Skip to main content

ହୃଦୟ ଓ ମସ୍ତିଷ୍କ ଭିତରେ ପ୍ରେମ ଓ ଭବିଷ୍ୟତ

 ''ହୃଦୟ ଓ ମସ୍ତିଷ୍କ ଭିତରେ ପ୍ରେମ ଓ ଭବିଷ୍ୟତ''

ଜୀବନ ସାଥିର ଅନୁସନ୍ଧାନ ରେ ଦିନେ ମୁଁ ବାହାରି ପଡ଼ିଲି ଆଉ ଏମିତି ଖୋଜୁ ଖୋଜୁ ମିଳିଗଲା ଜଣେ ଅଜଣା ଅତିଥିଟିଏ ... ହାତ ଠାରି ଡାକିଲି ଆଉ ପଚାରିଲି ତମ ନା କଣ... ସେତେବେଳ ହୃଦୟ କହୁଥିଲା ଏମିତି ପଚାରିବା ଟା ଠିକ୍ ନଥିଲା କିନ୍ତୁ ମସ୍ତିଷ୍କ ବୁଝେଇ ଦେଉଥିଲା କି ହୃଦୟକୁ ପଚାର.. କଣ ଏ ଅତିଥି ତ ପାଇଁ ଠିକ ନୁହଁ କି ଆଉ ମୁଁ ଟିକେ ମୁରୁକି ହସି ଦେଇ କହୁଥିଲି '' ଖାଲି ମୁଁ ପସନ୍ଦ କଲେ କଣ ହେଲା ସେ ତ ପସନ୍ଦ କରିବା ଦରକାର"ଏମିତି ମନରେ କେତେ କଥା ଭାବୁ ଭାବୁ ଅଜଣା ଅତିଥି ଟି ଆଖି ପହନ୍ତା ରେ କୁଆଡେ ଉଭେଇ ଗଲା, ଆଉ ମୁଁ ତାକୁ ଗୋଟେ ସୁନ୍ଦର ସ୍ଵପ୍ନ ଭାବି ଆଗକୁ ବଢ଼ି ଚାଲିଲି... ପୁଣି ହଠାତ୍ କିଛି ଦିନ ପରେ ବାଟରେ ଯାଉ ଯାଉ ଗୋଟିଏ ସୁନ୍ଦର ଅତିଥି ଟିଏ ଦେଖିଲି .. ବାବରେ ସେ ଦେଖିବାକୁ ସ୍ଵୟଂ ଦେବୀ ଭଳି ଥିଲେ ଆଉ ମୁଁ ତ ତାଙ୍କ ସହିତ ନିଜକୁ ତୁଳନା କରି ପାରୁ ନଥିଲି... ପୁଣି ଭଗବାନ ହଠାତ୍ କଣ ଯାଦୁ କଲେ ନା କଣ.. ମୁଁ କିଛି ପଚାରିବା ପୂର୍ବରୁ.. ସେ ମୋ ପାଖକୁ ଆସି ଏମିତି କଣ ଗୋଟେ ପଚାରି ଦେଇ ଚାଲିଗଲା.. ତାର ଚାଲି ଗଲା ପରେ ମନେ ମନେ ବହୁତ ଖୁସି ହେଲି ଭାବିଲି ଏଇ ଥର ଆଉ ସିଙ୍ଗଲ ରହିବନି କିନ୍ତୁ ଦୁଃଖର ବିଷୟ ସେଦିନ ଯେ ସେ ପଚାରି ଯାଇଛି ଯେ ଯାଇଛି ଆଉ ଫେରିନି ... ଆଜି ଦେଖ.. ପରିବାର, ଭବିଷ୍ୟତ ଚାକିରୀ ରେ ମୁଁ ଆଜି ଏତେ ବ୍ୟସ୍ତ ହୋଇ ଯାଇଛି ପାଖରେ ସେ ସବୁ ପାଇଁ ସମୟ ନାହିଁ... ଆଉ ଏଇ ସବୁ ଜିନିଷ ରେ ବ୍ୟସ୍ତ ରହିବା ଯୋଗୁଁ ଭଗବାନଙ୍କ ଆର୍ଶୀବାଦ ନା କେଜାଣି ଆଉ ଏକା ଏକା ଅନୁଭବ ହେଉନି.... ଜାଣିଛନ୍ତି ଏକା ଏକା ଅନୁଭବ ହେବା ଟା ସତରେ ବହୁତ୍ କଷ୍ଟ ଅଟେ .. ବେଳେ ବେଳେ ଅନୁଭବ ହୁଏ ସାୟଦ୍ ପାଖରେ ଗୋଟିଏ ଜୀବନ ସାଥୀ ଥାଆନ୍ତା କୀ , ତା ସହିତ କେତେ ଗପ ସପ କରନ୍ତି.. କଣ କରିବା ଭଗବାନ ଭଲ ପାଇବା ଭଳି ଚେହେରା ଟିଏ ବନେଇନି କି impress କରିବକୁ କିଛି talent ଦେଇନି.. ଶୁଣିଛି ପ୍ରେମରେ ଚେହେରା କି height ଦେଖା ଯାଏନି କିନ୍ତୁ ବସ୍ତ୍ବ ଜିବନରେ ପ୍ରେମ କରିବା ପାଇଁ ଏ ସବୁ value କରି ଥାଏ...

 ଯାହା ବି ହେଉ ଗୋଟେ କଥା ଜାଣିଛନ୍ତି student period ସମୟରେ ନିଜକୁ ସବୁ distraction ରୁ ବଞ୍ଚେଇ single ରହିବା ଟା ବହୁତ୍ କଠିକର ପାଠ ଅଟେ... ଯେତେବେଳେ ଆମେ କ୍ୟାରିଅର ଗଢ଼ୁଥିଲୁ ମନରେ ଗୋଟିଏ ଧାରଣା ଥାଏ କି କାଳେ ପ୍ରେମ ରେ ପଡ଼ିଲେ ମୋର ପାଠ ଉପରେ ଧ୍ୟାନ କମି ଯିବକି.... କାଳେ ମୁଁ ମୋର ଭବିଷ୍ୟତ ଗଢି ପାରିବିନି କି.. ଏମିତି ଲକ୍ଷ ଲକ୍ଷ tension ରେ ବି ଆମେ ମନକୁ ବୁଝେଇ ଆଗକୁ ବଢ଼ି ଥାଉ ଆଉ ଭାବୁ ଦିନେ ବହୁତ୍ ପଇସା କମେଇବୁ ଆଉ ଗୋଟିଏ ସୁନ୍ଦର୍ ଝିଅ କୁ ପଟେଇବୁ .. ପୁଣି ଯେବେ ସେଇ ସମୟ ଆସେ ସେତେବେଳେ ଆମେ ଆହୁରି ବୁଝିବାସୁଝିବା ଲୋକ ହୋଇ ଯାଇଥାଉ ଆଉ ନିଜକୁ କହିବାକୁ ଲାଗୁ '' ଏ ସବୁ ବେକାର ଅଟେ'' କିନ୍ତୁ ପ୍ରକୃତରେ କହିବାକୁ ଗଲେ ''ଭଲ ପାଇବା '' ଗୋଟିଏ ସୁନ୍ଦର ଭାବନା ଅଟେ ଯେଉଁଥିରେ ଆପଣ ସବୁବେଳେ ଖୁସିରେ ରହୁଥିବେ, ଜୀବନକୁ ନେଇ ବହୁତ୍ excitement ଅନୁଭବ ହେଉ ଥାଏ ଆଉ ମନରେ କେତେ ନୂଆ ନୂଆ ସ୍ଵପ୍ନ ଘୁରି ବୁଲୁ ଥାଏ... ପ୍ରେମ କରିବା ଟା ପାପ ନୁହଁ ବାସ୍ ଉଚିତ୍ ସମୟରେ ଗୋଟିଏ ଭଲ ମଣିଷକୁ ଭଲ ପାଇବା ଦରକାର କାରଣ ଏମିତି ବି ନ ହେଉ କେବଳ ଆପଣ ପ୍ରେମରେ ପଡ଼ି ନିଜର ପରିବାର ଓ ଭବିଷ୍ୟତ କୁ  ଭୁଲିଯାଅ.. ଆଉ ପୁଣି କିଛି ଲୋକ ସଫଳତା ଓ ଭବିଷ୍ୟତ ପ୍ରତି ଭାବପ୍ରବଣ ହୋଇ ପରିବାର ଓ ନିଜ ଜୀବନ ସାଥୀକୁ ଅବହେଳା କରନ୍ତି .. କାରଣ ସେତେବେଳେ ମଣିଷ ସଫଳତା ଓ ପଇସା ଭୋକରେ ଏତେ ପାଗଳ ହୋଇ ଯାଏ କି ତାର ପରିବାର ଓ ନିଜ ଜୀବନ ସାଥୀ ପାଇଁ ବି ଟିକେ ସମୟ ବାହାର କରିପାରେ ନାହିଁ ଆଉ ହୋଇ ଯାଏ ଗୋଟିଏ ହୃଦୟହୀନ ବ୍ୟସ୍ତ ମଣିଷ... ଆଉ କହିବାକୁ ଲାଗେ'' ଏସବୁ ବେକାର , ମୋତେ କେବଳ ପଇସା ହିଁ ଦରକାର ''ଏବଂ ଆଉ ଯେତେବେଳେ ତାକୁ ପଇସା ଓ ସଫଳତା ମିଳିଯାଏ ସେତେବେଳକୁ ତାର ଜୀବନର ପ୍ରକୃତ ଆନନ୍ଦ ସରି ଯାଏ, ନା ପାଖରେ କେହି ବିଶ୍ଵସ୍ତ ଲୋକ ଥାଆନ୍ତି ,ନା ନିଜ ଜୀବନ ଠୁ ଅଧିକ ଭଲ ପାଉଥିବା ଜୀବନ ସାଥୀ ଟିଏ ଥାଏ, ଖାଲି କେବଳ ମିଛ ଲୋକ ଓ ମିଛ ସଂପର୍କ ରେ ବାନ୍ଧି ହୋଇ ରହି ଥାଏ ଯେଉଁ ମାନେ କେବଳ ପାଖରେ ରହିବାର ଅଭିନୟ କରନ୍ତି ଆଉ ଅସୁବିଧା ସମୟରେ କେହି ନଥାନ୍ତି

ସତ କଥା କହିବାକୁ ଗଲେ ସଫଳତା ପାଇବା ଲାଗି ଚେଷ୍ଟା କରିବା ଓ ତା ପାଇଁ ପାଗଳ ହେବା ଭଲ ଅଟେ କିନ୍ତୁ ନିଜ ଲୋକଙ୍କୁ ଅବହେଳା କରିବା, ତାଙ୍କର ଯତ୍ନ ନ ନେବା , ତାଙ୍କୁ ଭଲ ନ ପାଇବା ଏହା ଉଚିତ୍ ନୁହଁ... ତେଣୁ ତାଙ୍କୁ ସମୟ ପାଇଲେ ଭଲ ପାଇବା ଦିଅନ୍ତୁ, ତାଙ୍କର ମୂଲ୍ୟ ବୁଝନ୍ତୁ କାରଣ ଆମ ନିଜ ଲୋକମାନେ ଆମକୁ ହିଁ କେବଳ ଭଲ ପାଆନ୍ତି ..  ତାଙ୍କୁ କିଛି ଫରକ୍ ପଡ଼ି ନଥାଏ କି ଆପଣ କେତେ ପାଇସା କମଉଛନ୍ତି ନା କେତେ ପଇସା ଆପଣଙ୍କ ପାଖରେ ଅଛି..ଆଉ ଆମର ଅଭାବ ଅସୁବିଧା , ଦୁଃଖ ଝଡ ଝଂଜାରେ ସବୁବେଳେ ଆମର ପାଖେ ପାଖେ ଥାଆନ୍ତି.. ନାଁ କି ମିଛ ଲୋକଙ୍କ ଭଳି ରହିବାର ଅଭିନୟ କରନ୍ତି..

ଯଦି ଆପଣ କ୍ୟାରିୟର ଗଢ଼ୁଛନ୍ତି ଆଉ ମୋଭଳି single  ନାହାନ୍ତି 😃ଏବଂ alreday committeed  ଅଛନ୍ତି ତାହେଲେ ନିଜ ଭବିଷ୍ୟତ ବା କ୍ୟାରିଅର ଉପରେ ଧ୍ୟାନ ଦିଅନ୍ତୁ ଠିକ୍ କଥା ହେଲେ କ୍ୟାରିୟର ପାଇଁ ନିଜ ଜୀବନ ସାଥୀ କୁ ignore କରନ୍ତୁ ନାହିଁ.. ତାଙ୍କୁ ମଝିରେ ମଝିରେ ଭଲ ପାଇବା ଦିଅନ୍ତୁ.. ତାଙ୍କର care ନିଅନ୍ତୁ .. ଆପଣ କାହିଁକି ଏମିତି ଭାବୁ ନାହାନ୍ତି କି ଆପଣଙ୍କ ଜୀବନ ସାଥୀ ବି ଆପଣଙ୍କ ଲକ୍ଷ୍ୟ ହାସଲ ରେ ବି ସାହାଯ୍ୟ କରିବ , ଆଗକୁ ବଢିବା ପାଇଁ ପ୍ରେରଣା ଦେବ

ତେଣୁ କିଛି ଖରାପ ଲୋକ ଓ ତାଙ୍କର ଖରାପ କାମ ପାଇଁ " ଚିରନ୍ତ ପ୍ରେମ" ଉପରେ ଦୋଷ ଲଗାନ୍ତୁ ନାହିଁ .. ପ୍ରେମ ତ ଏକ ସୁନ୍ଦର୍ ଭାବନା ଯାହା ମଣିଷ କୁ ସବୁବେଳେ ଖୁସିରେ ରଖିଥାଏ ଏବଂ ବଞ୍ଚି ରହିବା ପାଇଁ ଏକ ରାହା ଦେଖେଇ ଥାଏ ତେଣୁ କାହାରିକୁ ପ୍ରେମ କରିବା ବା ଭଲ ପାଇବା ଭୁଲ ନୁହଁ ବାସ୍ ଜୀବନରେ ଗୋଟେ ବିଶ୍ଵସ୍ତ ମଣିଷକୁ ଭଲ ପାଅ ଯିଏ ଆପଣଙ୍କୁ ପ୍ରକୃତରେ ଭଲ ପାଉଥିବ , ଆପଣଙ୍କର ଯତ୍ନ ନେଉଥିବା,  ପଇସାକୁ ନୁହଁ ଆପଣଙ୍କୁ ମନ ପ୍ରାଣ ଦେଇ ଚାହୁଁ ଥିବ 

ହିଁ.. ଆମେ ସମସ୍ତେ ଜାଣିଛୁ ଏମିତି କେବେ ସମ୍ଭବ ନୁହଁ କିନ୍ତୁ କହିବାକୁ ଗଲେ ଏଠି କିଛି ବି ସମ୍ଭବ ହୋଇ ନଥାଏ ବରଂ ତାକୁ ସମ୍ଭବ କରିବାକୁ ପଡ଼େ ଆଉ ପାଖରେ ଥିବା ଜୀବନ ସାଥୀଟିକୁ ଏମିତି ବନେଇବାକୁ ପଡ଼େ ଏଥିପାଇଁ ଆପଣ ପରସ୍ପର ଭିତରେ ସେ ବିଷୟରେ କଥା ବି ହୋଇ ପାରନ୍ତି ଆପଣଙ୍କ ପସନ୍ଦ , ନାପସନ୍ଦ ବି share କରି ପାରନ୍ତି କିନ୍ତୁ ବାସ୍ ଗୋଟିଏ ଜିନିଷ ପରସ୍ପର.. ପରସ୍ପର କୁ ଭଲ ପାଆନ୍ତୁ , ଦୁହେଁ ଦୁହିଁ ଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ.. ଜିବନରେ ତ କେତେ ଅଭାବ ଅସୁବିଧା ଲାଗି ରହିଛି .. କେବେ ପାଖରେ ପଇସା ନାହିଁ ତ କେବେ ଦେହ ଭଲ ନାହିଁ ତ କେବେ ମନ... ଏସବୁ ସତ୍ତ୍ୱେ ବି ଦୁହେଁ ଦୁହିଁଙ୍କଙ୍କର ହାତ ଛାଡନ୍ତୁ ନାହିଁ .. ବରଂ ସବୁ ଅସୁବିଧା କୁ ଦୁହେଁ ମିଶି ସମାଧାନ କରନ୍ତୁ ଆଉ ଯଦି ଏମିତି କିଛି ବଡ଼ ଅସୁବଧା ଆସେ କି ଦୁହେଁ ଦୁହିଁଙ୍କ ହାତ ଛାଡ଼ିବାକୁ ବାଧ୍ୟ ହୁଅ ତାହେଲେ ସେଇ ସମୟ ଓ ମୁହୂର୍ତ୍ତକୁ ମନେ ପକାନ୍ତୁ କି ଆପଣ କାହିଁକି ପରସ୍ପର . ପରସ୍ପରକୁ ଭଲ ପାଇ ବସିଥିଲେ .. ସେଇ ସମୟରେ ମସ୍ତିଷ୍କର କଥାନୁହଁ ହୃଦୟର କଥା ଶୁଣନ୍ତୁ .. ଠିକ୍ ଅଛି friends ଏତିକି ରେ '' ହୃଦୟ ଓ ମସ୍ତିଷ୍କ ଭିତରେ ପ୍ରେମ ଓ ଭବିଷ୍ୟତ" ଶୀର୍ଷକ ଟି ସରିଲା .. କେମିତି ଲାଗିଲା please comment me.. ରହୁଛି ଆପଣଙ୍କର ଶୁଭ ଚିନ୍ତକ 'ପ୍ରଦୀପ'

Comments

Popular posts from this blog

ବାପା ଥିଲ ତମେ କେତେ ଆପଣାର

  ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ମୋ ବିଷୟରେ କହିବାକୁ ଗଲେ ମୁଁ ପେସା ରେ ଜଣେ nursing officer... ମୁଁ ମୋ free time ରେ କେବେ କିଛି କବିତା ଲେଖେ ତ କେବେ meditation କରେ ତ କେବେ କିଛି ସମୟ ପାଇଁ workout କରେ... ତ କେବେ କୁଆଡେ ଭଲ ଜାଗା କୁ ବୁଲିବାକୁ ଯାଏ... Life ମୋର ବହୁତ୍ beautiful ଥିଲା ଯେଉଁଠି ଗୋଟେ ସୁନ୍ଦର, ଗୋଟେ ଭଲ life style ଆଉ life ରେ settle ଥିଲି ... କଣ କରିବା ଭଗବାନଙ୍କର ଆମ ଖୁସି ଉପରେ ଲୋଭ ହୋଇଗଲା ଆଉ ଏମିତି ଏକ ସମୟ ଆସିଲା ଯେଉଁଠି ସବୁ କିଛି ଥିଲା ସତ କିନ୍ତୁ ମୁଁ ମୋ ବାପାଙ୍କୁ ହରେଇ ବସିଲି... ଗତ 31 ତାରିଖ ମେ ମାସ ସୋମବାର ବୋଧ ହୁଏ ମୋ life ରେ ସବୁଠୁ ଖରାପ ଦିନ ଥିଲା... କଣ ବି ଆଉ କରିବା.. ଆଖିରୁ ଲୁହ ଝରେବା ଆଉ ନୀତି ମୁରୁକି ମୁରୁକି ହୋଇ କାନ୍ଦିବା ଛଡା ମୋ ପାଖରେ ଆଉ କିଛି ଉପାୟ ନାହିଁ କାରଣ ଏ ଲୁହ ହେଉଛି ଏକ ମାତ୍ର ଉପାୟ ବାପାଙ୍କର ଉପସ୍ଥିତିକୁ ଅନୁଭବ କରିବାକୁ.... ଆଉ ଏମିତି ସେଦିନ ବସୁ ବସୁ କେଜାଣି କାହିଁକି ମନକୁ କିଛି ଚାଲି ଆସିଲା ଆଉ ଲେଖୁ ଲେଖୁ ଲେଖି ଦେଲି କିଛି କାଗଜ ଉପରେ ଯାହା ମୋ ବାପାଙ୍କ ଉପରେ ଆଧାରିତ.... ଶିର୍ଷକ ଟି ହେଉଛି '' ବାପା ଥିଲ ତମେ କେତେ ଅପଣାର ''  ବାପା ତମେ ଥିଲ କେତେ ଆପଣାର....                       ହସ ଦେଇ ଲୁହକୁ କରିଲ ...

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ ଆଞା, ନମସ୍କାର... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ.. ଆଜିର ଶୀର୍ଷକ ଟି ହେଉଛି କିଛି ସ୍ୱପ୍ନ ଲୁହ ହୋଇ ଝରି ଯାଇଥାଏ .. ଯେଉଁଥିରେ ଆପଣ କିପରି ଜିବନରେ କିଛି ଦୁଃଖ କୁ ଭଲି ଖୁସିରେ ରହି ପାରିବେ,  ଆପଣଙ୍କ ଚାରି ପାଖେ ଥିବା ପ୍ରତ୍ୟେକ ଜିନଷ ପ୍ରତି କୃତଜ୍ଞ ହେବା ଦ୍ଵାରା କିପରି ଆପଣ ପୂର୍ବଠୁ ଅଧିକ ଖୁସି ହୋଇ ପାରୁଛନ୍ତି ତାହା ଜାଣିବାକୁ ପାଇବେ ତ ଚାଲନ୍ତୁ ଆଉ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତ୍ୟକ  ଶବ୍ଦକୁ  ପଢିବା  ଆଉ  ହୃଦୟଙ୍ଗମ କରିବା... ଜାଣିଛନ୍ତି ଗୋଟିଏ ପିଲା ଯେତେବେଳେ ଛୋଟ  ଥାଏନା ତା ମନ ଭିତରେ ସବୁବେଳେ ଜୀବନରେ କିଛି ନା କିଛି ବଡ କରିବାର ଚେଷ୍ଟା ଉଙ୍କି ମାରୁଥାଏ... ହେଲେ ଯେତେବେଳେ ସେ ଆସ୍ତେ ଆସ୍ତେ ବଡ ହୁଏ ସେଇ ସ୍ଵପ୍ନକୁ ଭୁଲିବାକୁ ଲାଗେ... ସେଥିରେ କିଛି ଲୋକ ନିଜ ସ୍ଵପ୍ନରେ ଅଟଳ ରହି ସ୍ଵପ୍ନକୁ ହାସଲ କରନ୍ତି ତ କିଛି ଲୋକ ଅଭାବ ଅସୁବିଧା, ଖରାପ ପରିସ୍ଥିତିର ଆଢୁଆଳରେ ଆସି ନିଜ ସ୍ଵପ୍ନକୁ ମନରେ ମାରି ଦିଅନ୍ତି ଆଉ  ଆଖିରୁ ଲୁହ ଝରାନ୍ତି... ତ କିଛି ଲୋକ ଚେଷ୍ଟା କରୁ କରୁ ନିଜ ସ୍ଵପ୍ନକୁ ଭୁଲି ଯାଆନ୍ତି.. ଜାଣିଛନ୍ତି ପ୍ରତ୍ୟକ ମଣିଷ ତା ଜିବନରେ ସବୁବେଳେ ଚାହୁଁ ଥାଏ କି ସେ ଚାହୁଁଥିବା ତାର ସ୍ଵପ୍ନ ସାକାର ହେଉ, ପାଖରେ ଟଙ୍କା ପଇସାର କିଛି ଅଭାବ ନ ରହୁ, ଦୁଃଖ ସୁଖ ରେ ସାଥ ଦେବା ପାଇଁ ଗୋଟେ ଭ...

ପ୍ରକୃତି vs ଡିଜିଟାଲ ଦୁନିଆ

  ପ୍ରକୃତି vs ଡିଜିଟାଲ ଦୁନିଆ ଆଞା ନମସ୍କାର୍... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ଆଜି ଗୋଟିଏ ବଢିଆ ଶୀର୍ଷକ ଉପରେ ଆମେ ଆଲୋଚନା କରିବାକୁ ଯାଉଛୁ ଯେଉଁଥିରେ ଆପଣ ଜାଣିବାକୁ ପାଇବେ କେମିତି ମଣିଷ ଦିନ କୁ ଦିନ ତାର ମାନସିକ ଶାନ୍ତି ହରେଇ ବସୁଛି, ଆଉ ସବୁ କିଛି ଥାଇବି କିପରି ମଣିଷ ହସିବା ଭୁଲି ଯାଉଛି, ଏଇ facebook, whatsup, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାରେ ବି ଏମିତି କଣ ଦୁନିଆ ଅଛି ଯାହା କେବଳ ଆପଣଙ୍କ ମନକୁ ଶାନ୍ତ ସ୍ଥିର ନୁହଁ ହୃଦୟକୁ ବି ଖୁସିରେ ଭରିଦେବ ତାହା ଆଜି ଜାଣିବାକୁ ପାଇବେ ତେଣୁ ଆଜିର ଶୀର୍ଷକଟି ହେଉଛି ପ୍ରକୃତି vs ଡିଜିଟାଲ ଦୁନିଆ .. ତ ଚାଲନ୍ତୁ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତି ଟି ଶବ୍ଦକୁ ପଢିବା ଆଉ ଉପଭୋଗ କରିବା... ଜାଣିଛନ୍ତି ମଣିଷ ସକାଳ ହେଲା ଠୁ ସୂର୍ଯ୍ୟ ନଇଁବା ପର୍ଯ୍ୟନ୍ତ ଡିଜିଟାଲ ଦୁନିଆରେ ଏତେ ବ୍ୟସ୍ତ ହୋଇ ଯାଇଛି କି ନିଜ ପାଖରେ ବସିଥିବା ଲୋକଙ୍କ ସହ ହସ ଖୁସିରେ ଦୁଇ ପଦ କଥା ହେବାକୁ ଭୁଲି ଯାଉଛି  ଆଜିର ମଣିଷ ହୁଏତ ବହୁତ ଆଗକୁ ଉନ୍ନତି କରୁଛି ହେଲେ ସେତିକି ଅଧିକ୍ ନିଜର ମାନସିକ ଶାନ୍ତି ହରେଇ ବସୁଛି... ଏଥିପାଇଁ  କେବଳ ଡିଜିଟାଲ ଦୁନିଆ ଯେ ଦାୟୀ ସେ କଥା ମୁଁ କହୁ ନାହିଁ.. ବାସ ଆପଣ ଗୋଟିଏ କଥା ଜାଣି ରଖନ୍ତୁ ଯେ.. ଏଇ facebook, WhatsApp, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାର ପ୍ରକୃତିରେ ଏମିତି ବହୁତ୍ ...