Skip to main content

ମାଆ ପରି କିଏ ହେବାରେ

 ପୁଲଠୁ କମଳ, ମଧୁଠୁ ମଧୁର 

                               ହେଉଛି ମାଆ....

ପୃଥିବୀ ପରି ସହିଷ୍ଣୁ, ପାହାଡ଼ ପରି କଠୋର 

                ହେଉଛି ମାଆ

ଭରି ଦିଏ ମନ ମୋର ସ୍ୱପନ ଯେ ନୂଆ...

ମୋହରି ପାଇଁ ଜଳିଛି ଯେ କେତେ...

ହିସାବ ନାହିଁ ମୋ ପାଇଁ 

                      ଲୁହ ଢାଳିଛି ଯେ କେତେ...

ମାଆର ପଣତ କାନି ହେଉଛି ଶ୍ରୀ ମନ୍ଦିରର ନେତ..

ନିଜେ ଦୁଃଖ କଷ୍ଟ ପାଇ

                  ମୋ ପାଇଁ ବୁହାଇଛି ଯେ କେତେ ରକତ...

ଦୟା କୋମଳତା ଅନାବିଳ ତା ପ୍ରେମ..

ଟିକିଏ ହାତ ଆଉଁସାରେ 

                      ମେଣ୍ଟାଇଦିଏ ମୋ ଜଖମ...

ତାରି ମାଧ୍ୟମେ ଦେଖିଲି ମୁଁ ଦୁନିଆ...

                   ତା ଯୋଗୁ ଶିଖିଲି ଟିକେ ମଣିଷ ପଣିଆ...

ମନ ଜାଣି ମାଆ ମୋର କଥା ଶୁଣିଥାଏ

                      ତା ପରି ଜଗତେ ନାହିଁ ଆଉ କିଏ....

ସ୍ନେହମୟୀ, ମମତାମୟୀ ମାଆ ମୋର...

                    କେତେ ଅଳି ଅର୍ଦ୍ଦଳି ସହିଛି ସେ ମୋର....

ନିଜ ସୁଖ ଛାଡି ସହିଛି କଷ୍ଟ ସେ ଦିନ ରାତି...

     ମିଠା ମିଠା କଥା କହି.... 

                ମେଣ୍ଟାଇ ଦିଏ ମୋ ମନର କ୍ଳାନ୍ତି....

ହଜେଇ ଦିଏ ମଜେଇ ଦିଏ ତା ମିଠା ପରସରେ....

             ମୋ ମାଆ ପରି କିଏ ହେବରେ..

କୃଷ୍ଣ ପାଇଁ ମାଆ ଯଶୋଦା ବଡ, 

       ଗଣେଶ ପାଇଁ ମାଆ ପାର୍ବତୀ ବଡ 

                 ହେଲେ ମୋ ପାଇଁ ମୋ ମାଆ ବଡ...

ବିଶାଳ ବୃକ୍ଷ ସଦୃଶ ତା ସ୍ନେହ ମମତା ଛାଇ...

         ନିଜେ ନ ଖାଇ ପେଟେ ଓଦା କନାଦେଇ

                     ଶାଗ ପଖାଳ ମୋତେ ଦିଏ ଖୁଆଇ...

କେତେବେଳେ ମୋ ପାଇଁ ସାଜେ ଶିକ୍ଷୟିତ୍ରୀତ

          କେବେ ସାଜେ ମୋ ପାଇଁ ପ୍ରଶିକ୍ଷକ..

ସେ ପରା ହେଉଛି ବଳ ଆସା ସାନ୍ତନାର ପ୍ରତୀକ...

ଲୋଡ଼ା ନାହିଁ ମୋର ଦେବାଳୟ ଯିବା

                   କି ପୂଜିବା ସତ ଦେବତା... 

              ସେ ପରା ହେଉଛି ଚଳନ୍ତି ଦେବତା.... 

ରୋଗେ ମୁଁ ପଡିଥିଲେ ସେବା କରୁଥାଏ 

                             ଅଖିଆ ଅନିଦ୍ରା ହୋଇ... 

ନିତି ଡାକୁଥାଏ '' ମୋ ଆୟୁଷ ନେଇ 

                             ଭଲ କରି ଦେ ସାଇଁ '' ... 

କଣ୍ଟକିତ ରାସ୍ତାରେ ଫୁଲର

                           ଅନୁଭବ ହେଉଛି ମାଆ... 

ସ୍ୱାର୍ଥପର ଦୁନିଆରେ ବିଶ୍ଵାସମୟୀ

               ହେଉଛି ମାଆ.. 

କରୁଣାର ବିନ୍ଦୁ ମମତାର ସିନ୍ଧୁ 

                 ହେଉଛି ମାଆ... 

ତାକୁ ବର୍ଣନା କରିବାକୁ ମୋ ପାଖେ ନାହିଁ ଉପମା.. 

           ତା ଗାଳି ମୋ ପାଇଁ ହେଉଛି ଶିକ୍ଷା... 

ନିଜେ ସବୁ ସହି ମୋତେ ପ୍ରତି 

                         ମୁହୂର୍ତ୍ତରେ କରୁଥାଏ ରକ୍ଷା.. 

ତା ସ୍ନେହ ହେଉଛି ମୋ ପାଇଁ ଅଭୁଲା ସ୍ମୃତି... 

ଆଗକୁ ବଢିବା ପାଇଁ ନିତି ମୋତେ ଦେଉଥାଏ ଶକ୍ତି.. 

ମୋ ପାଇଁ ସହେ ସେ କଷ୍ଟ କେତେବାର.. 

ସେ ପରା ହେଉଛି ସ୍ନେହ

                 ମମତାର ସୀମାହୀନ ସାଗର.. 

ସେନେହ ବଳା କଥା ତାର.. 

                           ପରକୁ କରେ ଆପଣାର.. 

ମଧୁର ସେନେହ ତାର ସରଗଠୁ ବଳି....

         ଜନମେ ଜନମେ ତା ପଦେ

                          ମଥା ରହୁ ମୋର ଢ଼ଳି... 

ବହୁ କଷ୍ଟେ ଜନମ ଦେଇଛି କରି 

                   ଦଶ ମାସ ଦଶ ଦିନ ଗର୍ଭ ଧାରଣ... 

ପାରିବନି ପାରିବିନି ସୁଝି ତା ରୁଣ... 

                   ଶିଖାଏ ସେ ମୋତେ କେତେ ଆଚରଣ.. 

ମୋରି ପାଇଁ ନିତି କରୁଥାଏ 

                 କେତେ ଦିଅ ଦେବତା ସ୍ମରଣ... 

ଅର୍ଜୁନ ପାଇଁ ଯଦି କୃଷ୍ଣ ସାରଥୀ... 

                    ମୋ ପାଇଁ ମୋ ମାଆ ସାରଥୀ.. 

ସତରେ ମାଆ ହେଉଛି ଫୁଲଠୁ କମଳ, 

            ମଧୁଠୁ ମଧୁର ଆଉ 

                     ସ୍ନେହ ମମତାର ସୀମାହୀନ ସାଗର

Comments

Popular posts from this blog

ମୁଁ ବନସ୍ମିତା ମହାରଣା

  ମୁଁ ବନସ୍ମିତା ମହାରଣା ଓ ମୋର auto Biography ମୁଁ ବନସ୍ମିତା ମହାରଣା ... profession ରେ ଜଣେ ANM... Last କିଛି ମାସ ତଳେ ମୁଁ govt jobs ପାଇଲି... ଆଜି ମୁଁ ଆପଣଙ୍କୁ ମୋ biography କହିବାକୁ ଯାଉଛି... ମୁଁ ଜାଣିଛି... ଏ ଦୁନିଆଁ କେବଳ ଆମ ସଫଳତାକୁ ଦେଖିଥାଏ ହେଲେ ସେ ସଫଳତା ରାସ୍ତା ରେ ପହଞ୍ଚିବା ପାଇଁ ମୁଁ ଯେ କେତେ ସଙ୍ଘର୍ଷ ର କାଚଖଣ୍ଡ ମାଡ଼ି ଆସିଛି ତାହା ମୁଁ ଜାଣିଛି... ବୋଧ ହୁଏ ଆପଣ ଙ୍କୁ ଏହା ଗପ ଲାଗୁ ଥିବ କିନ୍ତୁ ଏହା ମୋ ଜୀବନ ଘଟିଥିବା ପ୍ରକୃତ କାହାଣୀ ଅଟେ... ମୁଁ  ଏସବୁ ଆପଣଙ୍କୁ ଶଦ୍ଦ ମାଧ୍ୟମ ରେ ଠିକ ସେ କେବେ ବି ବର୍ଣ୍ଣନା କରି ପାରିବିନି କାରଣ ଏସବୁ ସିନା ଖାଲି ଆପଣ ପଢୁଛନ୍ତି.... କିନ୍ତୁ ମୁଁ ଏହାକୁ ମୋ ଜୀବନ ରେ ଅତିକ୍ରମ କରି ଆସିଛି... ଆମେ ବାପଙ୍କର ଗୋଟିଏ ଭାଇ ଭିତରେ ପାଞ୍ଚ ଭଉଣୀ ଥିଲୁ... ଭାଇ ସାନ ଆଉ ଆମେ ସବୁ ବଡ... ଜାଣିଛନ୍ତି ଛଅ ଟି ପିଲା ଙ୍କୁ ପାଠ ପଢେଇବା... ତାଙ୍କର ପ୍ରତି ଟି ଆବଶ୍ୟକ ତା ପୁରାଣ କରିବା.., ପୁଣି ଘର କୁ ଚଳେଇବା..ସତ ରେ ବାପା ଆପଣ ଜଣେ ପ୍ରକୃତ ଯୋଦ୍ଧା ଅଟ.... ମୁଁ ହୁଏତ ଏସବୁ ଶଦ୍ଧ ମାଧ୍ୟମ ରେ ପ୍ରକାଶ କରି ପାରିବିନି ହେଲେ... ଏସବୁ ଆପଣ ମାନଙ୍କୁ ନ କହିବି ବି ରହି ପାରୁନି.... ବୋଧ ହୁଏ ବାପା ଆପଣଙ୍କ ଦୁଃଖ କଷ୍ଟ କୁ ବୁଝି ଥିଲୁ ବୋଲି ଆମେ ଆଜି ତିନି ଭଉଣୀ job କରି ପାରିଛୁ.. ସେଥି ପାଇଁ ମୁଁ ମୋ ଜୀବନ ରେ ଗୋଟି...

ଅଭିଳାଷା

 ମଣିଷ ଏମିତି ନିତିଦିନ ସକାଳ ହେଲେ କିଛି ନୁଆ ସ୍ଵପ୍ନ ଦେଖୁଥାଏ ତ ସେହି ସ୍ଵପ୍ନ ପାଇଁ କାମ କରୁଥାଏ, ଆଉ କେବେ ସମୟ ପାଇଲେ ନିଜ ପରିବାର ସହ କୋଉଠି ଗୋଟିଏ ଭଲ ଜାଗାକୁ ବୁଲିବାକୁ ଯାଏ ସେ ହୁଏତ ମନ୍ଦିର, ପାର୍କ,waterfal, ବଡ଼ ବ୍ରିଜ୍, ବା ବଡ଼ ସିନେମା ହଲ ହୋଇପାରେ , ଆଉ ସେଇ ବୁଲି ଆସିବାର ଅନୁଭବ ତାକୁ ଜୀବନକୁ ଜିଇଁବା ପାଇଁ ଆଉ ଗୋଟିଏ ନୂଆ ପ୍ରେରଣା ଦେଇଥାଏ, ମନକୁ ଭଲ ପାଇବା ଓ ଆନନ୍ଦ ରେ ଭରି ଦେଇଥାଏ, ଆଉ ଜାଣିଛନ୍ତି ତାର ସେଇ ଗୋଟିଏ ଦିନ ର ଭ୍ରମଣ ତାର ସାତ ଦିନର ସହିଥିବା ସବୁ ଦୁଃଖ କଷ୍ଟ ସଂଘର୍ଷକୁ ଭୁଲେଇ ଦେଇଥାଏ... ଠିକ୍ ସେମିତି ସଫଳତା ବି ଆମର ସମୟ, ଆମର ସଂଘର୍ଷ ଓ କଷ୍ଟ ମାଗିଥାଏ ତେଣୁ ଯଦିଓ ଟିକେ କଷ୍ଟ ହୁଏ କିନ୍ତୁ ସଫଳତା ପାଇଗଲା ପରେ ତାର ଖୁସି ଆମର ସବୁ ଦୁଃଖ, କଷ୍ଟ, ସଂଘର୍ଷ କୁ ଭୂଲେଇ ଦେଈ ଥାଏ, ତଥାପି ଏହି ଜୀବନ କିଛି ସୁଖ, କିଛି ଦୁଃଖ ରେ ବିତିଯାଏ, ଯଦି ମଣିଷ ପ୍ରାଣ ପଣେ ଚେଷ୍ଟା କରେ ସେ ସବୁକିଛି ହାସଲ କରି ପାରିବ କିନ୍ତୁ ଯଦିଓ ମଣିଷ ସମୟ ଅନୁସାରେ ହାସଲ କରି ନିଏ ତଥାପି ତା ଜୀବନରେ କୋଉଠି ନା କୋଉଠି କିଛି ନା କିଛି ଅଭାବ ରହିଯାଏ , ଏହୀତ ମଣିଷ ଜୀବନ ଅଟେ, ଯେମିତି ଗୋଟିଏ ଧନୀ ଲୋକ ପାଖରେ ଟଙ୍କା, ପଇସା , ଗାଡ଼ି, ଆରାମ ଦାୟକ ଘର, ଶାନ୍ତିରେ ଖାଇବା ଶୋଇବା ପାଇଁ ସବୁକିଛି ସୁବିଧା ଥାଏ ତଥାପି ତା ଜୀବନ ରେ କିଛି ଅଭାବ ତାକୁ ଭିତରୁ କଷ୍ଟ ଦେଉଥାଏ, ଶାନ୍ତିରେ ଶୋଇବାକୁ...

ଏଇତ ମଣିଷ ଜୀବନ

  ଆଜ୍ଞା ନମସ୍କାର, ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ, ମଣିଷ ତା ଜୀବନ କାଳ ଭିତରେ କେବେ କେବେ କିଛି ପରିସ୍ଥିତି ଏମିତି ଆସେ ଯେଉଁଠି ସେ କେବେ ଭାଙ୍ଗି ପଡ଼େ ତ କେବେ ସେଇ ପରିସ୍ଥିତି ଯୋଗୁଁ ପୂର୍ବଠୁ ଅଧିକ ମଜବୁତ୍ ହୋଇ ଯାଏ... ତ କେବେ କେବେ ହସୁ ହସୁ.. କାନ୍ଦି ପକାଏ ତ କେବେ କାନ୍ଦୁ କାନ୍ଦୁ ହସି ଦିଏ ବୋଧେ ଏମିତି ହେଉଛି ମଣିଷ ଜୀବନ... ଆଉ ସେଇ ମଣିଷ ଜୀବନ ବିଷୟରେ ଏମିତି କିଛି ଭାବୁ ଭାବୁ କେଜାଣି କାହିଁକି କିଛି ଲେଖୁ ଲେଖୁ ଲେଖିଦେଲି ଗୋଟେ କବିତା ଯାହାର ଶୀର୍ଷକ ହେଉଛି ''  ଏଇତ ମଣିଷ ଜୀବନ ''           ଏଇତ ମଣିଷ ଜୀବନ                              କିଛି ମାନ କିଛି ଅଭିମାନ  ଆଖି କେବେ କାନ୍ଦି ଦିଏ..                  ତ ଠଓ କେବେ ହସି ଦିଏ  କିଛି ହସ କିଛି କାନ୍ଦ ରେ                  ଏ ଜୀବନ ବିତିଯାଏ  କିଛି ସ୍ୱପ୍ନ ପୁରା ହୁଏ..                କିଛି ସ୍ୱପ୍ନ ରହିଯାଏ ଅଧା  ତଥାପି ମଣିଷ ଏଠି ହାରେ ନାହିଁ          ...