Skip to main content

ମାଆ ପରି କିଏ ହେବାରେ

 ପୁଲଠୁ କମଳ, ମଧୁଠୁ ମଧୁର 

                               ହେଉଛି ମାଆ....

ପୃଥିବୀ ପରି ସହିଷ୍ଣୁ, ପାହାଡ଼ ପରି କଠୋର 

                ହେଉଛି ମାଆ

ଭରି ଦିଏ ମନ ମୋର ସ୍ୱପନ ଯେ ନୂଆ...

ମୋହରି ପାଇଁ ଜଳିଛି ଯେ କେତେ...

ହିସାବ ନାହିଁ ମୋ ପାଇଁ 

                      ଲୁହ ଢାଳିଛି ଯେ କେତେ...

ମାଆର ପଣତ କାନି ହେଉଛି ଶ୍ରୀ ମନ୍ଦିରର ନେତ..

ନିଜେ ଦୁଃଖ କଷ୍ଟ ପାଇ

                  ମୋ ପାଇଁ ବୁହାଇଛି ଯେ କେତେ ରକତ...

ଦୟା କୋମଳତା ଅନାବିଳ ତା ପ୍ରେମ..

ଟିକିଏ ହାତ ଆଉଁସାରେ 

                      ମେଣ୍ଟାଇଦିଏ ମୋ ଜଖମ...

ତାରି ମାଧ୍ୟମେ ଦେଖିଲି ମୁଁ ଦୁନିଆ...

                   ତା ଯୋଗୁ ଶିଖିଲି ଟିକେ ମଣିଷ ପଣିଆ...

ମନ ଜାଣି ମାଆ ମୋର କଥା ଶୁଣିଥାଏ

                      ତା ପରି ଜଗତେ ନାହିଁ ଆଉ କିଏ....

ସ୍ନେହମୟୀ, ମମତାମୟୀ ମାଆ ମୋର...

                    କେତେ ଅଳି ଅର୍ଦ୍ଦଳି ସହିଛି ସେ ମୋର....

ନିଜ ସୁଖ ଛାଡି ସହିଛି କଷ୍ଟ ସେ ଦିନ ରାତି...

     ମିଠା ମିଠା କଥା କହି.... 

                ମେଣ୍ଟାଇ ଦିଏ ମୋ ମନର କ୍ଳାନ୍ତି....

ହଜେଇ ଦିଏ ମଜେଇ ଦିଏ ତା ମିଠା ପରସରେ....

             ମୋ ମାଆ ପରି କିଏ ହେବରେ..

କୃଷ୍ଣ ପାଇଁ ମାଆ ଯଶୋଦା ବଡ, 

       ଗଣେଶ ପାଇଁ ମାଆ ପାର୍ବତୀ ବଡ 

                 ହେଲେ ମୋ ପାଇଁ ମୋ ମାଆ ବଡ...

ବିଶାଳ ବୃକ୍ଷ ସଦୃଶ ତା ସ୍ନେହ ମମତା ଛାଇ...

         ନିଜେ ନ ଖାଇ ପେଟେ ଓଦା କନାଦେଇ

                     ଶାଗ ପଖାଳ ମୋତେ ଦିଏ ଖୁଆଇ...

କେତେବେଳେ ମୋ ପାଇଁ ସାଜେ ଶିକ୍ଷୟିତ୍ରୀତ

          କେବେ ସାଜେ ମୋ ପାଇଁ ପ୍ରଶିକ୍ଷକ..

ସେ ପରା ହେଉଛି ବଳ ଆସା ସାନ୍ତନାର ପ୍ରତୀକ...

ଲୋଡ଼ା ନାହିଁ ମୋର ଦେବାଳୟ ଯିବା

                   କି ପୂଜିବା ସତ ଦେବତା... 

              ସେ ପରା ହେଉଛି ଚଳନ୍ତି ଦେବତା.... 

ରୋଗେ ମୁଁ ପଡିଥିଲେ ସେବା କରୁଥାଏ 

                             ଅଖିଆ ଅନିଦ୍ରା ହୋଇ... 

ନିତି ଡାକୁଥାଏ '' ମୋ ଆୟୁଷ ନେଇ 

                             ଭଲ କରି ଦେ ସାଇଁ '' ... 

କଣ୍ଟକିତ ରାସ୍ତାରେ ଫୁଲର

                           ଅନୁଭବ ହେଉଛି ମାଆ... 

ସ୍ୱାର୍ଥପର ଦୁନିଆରେ ବିଶ୍ଵାସମୟୀ

               ହେଉଛି ମାଆ.. 

କରୁଣାର ବିନ୍ଦୁ ମମତାର ସିନ୍ଧୁ 

                 ହେଉଛି ମାଆ... 

ତାକୁ ବର୍ଣନା କରିବାକୁ ମୋ ପାଖେ ନାହିଁ ଉପମା.. 

           ତା ଗାଳି ମୋ ପାଇଁ ହେଉଛି ଶିକ୍ଷା... 

ନିଜେ ସବୁ ସହି ମୋତେ ପ୍ରତି 

                         ମୁହୂର୍ତ୍ତରେ କରୁଥାଏ ରକ୍ଷା.. 

ତା ସ୍ନେହ ହେଉଛି ମୋ ପାଇଁ ଅଭୁଲା ସ୍ମୃତି... 

ଆଗକୁ ବଢିବା ପାଇଁ ନିତି ମୋତେ ଦେଉଥାଏ ଶକ୍ତି.. 

ମୋ ପାଇଁ ସହେ ସେ କଷ୍ଟ କେତେବାର.. 

ସେ ପରା ହେଉଛି ସ୍ନେହ

                 ମମତାର ସୀମାହୀନ ସାଗର.. 

ସେନେହ ବଳା କଥା ତାର.. 

                           ପରକୁ କରେ ଆପଣାର.. 

ମଧୁର ସେନେହ ତାର ସରଗଠୁ ବଳି....

         ଜନମେ ଜନମେ ତା ପଦେ

                          ମଥା ରହୁ ମୋର ଢ଼ଳି... 

ବହୁ କଷ୍ଟେ ଜନମ ଦେଇଛି କରି 

                   ଦଶ ମାସ ଦଶ ଦିନ ଗର୍ଭ ଧାରଣ... 

ପାରିବନି ପାରିବିନି ସୁଝି ତା ରୁଣ... 

                   ଶିଖାଏ ସେ ମୋତେ କେତେ ଆଚରଣ.. 

ମୋରି ପାଇଁ ନିତି କରୁଥାଏ 

                 କେତେ ଦିଅ ଦେବତା ସ୍ମରଣ... 

ଅର୍ଜୁନ ପାଇଁ ଯଦି କୃଷ୍ଣ ସାରଥୀ... 

                    ମୋ ପାଇଁ ମୋ ମାଆ ସାରଥୀ.. 

ସତରେ ମାଆ ହେଉଛି ଫୁଲଠୁ କମଳ, 

            ମଧୁଠୁ ମଧୁର ଆଉ 

                     ସ୍ନେହ ମମତାର ସୀମାହୀନ ସାଗର

Comments

Popular posts from this blog

ବାପା ଥିଲ ତମେ କେତେ ଆପଣାର

  ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ମୋ ବିଷୟରେ କହିବାକୁ ଗଲେ ମୁଁ ପେସା ରେ ଜଣେ nursing officer... ମୁଁ ମୋ free time ରେ କେବେ କିଛି କବିତା ଲେଖେ ତ କେବେ meditation କରେ ତ କେବେ କିଛି ସମୟ ପାଇଁ workout କରେ... ତ କେବେ କୁଆଡେ ଭଲ ଜାଗା କୁ ବୁଲିବାକୁ ଯାଏ... Life ମୋର ବହୁତ୍ beautiful ଥିଲା ଯେଉଁଠି ଗୋଟେ ସୁନ୍ଦର, ଗୋଟେ ଭଲ life style ଆଉ life ରେ settle ଥିଲି ... କଣ କରିବା ଭଗବାନଙ୍କର ଆମ ଖୁସି ଉପରେ ଲୋଭ ହୋଇଗଲା ଆଉ ଏମିତି ଏକ ସମୟ ଆସିଲା ଯେଉଁଠି ସବୁ କିଛି ଥିଲା ସତ କିନ୍ତୁ ମୁଁ ମୋ ବାପାଙ୍କୁ ହରେଇ ବସିଲି... ଗତ 31 ତାରିଖ ମେ ମାସ ସୋମବାର ବୋଧ ହୁଏ ମୋ life ରେ ସବୁଠୁ ଖରାପ ଦିନ ଥିଲା... କଣ ବି ଆଉ କରିବା.. ଆଖିରୁ ଲୁହ ଝରେବା ଆଉ ନୀତି ମୁରୁକି ମୁରୁକି ହୋଇ କାନ୍ଦିବା ଛଡା ମୋ ପାଖରେ ଆଉ କିଛି ଉପାୟ ନାହିଁ କାରଣ ଏ ଲୁହ ହେଉଛି ଏକ ମାତ୍ର ଉପାୟ ବାପାଙ୍କର ଉପସ୍ଥିତିକୁ ଅନୁଭବ କରିବାକୁ.... ଆଉ ଏମିତି ସେଦିନ ବସୁ ବସୁ କେଜାଣି କାହିଁକି ମନକୁ କିଛି ଚାଲି ଆସିଲା ଆଉ ଲେଖୁ ଲେଖୁ ଲେଖି ଦେଲି କିଛି କାଗଜ ଉପରେ ଯାହା ମୋ ବାପାଙ୍କ ଉପରେ ଆଧାରିତ.... ଶିର୍ଷକ ଟି ହେଉଛି '' ବାପା ଥିଲ ତମେ କେତେ ଅପଣାର ''  ବାପା ତମେ ଥିଲ କେତେ ଆପଣାର....                       ହସ ଦେଇ ଲୁହକୁ କରିଲ ...

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ ଆଞା, ନମସ୍କାର... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ.. ଆଜିର ଶୀର୍ଷକ ଟି ହେଉଛି କିଛି ସ୍ୱପ୍ନ ଲୁହ ହୋଇ ଝରି ଯାଇଥାଏ .. ଯେଉଁଥିରେ ଆପଣ କିପରି ଜିବନରେ କିଛି ଦୁଃଖ କୁ ଭଲି ଖୁସିରେ ରହି ପାରିବେ,  ଆପଣଙ୍କ ଚାରି ପାଖେ ଥିବା ପ୍ରତ୍ୟେକ ଜିନଷ ପ୍ରତି କୃତଜ୍ଞ ହେବା ଦ୍ଵାରା କିପରି ଆପଣ ପୂର୍ବଠୁ ଅଧିକ ଖୁସି ହୋଇ ପାରୁଛନ୍ତି ତାହା ଜାଣିବାକୁ ପାଇବେ ତ ଚାଲନ୍ତୁ ଆଉ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତ୍ୟକ  ଶବ୍ଦକୁ  ପଢିବା  ଆଉ  ହୃଦୟଙ୍ଗମ କରିବା... ଜାଣିଛନ୍ତି ଗୋଟିଏ ପିଲା ଯେତେବେଳେ ଛୋଟ  ଥାଏନା ତା ମନ ଭିତରେ ସବୁବେଳେ ଜୀବନରେ କିଛି ନା କିଛି ବଡ କରିବାର ଚେଷ୍ଟା ଉଙ୍କି ମାରୁଥାଏ... ହେଲେ ଯେତେବେଳେ ସେ ଆସ୍ତେ ଆସ୍ତେ ବଡ ହୁଏ ସେଇ ସ୍ଵପ୍ନକୁ ଭୁଲିବାକୁ ଲାଗେ... ସେଥିରେ କିଛି ଲୋକ ନିଜ ସ୍ଵପ୍ନରେ ଅଟଳ ରହି ସ୍ଵପ୍ନକୁ ହାସଲ କରନ୍ତି ତ କିଛି ଲୋକ ଅଭାବ ଅସୁବିଧା, ଖରାପ ପରିସ୍ଥିତିର ଆଢୁଆଳରେ ଆସି ନିଜ ସ୍ଵପ୍ନକୁ ମନରେ ମାରି ଦିଅନ୍ତି ଆଉ  ଆଖିରୁ ଲୁହ ଝରାନ୍ତି... ତ କିଛି ଲୋକ ଚେଷ୍ଟା କରୁ କରୁ ନିଜ ସ୍ଵପ୍ନକୁ ଭୁଲି ଯାଆନ୍ତି.. ଜାଣିଛନ୍ତି ପ୍ରତ୍ୟକ ମଣିଷ ତା ଜିବନରେ ସବୁବେଳେ ଚାହୁଁ ଥାଏ କି ସେ ଚାହୁଁଥିବା ତାର ସ୍ଵପ୍ନ ସାକାର ହେଉ, ପାଖରେ ଟଙ୍କା ପଇସାର କିଛି ଅଭାବ ନ ରହୁ, ଦୁଃଖ ସୁଖ ରେ ସାଥ ଦେବା ପାଇଁ ଗୋଟେ ଭ...

ପ୍ରକୃତି vs ଡିଜିଟାଲ ଦୁନିଆ

  ପ୍ରକୃତି vs ଡିଜିଟାଲ ଦୁନିଆ ଆଞା ନମସ୍କାର୍... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ଆଜି ଗୋଟିଏ ବଢିଆ ଶୀର୍ଷକ ଉପରେ ଆମେ ଆଲୋଚନା କରିବାକୁ ଯାଉଛୁ ଯେଉଁଥିରେ ଆପଣ ଜାଣିବାକୁ ପାଇବେ କେମିତି ମଣିଷ ଦିନ କୁ ଦିନ ତାର ମାନସିକ ଶାନ୍ତି ହରେଇ ବସୁଛି, ଆଉ ସବୁ କିଛି ଥାଇବି କିପରି ମଣିଷ ହସିବା ଭୁଲି ଯାଉଛି, ଏଇ facebook, whatsup, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାରେ ବି ଏମିତି କଣ ଦୁନିଆ ଅଛି ଯାହା କେବଳ ଆପଣଙ୍କ ମନକୁ ଶାନ୍ତ ସ୍ଥିର ନୁହଁ ହୃଦୟକୁ ବି ଖୁସିରେ ଭରିଦେବ ତାହା ଆଜି ଜାଣିବାକୁ ପାଇବେ ତେଣୁ ଆଜିର ଶୀର୍ଷକଟି ହେଉଛି ପ୍ରକୃତି vs ଡିଜିଟାଲ ଦୁନିଆ .. ତ ଚାଲନ୍ତୁ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତି ଟି ଶବ୍ଦକୁ ପଢିବା ଆଉ ଉପଭୋଗ କରିବା... ଜାଣିଛନ୍ତି ମଣିଷ ସକାଳ ହେଲା ଠୁ ସୂର୍ଯ୍ୟ ନଇଁବା ପର୍ଯ୍ୟନ୍ତ ଡିଜିଟାଲ ଦୁନିଆରେ ଏତେ ବ୍ୟସ୍ତ ହୋଇ ଯାଇଛି କି ନିଜ ପାଖରେ ବସିଥିବା ଲୋକଙ୍କ ସହ ହସ ଖୁସିରେ ଦୁଇ ପଦ କଥା ହେବାକୁ ଭୁଲି ଯାଉଛି  ଆଜିର ମଣିଷ ହୁଏତ ବହୁତ ଆଗକୁ ଉନ୍ନତି କରୁଛି ହେଲେ ସେତିକି ଅଧିକ୍ ନିଜର ମାନସିକ ଶାନ୍ତି ହରେଇ ବସୁଛି... ଏଥିପାଇଁ  କେବଳ ଡିଜିଟାଲ ଦୁନିଆ ଯେ ଦାୟୀ ସେ କଥା ମୁଁ କହୁ ନାହିଁ.. ବାସ ଆପଣ ଗୋଟିଏ କଥା ଜାଣି ରଖନ୍ତୁ ଯେ.. ଏଇ facebook, WhatsApp, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାର ପ୍ରକୃତିରେ ଏମିତି ବହୁତ୍ ...