ମୋର ପାସେ ଥିଲେ ଦୁଇ ଭଉଣୀ....
ସ୍ନେହ ମମତାର ଦୁହେଁ ମୌଡମଣି...
ଆଚରଣ ବ୍ୟବହାର ତାଙ୍କର ଅତି ମଧୁର...
ମୁଁ ଗୋଟିଏ ଭାଇ ବୋଲି କରନ୍ତି ଭାରି ଆଦର...
ଆସୁ ଅବା ଯେତେ ଦୁର୍ଦିନ..
ହେବିନି କେବେ କାହା ଠାରୁ ବିଚ୍ଛିନ୍ନ...
ସୁଖ ଦୁଃଖର ଅବା ସାଥୀ ସେ ମୋହର..
କଥା ଦେଲି କଥା ଦେଲି ହେବିନି କେବେ ପର..
ତାଙ୍କ ମମତା ବନ୍ଧନେ ମୁଁ ତ ଖଞ୍ଜା...
ବିଛିନ୍ନ ହେବିନି କେବେ ଆସୁ ଯେତେ ଝଡ ଝଞ୍ଜା...
ସ୍ନେହର ଲୋତକେ ବାନ୍ଧିଛନ୍ତି ମୋତେ..
ଦୁହେଁ ଲଗାନ୍ତି ମୋ ପିଣ୍ଡ ସତେ..
ସୂର୍ଯ୍ୟ ବିନା ପଦ୍ମ ନାହିଁ... ପାଣି ବିନା ମାଛ ନାହିଁ..
ତାଙ୍କ ବିନା ମୋର ଆତ୍ମା ନାହିଁ..
ବିଜୁଳି ର ଆଲୋକେ ଆଲୋକିତ ହୁଏ ଆକାଶ
ସତେକି ଲଗାନ୍ତି..ମୋ ଦୁଇ ଆଖି ସଦୃଶ..
ଦୁହିଁଙ୍କୁ ନେଇ ଗଢ଼ା ମୋ ଶରୀର...
କରନ୍ତିନି କେବେ ପତର ଅନ୍ତର..
ମରି ଯିବି ମରି ଯିବି ତାଙ୍କ ବିନା..
ପ୍ରଭୁ ମୋତେ ତାଙ୍କଠୁ ଅଲଗା କରନା..
Comments
Post a Comment