉତ୍ତର ନ ଥାଏ.. ଖାଲି ଦୁଇ ଟୋପା ଲୁହ ଆଖିରୁ ଝରି ପଡେ..

ଗୋଟେ ପୁଅ ପାଇଁ ତା ବାପା ହେଉଛି ସବୁଠୁ ବଡ଼ ସାହାରା ଆଉ ତା ଶକ୍ତି ବି... କଣ କରିବା ବାପା.. ଆମ ଭାଗ୍ୟ ତମେ ବେଶି ଦିନ ନାହଁ....

ଜାଣିଛ ବାପା.. ତମେ ମୋତେ ଏତେ ପଜିଟିଭ କରି ଗଢିଛ ଯେ... ମୁଁ ଆଜି ପଥର ପଲାଟି ଯାଇଚି....

ତମ ସହିତ ବିତାଇଥିବା ସେଇ ସବୁ ସ୍ମୃତି.. କେଜାଣି କାହିଁକି ଲୁହ ହୋଇ ଝରି ଯାଉଚି... ତଥାପି ସେ କାନ୍ଦିବା ରେ ମୁଁ ଖୁସି ଅଛି.. କାହିଁ କି ନା ଏଇ ଲୁହ ହିଁ ହେଉଛି ଏକ ମାତ୍ର ଉପାୟ ତମ ଉପସ୍ଥିତି ଅନୁଭବ କରି ବାକୁ...

ସତ ରେ... ତମ ଭଳି ଭଲ ପାଇବ.. ରାତି ଅଧରେ ଉଠି ଶୀତ ନ ଲାଗିବା ଲାଗି ଫ୍ଯାନ୍ ବନ୍ଦ କରି ଦେବା... ମଶା ନ କାମୁଡିବା ଲାଗି ପାଖରେ ବସି ନିଜ ଗାମୁଛା ରେ ବିଞ୍ଛିବା.... ଭାତ ଖାଇବା ସମୟରେ ନିଜେ ଟିକେ ତରକାରୀ ଖାଇ ମୋତେ ଅଧିକ୍ ଦେବା... କଉଠି କୁଆଡେ ଯାଇଥିଲେ ମୋ ପାଇଁ ଖାଇବା ଆଣିବା... ମୋର ପ୍ରତି ଟି ଆବଶ୍ୟକତା କୁ ପୂରଣ କରିବା... କିଛି ଅସୁବିଧା ହେଲେ ପାଖେ ପାଖେ ରହିବା ଆଦି ସତ ରେ ମୋତେ ନିଜକୁ ତମ ପୁଅ ହେଇ ଜନ୍ମ ହେଇଥିବାରୁ ଗର୍ବ ଅନୁଭବ କରୁଛି.. ବାପା ସତରେ ତମେ ମୋ real life hero... ଆଉ super hero ଠୁ ବି ଅଧିକ୍... ବଞ୍ଚି ଥିବା ସମୟରେ ତମେ ଯେତିକି ପ୍ରେରଣା ଦେଇକି ଯାଇଛ ସତରେ ମୁଁ କୋଉ ପୁସ୍ତକରୁ ବି ଶିଖି ପାରିବିନି...

କଣ ହେଲା ସେଠୁ ଆଜି ତମେ ଆମ ପାଖରେ ନାହଁ କିନ୍ତୁ ତମେ ହୃଦୟରେ ଜୀବନ୍ତ ଦେବତା ଭଳି ସବୁ ଦିନ ବଞ୍ଚି ରହିଛ ଆଉ ରହି ଥିବ ବି... ତମେ ଯେମିତି ଜୀବନର ସବୁ ଅସୁବିଧାକୁ ସହି ମୋତେ ମଣିଷ କରିଛ.. ମୁଁ ବି ସେମିତି ସବୁ ବାଧା ବିଘ୍ନ କୁ ସାମ୍ନା କରିବି ଆଉ ତମକୁ ଲେଖା ମାଧ୍ୟମରେ ଜୀବନ୍ତ କରେଇ ଦେବି.. ବାପା.. ତମ  ନାଁ କେବଳ ବାବୁ ନୁହଁ.. It is a brand... ତମକୁ କଥା ହେଉଛି.. ଗୋଟେ ଦିନ ଆସିବ ତମେ ସବୁ ଜିନିଷରେ ବଞ୍ଚି ରହିବ.. ତମ ନାଁ ରେ ମୁଁ ଏବେ ଗୋଟେ ୱେବସାଇଟ ଖୋଲିବାକୁ ଯାଉଚି ଜାଣିଛ ତାର ନାଁ କଣ.. Nursing babu. Com...

Comments

Popular posts from this blog

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ ଆଞା, ନମସ୍କାର... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ.. ଆଜିର ଶୀର୍ଷକ ଟି ହେଉଛି କିଛି ସ୍ୱପ୍ନ ଲୁହ ହୋଇ ଝରି ଯାଇଥାଏ .. ଯେଉଁଥିରେ ଆପଣ କିପରି ଜିବନରେ କିଛି ଦୁଃଖ କୁ ଭଲି ଖୁସିରେ ରହି ପାରିବେ,  ଆପଣଙ୍କ ଚାରି ପାଖେ ଥିବା ପ୍ରତ୍ୟେକ ଜିନଷ ପ୍ରତି କୃତଜ୍ଞ ହେବା ଦ୍ଵାରା କିପରି ଆପଣ ପୂର୍ବଠୁ ଅଧିକ ଖୁସି ହୋଇ ପାରୁଛନ୍ତି ତାହା ଜାଣିବାକୁ ପାଇବେ ତ ଚାଲନ୍ତୁ ଆଉ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତ୍ୟକ  ଶବ୍ଦକୁ  ପଢିବା  ଆଉ  ହୃଦୟଙ୍ଗମ କରିବା... ଜାଣିଛନ୍ତି ଗୋଟିଏ ପିଲା ଯେତେବେଳେ ଛୋଟ  ଥାଏନା ତା ମନ ଭିତରେ ସବୁବେଳେ ଜୀବନରେ କିଛି ନା କିଛି ବଡ କରିବାର ଚେଷ୍ଟା ଉଙ୍କି ମାରୁଥାଏ... ହେଲେ ଯେତେବେଳେ ସେ ଆସ୍ତେ ଆସ୍ତେ ବଡ ହୁଏ ସେଇ ସ୍ଵପ୍ନକୁ ଭୁଲିବାକୁ ଲାଗେ... ସେଥିରେ କିଛି ଲୋକ ନିଜ ସ୍ଵପ୍ନରେ ଅଟଳ ରହି ସ୍ଵପ୍ନକୁ ହାସଲ କରନ୍ତି ତ କିଛି ଲୋକ ଅଭାବ ଅସୁବିଧା, ଖରାପ ପରିସ୍ଥିତିର ଆଢୁଆଳରେ ଆସି ନିଜ ସ୍ଵପ୍ନକୁ ମନରେ ମାରି ଦିଅନ୍ତି ଆଉ  ଆଖିରୁ ଲୁହ ଝରାନ୍ତି... ତ କିଛି ଲୋକ ଚେଷ୍ଟା କରୁ କରୁ ନିଜ ସ୍ଵପ୍ନକୁ ଭୁଲି ଯାଆନ୍ତି.. ଜାଣିଛନ୍ତି ପ୍ରତ୍ୟକ ମଣିଷ ତା ଜିବନରେ ସବୁବେଳେ ଚାହୁଁ ଥାଏ କି ସେ ଚାହୁଁଥିବା ତାର ସ୍ଵପ୍ନ ସାକାର ହେଉ, ପାଖରେ ଟଙ୍କା ପଇସାର କିଛି ଅଭାବ ନ ରହୁ, ଦୁଃଖ ସୁଖ ରେ ସାଥ ଦେବା ପାଇଁ ଗୋଟେ ଭ...

ପ୍ରକୃତି vs ଡିଜିଟାଲ ଦୁନିଆ

  ପ୍ରକୃତି vs ଡିଜିଟାଲ ଦୁନିଆ ଆଞା ନମସ୍କାର୍... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ଆଜି ଗୋଟିଏ ବଢିଆ ଶୀର୍ଷକ ଉପରେ ଆମେ ଆଲୋଚନା କରିବାକୁ ଯାଉଛୁ ଯେଉଁଥିରେ ଆପଣ ଜାଣିବାକୁ ପାଇବେ କେମିତି ମଣିଷ ଦିନ କୁ ଦିନ ତାର ମାନସିକ ଶାନ୍ତି ହରେଇ ବସୁଛି, ଆଉ ସବୁ କିଛି ଥାଇବି କିପରି ମଣିଷ ହସିବା ଭୁଲି ଯାଉଛି, ଏଇ facebook, whatsup, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାରେ ବି ଏମିତି କଣ ଦୁନିଆ ଅଛି ଯାହା କେବଳ ଆପଣଙ୍କ ମନକୁ ଶାନ୍ତ ସ୍ଥିର ନୁହଁ ହୃଦୟକୁ ବି ଖୁସିରେ ଭରିଦେବ ତାହା ଆଜି ଜାଣିବାକୁ ପାଇବେ ତେଣୁ ଆଜିର ଶୀର୍ଷକଟି ହେଉଛି ପ୍ରକୃତି vs ଡିଜିଟାଲ ଦୁନିଆ .. ତ ଚାଲନ୍ତୁ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତି ଟି ଶବ୍ଦକୁ ପଢିବା ଆଉ ଉପଭୋଗ କରିବା... ଜାଣିଛନ୍ତି ମଣିଷ ସକାଳ ହେଲା ଠୁ ସୂର୍ଯ୍ୟ ନଇଁବା ପର୍ଯ୍ୟନ୍ତ ଡିଜିଟାଲ ଦୁନିଆରେ ଏତେ ବ୍ୟସ୍ତ ହୋଇ ଯାଇଛି କି ନିଜ ପାଖରେ ବସିଥିବା ଲୋକଙ୍କ ସହ ହସ ଖୁସିରେ ଦୁଇ ପଦ କଥା ହେବାକୁ ଭୁଲି ଯାଉଛି  ଆଜିର ମଣିଷ ହୁଏତ ବହୁତ ଆଗକୁ ଉନ୍ନତି କରୁଛି ହେଲେ ସେତିକି ଅଧିକ୍ ନିଜର ମାନସିକ ଶାନ୍ତି ହରେଇ ବସୁଛି... ଏଥିପାଇଁ  କେବଳ ଡିଜିଟାଲ ଦୁନିଆ ଯେ ଦାୟୀ ସେ କଥା ମୁଁ କହୁ ନାହିଁ.. ବାସ ଆପଣ ଗୋଟିଏ କଥା ଜାଣି ରଖନ୍ତୁ ଯେ.. ଏଇ facebook, WhatsApp, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାର ପ୍ରକୃତିରେ ଏମିତି ବହୁତ୍ ...