Skip to main content

Posts

Showing posts from January, 2022

ଅଭିଳାଷା

 ମଣିଷ ଏମିତି ନିତିଦିନ ସକାଳ ହେଲେ କିଛି ନୁଆ ସ୍ଵପ୍ନ ଦେଖୁଥାଏ ତ ସେହି ସ୍ଵପ୍ନ ପାଇଁ କାମ କରୁଥାଏ, ଆଉ କେବେ ସମୟ ପାଇଲେ ନିଜ ପରିବାର ସହ କୋଉଠି ଗୋଟିଏ ଭଲ ଜାଗାକୁ ବୁଲିବାକୁ ଯାଏ ସେ ହୁଏତ ମନ୍ଦିର, ପାର୍କ,waterfal, ବଡ଼ ବ୍ରିଜ୍, ବା ବଡ଼ ସିନେମା ହଲ ହୋଇପାରେ , ଆଉ ସେଇ ବୁଲି ଆସିବାର ଅନୁଭବ ତାକୁ ଜୀବନକୁ ଜିଇଁବା ପାଇଁ ଆଉ ଗୋଟିଏ ନୂଆ ପ୍ରେରଣା ଦେଇଥାଏ, ମନକୁ ଭଲ ପାଇବା ଓ ଆନନ୍ଦ ରେ ଭରି ଦେଇଥାଏ, ଆଉ ଜାଣିଛନ୍ତି ତାର ସେଇ ଗୋଟିଏ ଦିନ ର ଭ୍ରମଣ ତାର ସାତ ଦିନର ସହିଥିବା ସବୁ ଦୁଃଖ କଷ୍ଟ ସଂଘର୍ଷକୁ ଭୁଲେଇ ଦେଇଥାଏ... ଠିକ୍ ସେମିତି ସଫଳତା ବି ଆମର ସମୟ, ଆମର ସଂଘର୍ଷ ଓ କଷ୍ଟ ମାଗିଥାଏ ତେଣୁ ଯଦିଓ ଟିକେ କଷ୍ଟ ହୁଏ କିନ୍ତୁ ସଫଳତା ପାଇଗଲା ପରେ ତାର ଖୁସି ଆମର ସବୁ ଦୁଃଖ, କଷ୍ଟ, ସଂଘର୍ଷ କୁ ଭୂଲେଇ ଦେଈ ଥାଏ, ତଥାପି ଏହି ଜୀବନ କିଛି ସୁଖ, କିଛି ଦୁଃଖ ରେ ବିତିଯାଏ, ଯଦି ମଣିଷ ପ୍ରାଣ ପଣେ ଚେଷ୍ଟା କରେ ସେ ସବୁକିଛି ହାସଲ କରି ପାରିବ କିନ୍ତୁ ଯଦିଓ ମଣିଷ ସମୟ ଅନୁସାରେ ହାସଲ କରି ନିଏ ତଥାପି ତା ଜୀବନରେ କୋଉଠି ନା କୋଉଠି କିଛି ନା କିଛି ଅଭାବ ରହିଯାଏ , ଏହୀତ ମଣିଷ ଜୀବନ ଅଟେ, ଯେମିତି ଗୋଟିଏ ଧନୀ ଲୋକ ପାଖରେ ଟଙ୍କା, ପଇସା , ଗାଡ଼ି, ଆରାମ ଦାୟକ ଘର, ଶାନ୍ତିରେ ଖାଇବା ଶୋଇବା ପାଇଁ ସବୁକିଛି ସୁବିଧା ଥାଏ ତଥାପି ତା ଜୀବନ ରେ କିଛି ଅଭାବ ତାକୁ ଭିତରୁ କଷ୍ଟ ଦେଉଥାଏ, ଶାନ୍ତିରେ ଶୋଇବାକୁ...

ହୃଦୟ ଓ ମସ୍ତିଷ୍କ ଭିତରେ ପ୍ରେମ ଓ ଭବିଷ୍ୟତ

 '' ହୃଦୟ ଓ ମସ୍ତିଷ୍କ ଭିତରେ ପ୍ରେମ ଓ ଭବିଷ୍ୟତ'' ଜୀବନ ସାଥିର ଅନୁସନ୍ଧାନ ରେ ଦିନେ ମୁଁ ବାହାରି ପଡ଼ିଲି ଆଉ ଏମିତି ଖୋଜୁ ଖୋଜୁ ମିଳିଗଲା ଜଣେ ଅଜଣା ଅତିଥିଟିଏ ... ହାତ ଠାରି ଡାକିଲି ଆଉ ପଚାରିଲି ତମ ନା କଣ... ସେତେବେଳ ହୃଦୟ କହୁଥିଲା ଏମିତି ପଚାରିବା ଟା ଠିକ୍ ନଥିଲା କିନ୍ତୁ ମସ୍ତିଷ୍କ ବୁଝେଇ ଦେଉଥିଲା କି ହୃଦୟକୁ ପଚାର.. କଣ ଏ ଅତିଥି ତ ପାଇଁ ଠିକ ନୁହଁ କି ଆଉ ମୁଁ ଟିକେ ମୁରୁକି ହସି ଦେଇ କହୁଥିଲି '' ଖାଲି ମୁଁ ପସନ୍ଦ କଲେ କଣ ହେଲା ସେ ତ ପସନ୍ଦ କରିବା ଦରକାର"ଏମିତି ମନରେ କେତେ କଥା ଭାବୁ ଭାବୁ ଅଜଣା ଅତିଥି ଟି ଆଖି ପହନ୍ତା ରେ କୁଆଡେ ଉଭେଇ ଗଲା, ଆଉ ମୁଁ ତାକୁ ଗୋଟେ ସୁନ୍ଦର ସ୍ଵପ୍ନ ଭାବି ଆଗକୁ ବଢ଼ି ଚାଲିଲି... ପୁଣି ହଠାତ୍ କିଛି ଦିନ ପରେ ବାଟରେ ଯାଉ ଯାଉ ଗୋଟିଏ ସୁନ୍ଦର ଅତିଥି ଟିଏ ଦେଖିଲି .. ବାବରେ ସେ ଦେଖିବାକୁ ସ୍ଵୟଂ ଦେବୀ ଭଳି ଥିଲେ ଆଉ ମୁଁ ତ ତାଙ୍କ ସହିତ ନିଜକୁ ତୁଳନା କରି ପାରୁ ନଥିଲି... ପୁଣି ଭଗବାନ ହଠାତ୍ କଣ ଯାଦୁ କଲେ ନା କଣ.. ମୁଁ କିଛି ପଚାରିବା ପୂର୍ବରୁ.. ସେ ମୋ ପାଖକୁ ଆସି ଏମିତି କଣ ଗୋଟେ ପଚାରି ଦେଇ ଚାଲିଗଲା.. ତାର ଚାଲି ଗଲା ପରେ ମନେ ମନେ ବହୁତ ଖୁସି ହେଲି ଭାବିଲି ଏଇ ଥର ଆଉ ସିଙ୍ଗଲ ରହିବନି କିନ୍ତୁ ଦୁଃଖର ବିଷୟ ସେଦିନ ଯେ ସେ ପଚାରି ଯାଇଛି ଯେ ଯାଇଛି ଆଉ ଫେରିନି ... ଆଜି ଦେଖ.. ପରିବାର, ଭବିଷ୍ୟତ ଚାକିରୀ ରେ ମୁଁ ...