Skip to main content

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ

ଆଞା, ନମସ୍କାର... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ.. ଆଜିର ଶୀର୍ଷକ ଟି ହେଉଛି କିଛି ସ୍ୱପ୍ନ ଲୁହ ହୋଇ ଝରି ଯାଇଥାଏ.. ଯେଉଁଥିରେ ଆପଣ କିପରି ଜିବନରେ କିଛି ଦୁଃଖ କୁ ଭଲି ଖୁସିରେ ରହି ପାରିବେ,  ଆପଣଙ୍କ ଚାରି ପାଖେ ଥିବା ପ୍ରତ୍ୟେକ ଜିନଷ ପ୍ରତି କୃତଜ୍ଞ ହେବା ଦ୍ଵାରା କିପରି ଆପଣ ପୂର୍ବଠୁ ଅଧିକ ଖୁସି ହୋଇ ପାରୁଛନ୍ତି ତାହା ଜାଣିବାକୁ ପାଇବେ ତ ଚାଲନ୍ତୁ ଆଉ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତ୍ୟକ  ଶବ୍ଦକୁ ପଢିବା ଆଉ  ହୃଦୟଙ୍ଗମ କରିବା...

ଜାଣିଛନ୍ତି ଗୋଟିଏ ପିଲା ଯେତେବେଳେ ଛୋଟ ଥାଏନା ତା ମନ ଭିତରେ ସବୁବେଳେ ଜୀବନରେ କିଛି ନା କିଛି ବଡ କରିବାର ଚେଷ୍ଟା ଉଙ୍କି ମାରୁଥାଏ... ହେଲେ ଯେତେବେଳେ ସେ ଆସ୍ତେ ଆସ୍ତେ ବଡ ହୁଏ ସେଇ ସ୍ଵପ୍ନକୁ ଭୁଲିବାକୁ ଲାଗେ...

ସେଥିରେ କିଛି ଲୋକ ନିଜ ସ୍ଵପ୍ନରେ ଅଟଳ ରହି ସ୍ଵପ୍ନକୁ ହାସଲ କରନ୍ତି ତ କିଛି ଲୋକ ଅଭାବ ଅସୁବିଧା, ଖରାପ ପରିସ୍ଥିତିର ଆଢୁଆଳରେ ଆସି ନିଜ ସ୍ଵପ୍ନକୁ ମନରେ ମାରି ଦିଅନ୍ତି ଆଉ  ଆଖିରୁ ଲୁହ ଝରାନ୍ତି... ତ କିଛି ଲୋକ ଚେଷ୍ଟା କରୁ କରୁ ନିଜ ସ୍ଵପ୍ନକୁ ଭୁଲି ଯାଆନ୍ତି..

ଜାଣିଛନ୍ତି ପ୍ରତ୍ୟକ ମଣିଷ ତା ଜିବନରେ ସବୁବେଳେ ଚାହୁଁ ଥାଏ କି ସେ ଚାହୁଁଥିବା ତାର ସ୍ଵପ୍ନ ସାକାର ହେଉ, ପାଖରେ ଟଙ୍କା ପଇସାର କିଛି ଅଭାବ ନ ରହୁ, ଦୁଃଖ ସୁଖ ରେ ସାଥ ଦେବା ପାଇଁ ଗୋଟେ ଭଲ ଜୀବନ ସାଥୀଟିଏ ମିଳିଯାଉ, ରହିବା ପାଇଁ ସୁନ୍ଦର ଆରାମ୍ ଦାୟକ ଘରଟିଏ ଥାଉ ଆଉ ସେ ତା ଜୀବନ ରେ ସବୁବେଳେ ଖୁସିରେ ଥାଉ...

ଏଇ ସ୍ଵପ୍ନ କେବଳ ମୁଁ ନୁହଁ ପ୍ରାୟତଃ ସମସ୍ତେ ଦେଖିଥାନ୍ତି.. ଏଥିରେ କିଛି ଲୋକ ସଫଳ ହୁଅନ୍ତି ତ କିଛି ଲୋକ ପରିସ୍ଥିତିରେ ପଡି ନିଜ ସ୍ଵପ୍ନକୁ ମନରେ ମାରି ଦିଅନ୍ତି..

 ଦେଖିବାକୁ ଗଲେ ଏଠି କାହାର କିଛି ଭୁଲ ନାହିଁ.. ନା ସେଇ ମଣିଷର ଯିଏ ଅଭାବ, ଅସୁବିଧା, ଖରାପ ପରିସ୍ଥିତିର ଆଢୁଆଳରେ ଆସି ନିଜ ସ୍ଵପ୍ନ ଆଗରେ ହାରି ଯାଇଛି... ଯେମିତି କି ଗୋଟେ ଗରିବ ପିଲା ଭଲ ପାଠ ପଢୁଥିଲେ ମଧ୍ୟ ଉଚ୍ଚ ଶିକ୍ଷାର ସୁଯୋଗ ନ ମିଳିବା ଯୋଗୁଁ ତା ଜିବନରେ ଦେଖୁଥିବା ସ୍ଵପ୍ନ କୁ ମନରେ ମାରି ଦେଇଥାଏ...କାରଣ ସମସ୍ତଙ୍କ ଜୀବନ ସମାନ ହୋଇ ନଥାଏ.. କେଉଁଠି କିଏ ଦୁଇ ଓଳି ଦୁଇ ମୁଠା ଖାଇବାକୁ ସଂଘର୍ଷ କରିଥାଏ ତ କିଏ ଦୁଇ କୋଟି ଲୋକଙ୍କୁ ଅନ୍ନ ଦାନ କରିଥାଏ ତ କିଏ କେଉଁଠି ସ୍ୱପ୍ନକୁ ହାସଲ କରି ଖୁସି ମନାଉ ଥାଏ ତ କିଏ ନିଜ ସ୍ୱପ୍ନକୁ ମନ ଭିତରେ ମାରି ଆଖିରୁ ଲୁହ ଝରାଉ ଥାଏ... କିଛି ଲୋକ ଏମିତି ବି ଥାଆନ୍ତି ଅନ୍ୟର ଦେଖାଶୁଣା କରିବା ପାଇଁ ନିଜ ସ୍ୱପ୍ନକୁ ତ୍ୟାଗ କରି ଦିଅନ୍ତି ତ କିଏ ନିଜ ପାଖରେ ଯଥେଷ୍ଟ ଦକ୍ଷତା ଥାଇ ମଧ୍ଯ କିଛି ପରିସ୍ଥିତି ଯୋଗୁଁ ନିଜ ସ୍ଵପ୍ନକୁ ପୁରା କରି ପାରେ ନାହିଁ.. 

କଣ ଅଛି ସେଇଠୁ.. ସ୍ଵପ୍ନ ଛୋଟ ହେଉ ବା ବଡ ହେଉ.. ଏହା କେବଳ ଆମ ଜିବନର ଗୋଟିଏ ମାତ୍ର ଅଂଶ ଅଟେ.. ଏହା ଆମ ଖୁସି ଉପରେ କୌଣସି ପ୍ରଭାବ ପକେଇ ପାରିବ ନାହିଁ... ତେଣୁ ସ୍ଵପ୍ନ ପୁରା ନ ହେଲା ବୋଲି ଆଖିରୁ ଲୁହ ଝରାଇ ଲାଭ କିଛି ନାହିଁ ବାସ୍ ଆପଣ ଖୁସି ରେ ରୁହନ୍ତୁ... ଆଉ ନିଜକୁ କେବେ ନିମ୍ନ ବୋଲି ଭାବନ୍ତୁ ନାହିଁ.. ଆପଣ ଯେମିତି ବି ଅଛନ୍ତି ଠିକ୍ ରେ ଅଛନ୍ତି.. ଜୀବନ ଆମକୁ ଯାହା ବି ଦେଇଚି ବାସ୍ ସେଥିରେ ଖୁସି ହେବା ଉଚିତ୍.. କଣ ହେଲା ସେଇଠୁ କି ଆମ ପାଖରେ ସେଇ ଜିନିଷ ନାହିଁ... ଜାଣିଛନ୍ତି ଆମ ସମସ୍ତଙ୍କ ପାଖରେ ଏମିତି ବି କିଛି ଜିନିଷ ଅଛି ଯାହାକୁ ଅନ୍ୟ ମାନେ ପାଇବା ପାଇଁ ସ୍ୱପ୍ନ ଦେଖି ଥାଆନ୍ତି ତେଣୁ ଆପଣଙ୍କ ଚାରିପାଖରେ ଥିବା ପ୍ରତ୍ୟେକ ଜିନଷ ପ୍ରତି କୃତଜ୍ଞ ବା grateful ହୁଅନ୍ତୁ କାରଣ ଏହା ହିଁ ହେଉଛି ଜୀବନର କିଛି ଦୁଃଖ କୁ ଭୁଲି ଖୁସି ରହିବାର ଏକ ମାତ୍ର ଉପାୟ... ବାସ ସବୁବେଳେ ନିଜକୁ କୁହନ୍ତୁ କି ସ୍ଵପ୍ନ ପୁରା ହେଉ କି ନ ହେଉ.. ମୁଁ ଚାହୁଁଥିବା ଜିନଷ ହାସଲ ହେଉ କି ନ ହେଉ ମୁଁ କିନ୍ତୁ ସବୁବେଳେ ଖୁସିରେ ରହିବି.. ମୋ ପାଖରେ ଥିବା ପ୍ରତ୍ୟକ ଜିନଷ ପ୍ରତି କୃତଜ୍ଞ ହେବି..ବିଶ୍ବାସ କରନ୍ତୁ ଏମିତି କରିବା ଦ୍ୱାରା ଦେଖିବେ କିଛି ଦିନ ପରେ ଆପଣ ପୁର୍ବଠୁ ଅଧିକ ନିଶ୍ଚୟ ଖୁସି ରେ ରହିବେ.. ଠିକ୍ ଅଛି friends ଏତିକିରେ କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ ଶୀର୍ଷକ ଟି ଶେଷ ହେଲା.. କେମିତି ଲାଗିଲା please comment me..

Comments

Popular posts from this blog

ବାପା ଥିଲ ତମେ କେତେ ଆପଣାର

  ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ମୋ ବିଷୟରେ କହିବାକୁ ଗଲେ ମୁଁ ପେସା ରେ ଜଣେ nursing officer... ମୁଁ ମୋ free time ରେ କେବେ କିଛି କବିତା ଲେଖେ ତ କେବେ meditation କରେ ତ କେବେ କିଛି ସମୟ ପାଇଁ workout କରେ... ତ କେବେ କୁଆଡେ ଭଲ ଜାଗା କୁ ବୁଲିବାକୁ ଯାଏ... Life ମୋର ବହୁତ୍ beautiful ଥିଲା ଯେଉଁଠି ଗୋଟେ ସୁନ୍ଦର, ଗୋଟେ ଭଲ life style ଆଉ life ରେ settle ଥିଲି ... କଣ କରିବା ଭଗବାନଙ୍କର ଆମ ଖୁସି ଉପରେ ଲୋଭ ହୋଇଗଲା ଆଉ ଏମିତି ଏକ ସମୟ ଆସିଲା ଯେଉଁଠି ସବୁ କିଛି ଥିଲା ସତ କିନ୍ତୁ ମୁଁ ମୋ ବାପାଙ୍କୁ ହରେଇ ବସିଲି... ଗତ 31 ତାରିଖ ମେ ମାସ ସୋମବାର ବୋଧ ହୁଏ ମୋ life ରେ ସବୁଠୁ ଖରାପ ଦିନ ଥିଲା... କଣ ବି ଆଉ କରିବା.. ଆଖିରୁ ଲୁହ ଝରେବା ଆଉ ନୀତି ମୁରୁକି ମୁରୁକି ହୋଇ କାନ୍ଦିବା ଛଡା ମୋ ପାଖରେ ଆଉ କିଛି ଉପାୟ ନାହିଁ କାରଣ ଏ ଲୁହ ହେଉଛି ଏକ ମାତ୍ର ଉପାୟ ବାପାଙ୍କର ଉପସ୍ଥିତିକୁ ଅନୁଭବ କରିବାକୁ.... ଆଉ ଏମିତି ସେଦିନ ବସୁ ବସୁ କେଜାଣି କାହିଁକି ମନକୁ କିଛି ଚାଲି ଆସିଲା ଆଉ ଲେଖୁ ଲେଖୁ ଲେଖି ଦେଲି କିଛି କାଗଜ ଉପରେ ଯାହା ମୋ ବାପାଙ୍କ ଉପରେ ଆଧାରିତ.... ଶିର୍ଷକ ଟି ହେଉଛି '' ବାପା ଥିଲ ତମେ କେତେ ଅପଣାର ''  ବାପା ତମେ ଥିଲ କେତେ ଆପଣାର....                       ହସ ଦେଇ ଲୁହକୁ କରିଲ ...

ପ୍ରକୃତି vs ଡିଜିଟାଲ ଦୁନିଆ

  ପ୍ରକୃତି vs ଡିଜିଟାଲ ଦୁନିଆ ଆଞା ନମସ୍କାର୍... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ଆଜି ଗୋଟିଏ ବଢିଆ ଶୀର୍ଷକ ଉପରେ ଆମେ ଆଲୋଚନା କରିବାକୁ ଯାଉଛୁ ଯେଉଁଥିରେ ଆପଣ ଜାଣିବାକୁ ପାଇବେ କେମିତି ମଣିଷ ଦିନ କୁ ଦିନ ତାର ମାନସିକ ଶାନ୍ତି ହରେଇ ବସୁଛି, ଆଉ ସବୁ କିଛି ଥାଇବି କିପରି ମଣିଷ ହସିବା ଭୁଲି ଯାଉଛି, ଏଇ facebook, whatsup, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାରେ ବି ଏମିତି କଣ ଦୁନିଆ ଅଛି ଯାହା କେବଳ ଆପଣଙ୍କ ମନକୁ ଶାନ୍ତ ସ୍ଥିର ନୁହଁ ହୃଦୟକୁ ବି ଖୁସିରେ ଭରିଦେବ ତାହା ଆଜି ଜାଣିବାକୁ ପାଇବେ ତେଣୁ ଆଜିର ଶୀର୍ଷକଟି ହେଉଛି ପ୍ରକୃତି vs ଡିଜିଟାଲ ଦୁନିଆ .. ତ ଚାଲନ୍ତୁ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତି ଟି ଶବ୍ଦକୁ ପଢିବା ଆଉ ଉପଭୋଗ କରିବା... ଜାଣିଛନ୍ତି ମଣିଷ ସକାଳ ହେଲା ଠୁ ସୂର୍ଯ୍ୟ ନଇଁବା ପର୍ଯ୍ୟନ୍ତ ଡିଜିଟାଲ ଦୁନିଆରେ ଏତେ ବ୍ୟସ୍ତ ହୋଇ ଯାଇଛି କି ନିଜ ପାଖରେ ବସିଥିବା ଲୋକଙ୍କ ସହ ହସ ଖୁସିରେ ଦୁଇ ପଦ କଥା ହେବାକୁ ଭୁଲି ଯାଉଛି  ଆଜିର ମଣିଷ ହୁଏତ ବହୁତ ଆଗକୁ ଉନ୍ନତି କରୁଛି ହେଲେ ସେତିକି ଅଧିକ୍ ନିଜର ମାନସିକ ଶାନ୍ତି ହରେଇ ବସୁଛି... ଏଥିପାଇଁ  କେବଳ ଡିଜିଟାଲ ଦୁନିଆ ଯେ ଦାୟୀ ସେ କଥା ମୁଁ କହୁ ନାହିଁ.. ବାସ ଆପଣ ଗୋଟିଏ କଥା ଜାଣି ରଖନ୍ତୁ ଯେ.. ଏଇ facebook, WhatsApp, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାର ପ୍ରକୃତିରେ ଏମିତି ବହୁତ୍ ...