Skip to main content

ଅଭିଳାଷା

 ମଣିଷ ଏମିତି ନିତିଦିନ ସକାଳ ହେଲେ କିଛି ନୁଆ ସ୍ଵପ୍ନ ଦେଖୁଥାଏ ତ ସେହି ସ୍ଵପ୍ନ ପାଇଁ କାମ କରୁଥାଏ, ଆଉ କେବେ ସମୟ ପାଇଲେ ନିଜ ପରିବାର ସହ କୋଉଠି ଗୋଟିଏ ଭଲ ଜାଗାକୁ ବୁଲିବାକୁ ଯାଏ ସେ ହୁଏତ ମନ୍ଦିର, ପାର୍କ,waterfal, ବଡ଼ ବ୍ରିଜ୍, ବା ବଡ଼ ସିନେମା ହଲ ହୋଇପାରେ , ଆଉ ସେଇ ବୁଲି ଆସିବାର ଅନୁଭବ ତାକୁ ଜୀବନକୁ ଜିଇଁବା ପାଇଁ ଆଉ ଗୋଟିଏ ନୂଆ ପ୍ରେରଣା ଦେଇଥାଏ, ମନକୁ ଭଲ ପାଇବା ଓ ଆନନ୍ଦ ରେ ଭରି ଦେଇଥାଏ, ଆଉ ଜାଣିଛନ୍ତି ତାର ସେଇ ଗୋଟିଏ ଦିନ ର ଭ୍ରମଣ ତାର ସାତ ଦିନର ସହିଥିବା ସବୁ ଦୁଃଖ କଷ୍ଟ ସଂଘର୍ଷକୁ ଭୁଲେଇ ଦେଇଥାଏ... ଠିକ୍ ସେମିତି ସଫଳତା ବି ଆମର ସମୟ, ଆମର ସଂଘର୍ଷ ଓ କଷ୍ଟ ମାଗିଥାଏ ତେଣୁ ଯଦିଓ ଟିକେ କଷ୍ଟ ହୁଏ କିନ୍ତୁ ସଫଳତା ପାଇଗଲା ପରେ ତାର ଖୁସି ଆମର ସବୁ ଦୁଃଖ, କଷ୍ଟ, ସଂଘର୍ଷ କୁ ଭୂଲେଇ ଦେଈ ଥାଏ,

ତଥାପି ଏହି ଜୀବନ କିଛି ସୁଖ, କିଛି ଦୁଃଖ ରେ ବିତିଯାଏ, ଯଦି ମଣିଷ ପ୍ରାଣ ପଣେ ଚେଷ୍ଟା କରେ ସେ ସବୁକିଛି ହାସଲ କରି ପାରିବ କିନ୍ତୁ ଯଦିଓ ମଣିଷ ସମୟ ଅନୁସାରେ ହାସଲ କରି ନିଏ ତଥାପି ତା ଜୀବନରେ କୋଉଠି ନା କୋଉଠି କିଛି ନା କିଛି ଅଭାବ ରହିଯାଏ , ଏହୀତ ମଣିଷ ଜୀବନ ଅଟେ, ଯେମିତି ଗୋଟିଏ ଧନୀ ଲୋକ ପାଖରେ ଟଙ୍କା, ପଇସା , ଗାଡ଼ି, ଆରାମ ଦାୟକ ଘର, ଶାନ୍ତିରେ ଖାଇବା ଶୋଇବା ପାଇଁ ସବୁକିଛି ସୁବିଧା ଥାଏ ତଥାପି ତା ଜୀବନ ରେ କିଛି ଅଭାବ ତାକୁ ଭିତରୁ କଷ୍ଟ ଦେଉଥାଏ, ଶାନ୍ତିରେ ଶୋଇବାକୁ  ଦେଇ ନଥାଏ, ଯେମିତି ତା ପାଖରେ ସବୁ ସୁବିଧା ଅଛି ହେଲେ ଟିକେ ଦୁଃଖସୁଖ ହେବା ପାଇଁ ପାଖରେ କେହି ନିଜ ଲୋକ ନାହାନ୍ତି , ତ କେଉଁଠି ସ୍ବାମୀ ସ୍ତ୍ରୀ ଭିତର ସମ୍ପର୍କ ଠିକ ନାହିଁ ତ କେଉଁଠି ନିଜ ପିଲାର ଭବିଷ୍ୟତ ପାଇଁ ଚିନ୍ତା

ପ୍ରତ୍ୟେକ ମଣିଷ ଜୀବନରେ କିଛି ନା କିଛି ଅଭାବ ଅଛି

ତେଣୁ ଜୀବନରେ ଯଦି ଖୁସିରେ ରହିବା ପାଇଁ ଚାହୁଁଛନ୍ତି ତାହେଲେ  ବାସ୍ ଯାହା ଆପଣଙ୍କ ପାଖରେ ଅଛି ସେଥିରେ ଖୁସିରେ ରୁହନ୍ତୁ , ତାକୁ ନେଇ କୃତଜ୍ଞ ଅନୁଭବ କରନ୍ତୁ, ପ୍ରତ୍ୟେକ ଛୋଟ ଛୋଟ ଜିନିଷ କୁ ଉପଭଗ କରନ୍ତୁ, ପାଖରେ ଯାହା ବି ଅଛି ସେଥିରେ ସନ୍ତୁଷ୍ଟ ହୁଅନ୍ତୁ,

ଲେଖକ ଯେମିତି ମନକୁ ଯାହା ଆସେ ତାହା ଲେଖିଯାଏ ଠିକ୍ ସେମିତି ଆପଣ ଯାହା ବି କରିବାକୁ ଭଲ ପାଉଛନ୍ତି ତାକୁ ବେଝିଯକ କରନ୍ତୁ, ଦେଖିବେ ଆପଣଙ୍କ ବ୍ୟକ୍ତିଗତ ଜୀବନ ଓ କାର୍ଯ୍ୟରତ ଜୀବନ .. ସବୁକିଛି ରେ ବଡ଼ ପରିବର୍ତ୍ତନ ଆସିଥାଏ ଯାହାର ନାମ ହେଉଛି ଅଭିଳାଷା ଯେଉଁଠି ନା ଥିବ କିଛି ମାନସିକ ଅଶାନ୍ତି, ଥିବ କେବଳ ଶାନ୍ତି ହିଁ ଶାନ୍ତି, ଆପଣ ପ୍ରତି ମୁହୂର୍ତ୍ତ କୁ ଉପଭଗ କରୁଥିବେ, ଆଉ ଆସୁଥବା ପ୍ରତ୍ୟେକ ଦୁଃଖ, କଷ୍ଟକୁ ଏକ ସୁଯୋଗ ଭଳି ଭାବୁଥିବେ 

ତେଣୁ ଏତିକି ରେ 'ଅଭିଳାଷା' ଶୀର୍ଷକ ଟି ଶେଷ ହେଲା

ରହୁଛି ଆପଣଙ୍କ ଶୁଭ ଚିନ୍ତକ ପ୍ରଦୀପ

Comments

Popular posts from this blog

ବାପା ଥିଲ ତମେ କେତେ ଆପଣାର

  ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ମୋ ବିଷୟରେ କହିବାକୁ ଗଲେ ମୁଁ ପେସା ରେ ଜଣେ nursing officer... ମୁଁ ମୋ free time ରେ କେବେ କିଛି କବିତା ଲେଖେ ତ କେବେ meditation କରେ ତ କେବେ କିଛି ସମୟ ପାଇଁ workout କରେ... ତ କେବେ କୁଆଡେ ଭଲ ଜାଗା କୁ ବୁଲିବାକୁ ଯାଏ... Life ମୋର ବହୁତ୍ beautiful ଥିଲା ଯେଉଁଠି ଗୋଟେ ସୁନ୍ଦର, ଗୋଟେ ଭଲ life style ଆଉ life ରେ settle ଥିଲି ... କଣ କରିବା ଭଗବାନଙ୍କର ଆମ ଖୁସି ଉପରେ ଲୋଭ ହୋଇଗଲା ଆଉ ଏମିତି ଏକ ସମୟ ଆସିଲା ଯେଉଁଠି ସବୁ କିଛି ଥିଲା ସତ କିନ୍ତୁ ମୁଁ ମୋ ବାପାଙ୍କୁ ହରେଇ ବସିଲି... ଗତ 31 ତାରିଖ ମେ ମାସ ସୋମବାର ବୋଧ ହୁଏ ମୋ life ରେ ସବୁଠୁ ଖରାପ ଦିନ ଥିଲା... କଣ ବି ଆଉ କରିବା.. ଆଖିରୁ ଲୁହ ଝରେବା ଆଉ ନୀତି ମୁରୁକି ମୁରୁକି ହୋଇ କାନ୍ଦିବା ଛଡା ମୋ ପାଖରେ ଆଉ କିଛି ଉପାୟ ନାହିଁ କାରଣ ଏ ଲୁହ ହେଉଛି ଏକ ମାତ୍ର ଉପାୟ ବାପାଙ୍କର ଉପସ୍ଥିତିକୁ ଅନୁଭବ କରିବାକୁ.... ଆଉ ଏମିତି ସେଦିନ ବସୁ ବସୁ କେଜାଣି କାହିଁକି ମନକୁ କିଛି ଚାଲି ଆସିଲା ଆଉ ଲେଖୁ ଲେଖୁ ଲେଖି ଦେଲି କିଛି କାଗଜ ଉପରେ ଯାହା ମୋ ବାପାଙ୍କ ଉପରେ ଆଧାରିତ.... ଶିର୍ଷକ ଟି ହେଉଛି '' ବାପା ଥିଲ ତମେ କେତେ ଅପଣାର ''  ବାପା ତମେ ଥିଲ କେତେ ଆପଣାର....                       ହସ ଦେଇ ଲୁହକୁ କରିଲ ...

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ ଆଞା, ନମସ୍କାର... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ.. ଆଜିର ଶୀର୍ଷକ ଟି ହେଉଛି କିଛି ସ୍ୱପ୍ନ ଲୁହ ହୋଇ ଝରି ଯାଇଥାଏ .. ଯେଉଁଥିରେ ଆପଣ କିପରି ଜିବନରେ କିଛି ଦୁଃଖ କୁ ଭଲି ଖୁସିରେ ରହି ପାରିବେ,  ଆପଣଙ୍କ ଚାରି ପାଖେ ଥିବା ପ୍ରତ୍ୟେକ ଜିନଷ ପ୍ରତି କୃତଜ୍ଞ ହେବା ଦ୍ଵାରା କିପରି ଆପଣ ପୂର୍ବଠୁ ଅଧିକ ଖୁସି ହୋଇ ପାରୁଛନ୍ତି ତାହା ଜାଣିବାକୁ ପାଇବେ ତ ଚାଲନ୍ତୁ ଆଉ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତ୍ୟକ  ଶବ୍ଦକୁ  ପଢିବା  ଆଉ  ହୃଦୟଙ୍ଗମ କରିବା... ଜାଣିଛନ୍ତି ଗୋଟିଏ ପିଲା ଯେତେବେଳେ ଛୋଟ  ଥାଏନା ତା ମନ ଭିତରେ ସବୁବେଳେ ଜୀବନରେ କିଛି ନା କିଛି ବଡ କରିବାର ଚେଷ୍ଟା ଉଙ୍କି ମାରୁଥାଏ... ହେଲେ ଯେତେବେଳେ ସେ ଆସ୍ତେ ଆସ୍ତେ ବଡ ହୁଏ ସେଇ ସ୍ଵପ୍ନକୁ ଭୁଲିବାକୁ ଲାଗେ... ସେଥିରେ କିଛି ଲୋକ ନିଜ ସ୍ଵପ୍ନରେ ଅଟଳ ରହି ସ୍ଵପ୍ନକୁ ହାସଲ କରନ୍ତି ତ କିଛି ଲୋକ ଅଭାବ ଅସୁବିଧା, ଖରାପ ପରିସ୍ଥିତିର ଆଢୁଆଳରେ ଆସି ନିଜ ସ୍ଵପ୍ନକୁ ମନରେ ମାରି ଦିଅନ୍ତି ଆଉ  ଆଖିରୁ ଲୁହ ଝରାନ୍ତି... ତ କିଛି ଲୋକ ଚେଷ୍ଟା କରୁ କରୁ ନିଜ ସ୍ଵପ୍ନକୁ ଭୁଲି ଯାଆନ୍ତି.. ଜାଣିଛନ୍ତି ପ୍ରତ୍ୟକ ମଣିଷ ତା ଜିବନରେ ସବୁବେଳେ ଚାହୁଁ ଥାଏ କି ସେ ଚାହୁଁଥିବା ତାର ସ୍ଵପ୍ନ ସାକାର ହେଉ, ପାଖରେ ଟଙ୍କା ପଇସାର କିଛି ଅଭାବ ନ ରହୁ, ଦୁଃଖ ସୁଖ ରେ ସାଥ ଦେବା ପାଇଁ ଗୋଟେ ଭ...

ପ୍ରକୃତି vs ଡିଜିଟାଲ ଦୁନିଆ

  ପ୍ରକୃତି vs ଡିଜିଟାଲ ଦୁନିଆ ଆଞା ନମସ୍କାର୍... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ଆଜି ଗୋଟିଏ ବଢିଆ ଶୀର୍ଷକ ଉପରେ ଆମେ ଆଲୋଚନା କରିବାକୁ ଯାଉଛୁ ଯେଉଁଥିରେ ଆପଣ ଜାଣିବାକୁ ପାଇବେ କେମିତି ମଣିଷ ଦିନ କୁ ଦିନ ତାର ମାନସିକ ଶାନ୍ତି ହରେଇ ବସୁଛି, ଆଉ ସବୁ କିଛି ଥାଇବି କିପରି ମଣିଷ ହସିବା ଭୁଲି ଯାଉଛି, ଏଇ facebook, whatsup, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାରେ ବି ଏମିତି କଣ ଦୁନିଆ ଅଛି ଯାହା କେବଳ ଆପଣଙ୍କ ମନକୁ ଶାନ୍ତ ସ୍ଥିର ନୁହଁ ହୃଦୟକୁ ବି ଖୁସିରେ ଭରିଦେବ ତାହା ଆଜି ଜାଣିବାକୁ ପାଇବେ ତେଣୁ ଆଜିର ଶୀର୍ଷକଟି ହେଉଛି ପ୍ରକୃତି vs ଡିଜିଟାଲ ଦୁନିଆ .. ତ ଚାଲନ୍ତୁ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତି ଟି ଶବ୍ଦକୁ ପଢିବା ଆଉ ଉପଭୋଗ କରିବା... ଜାଣିଛନ୍ତି ମଣିଷ ସକାଳ ହେଲା ଠୁ ସୂର୍ଯ୍ୟ ନଇଁବା ପର୍ଯ୍ୟନ୍ତ ଡିଜିଟାଲ ଦୁନିଆରେ ଏତେ ବ୍ୟସ୍ତ ହୋଇ ଯାଇଛି କି ନିଜ ପାଖରେ ବସିଥିବା ଲୋକଙ୍କ ସହ ହସ ଖୁସିରେ ଦୁଇ ପଦ କଥା ହେବାକୁ ଭୁଲି ଯାଉଛି  ଆଜିର ମଣିଷ ହୁଏତ ବହୁତ ଆଗକୁ ଉନ୍ନତି କରୁଛି ହେଲେ ସେତିକି ଅଧିକ୍ ନିଜର ମାନସିକ ଶାନ୍ତି ହରେଇ ବସୁଛି... ଏଥିପାଇଁ  କେବଳ ଡିଜିଟାଲ ଦୁନିଆ ଯେ ଦାୟୀ ସେ କଥା ମୁଁ କହୁ ନାହିଁ.. ବାସ ଆପଣ ଗୋଟିଏ କଥା ଜାଣି ରଖନ୍ତୁ ଯେ.. ଏଇ facebook, WhatsApp, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାର ପ୍ରକୃତିରେ ଏମିତି ବହୁତ୍ ...