Skip to main content

ମୁଁ ବି ଦିନେ ବଦଳବି

 ସତରେ ' ବଦଳିବା ' ଶବ୍ଦ ଟି ଯଦିଓ ଚାରୋଟି ଅକ୍ଷରକୁ ନେଇ ଗଢ଼ା ହେଲେ ତାକୁ ବାସ୍ତବ ଜୀବନ ରେ ସତ କରିବାକୁ ହେଲେ ଚାରି ବର୍ଷ କଣ ଚାରି ଜନମ ଲାଗିଯାଏ ଯେତେ ପର୍ଯ୍ୟନ୍ତ ସ୍ଵୟଂ ଆମେ ନିଜେ ବଦଳିବା ପାଇଁ ଚାହିଁ ନଥାଉ, ହୁଏତ ଆମକୁ କିଏ କେତେ ବୁଝାଉ, କିଏ କେତେ ଭଲ କଥା କହୁ , କିଏ କେତେ motivation ଦେଉ .. ଏହି ସବୁର କୌଣସି ଫରକ ପଡ଼ି ନଥାଏ ଯେତେ ପର୍ଯ୍ୟନ୍ତ ଆପଣଙ୍କୁ ସ୍ଵୟଂ ଅନୁଭବ ନ ହୋଇଛି କି 'ହଁ ମୋତେ ମୋତେ ବଦଳିବାକୁ ପଡ଼ିବ'

ସେ ଆପଣଙ୍କର କେତେ ବଡ ଖରାପ ଅଭ୍ୟାସ ହେଉନା କାହିଁକି ଯେପରି ନିଶାଦ୍ରବ୍ୟ ଖାଇବା, କାହାକୁ ଖରାପ ବ୍ୟବହାର କରିବା, କାହାର ଅନିଷ୍ଟ କରିବା, କାହାର କିଛି ଜିନିଷ ଚୋରି କରିବା, କାହାକୁ ଖରାପ ନଜର ରେ ଦେଖିବା,ନିଜ ଜୀବନ ପାଇଁ ଶୃଙ୍ଖଳିତ ନ ହେବା, ସମୟ ବା ପଇସାର ଠିକ୍ ସଦୁପଯୋଗ ନ କରିବା.. ଏହି ସବୁ କେତେ ବି ଖରାପ ଅଭ୍ୟାସକୁ ବଦଳିବା ବଦଳାଇବା ପାଇଁ ବାସ୍ ଗୋଟିଏ right mindset ଦରକାର ଯେଉଁଠି ସ୍ଵୟଂ ଆପଣଙ୍କୁ ଅନୁଭବ ହେବକି ହଁ ପ୍ରକୃତ ରେ ମୋତେ ବଦଳିବା କୁ ପଡ଼ିବ, ଗୋଟିଏ ଭଲ ଓ ଉତ୍ତମ ମଣିଷ ହେବାକୁ ହେଲେ ମୋର ଯେତେ ଖରାପ ଅଭ୍ୟାସ କୁ ତ୍ୟାଗ କରିବାକୁ ପଡ଼ିବ, ମୋତେ ମୋ ଜୀବନ ଓ ସଫଳତା ପାଇଁ ଶୃଙ୍ଖଳିତ ହେବାକୁ ପଡ଼ିବ, ସମୟ ଓ ପଇସାର ଠିକ୍ ସଦୁପଯୋଗ କରିବାକୁ ପଡ଼ିବ, ମୁଁ ଖାଉଥିବା ପ୍ରତ୍ୟେକ ହାନିକାରକ ଜିନିଷ କୁ ତ୍ୟାଗ କରିବାରୁ ପଡ଼ିବ, ମୋତେ ସମସ୍ତଙ୍କ ସହ ଭଲ ବ୍ୟବହାର କରିବାକୁ ପଡ଼ିବ, ଆଉ ଥରେ ବଦଳି ଯିବା ପରେ ପୁଣି ଥରେ ମୁଁ ପଛକୁ ଫେରିବି ନାହିଁ ବୋଲି ନିଜେ ନିଜ ସହ commitment କରିବାକୁ ପଡ଼ିବ, ଏହା ସେତେବେଳେ ସମ୍ଭବ ଯେତେ ପର୍ଯ୍ୟନ୍ତ ଆପଣ ସ୍ଵୟଂ ଅନୁଭବ ନ କରିଛନ୍ତି କି ହଁ ମୋତେ ସତରେ ବଦଳିବାକୁ ପଡ଼ିବ
ହଁ ଆମେ ସମସ୍ତେ ଜାଣିଛୁ ଆମର ମନ ବହୁତ୍ ଚଞ୍ଚଳ, ଆଜି ଗୋଟେ ଭାବନା ତ କାଲି ଗୋଟେ ଭାବନା, ଆମେ ନିଜକୁ ଯେତେ ବୁଝାଇବାକୁ ଚାହିଁଲେ ବା ଯେତେ motivate କଲେ ବି ପୁଣି ସେଇ ମଣିଷ ଯେମିତି ଆଗରୁ ଥିଲୁ, ଏମିତି ଦିନ ପରେ ଦିନ ଗଡ଼ି ଚାଲୁଥିବ, motivational video ପରେ video ଦେଖୁ ଥିବେ ହେଲେ କିଛି ଫରକ୍ ପଡୁ ନଥିବ ଆଉ କେବେ ଇଛା ହେଲା ବୋଲି.. ତ କେବେ ପରିସ୍ଥିତିର ବାହାନା ଦେଖାଇ ମୁଁ ବଦଳି ପାରିଲିନି ବୋଲି କହୁଥିବେ, କିନ୍ତୁ ଗୋଟିଏ କଥା ମନେ ରଖିଥିବେ କି ଆମ ଜୀବନ ଓ ସଫଳତା କେହି boyfriend ବା girlfriend ନୁହଁ କି ତାହା ସହ cheat କରିବୁ, ଏହା ଆମ ଜୀବନ ଅଟେ, ଆଉ ଏହି ଜୀବନକୁ କେମିତି ଗଢ଼ିବୁ ଏହା ଆମ ଉପରେ ନିର୍ଭର କରେ, ଏଇ ଜୀବନ କୁ ଗଢିବୁ କି ଭାଙ୍ଗିବୁ ଏହାର ଦାୟିତ୍ବ ବି ଆମର କାରଣ ଗୋଟିଏ ସଫଳ ମଣିଷ କେବଳ ଗୋଟିଏ ଦିନ positive ଭାବି ଦେଇ ସଫଳ ହୋଇ ନାହିଁ, ଏଥିପାଇଁ ସେ ଦିନ ରାତି ଆଗଢ଼ ପରିଶ୍ରମ କରିଛି, ଦେହରୁ ଝାଳ ବୁହେଇଛି, ଜୀବନର ସବୁ ବାଧା ବିଘ୍ନକୁ ସହିଛି,ନିଜର ସବୁ ଖରାପ ଗୁଣକୁ ତ୍ୟାଗ କରି ସଫଳ ହେବାର ସବୁ ଭଲ ଗୁଣକୁ ଆପଣେଇଛି, ସେଥିପାଇଁ ଆଜି ସେ ସଫଳ ଅଟେ,
ହଁ ଏଥିପାଇଁ 6ସପ୍ତାହ, 6ମାସ, 6ବର୍ଷ ଲାଗିପାରେ ତ କଣ ହେଲା... ଯେତେ ପର୍ଯ୍ୟନ୍ତ ଆପଣ ସ୍ଵୟଂ ନିଜେ ନିଜ ସହ ପ୍ରତିଜଞାବଦ୍ଧ ତାହେଲେ ବିଶ୍ବାସ କରନ୍ତୁ ଦୁନିଆର କୌଣସି ଜିନଷ ଆପଣକୁ distract କରି ପାରିବି ନାହିଁ ବାସ୍ ଏଥିପାଇଁ ଆମକୁ ଶୃଙ୍ଖଳିତ ହେବାକୁ ପଡ଼ିବ, ପ୍ରତ୍ୟେକ ଜିନିଷ ପ୍ରତି serious ହେବାକୁ ପଡିବ, ଯେଉଁଠି' ନା ' ମାନେ' ନା ' .. ସେଠି ନା ଥିବ କୌଣସି excuse ବା cheat.. କାରଣ ହେଉଛି ଆମ ଜୀବନ ଅଟେ, ଆମେ ଚାହିଁବା ତ ଗଢ଼ିବା.. ଆମେ ଚାହିଁବା ତ ଭାଙ୍ଗିବା.. ଆମେ ଚାହିଁବା ତ ଏମିତି ନଷ୍ଟ କରୁଥିବା..
କହିଲ ଦେଖି.. ଏଠି କାହାକୁ କଣ ଫରକ୍ ପଡ଼େ.. ଗଢିଲେ ଆପଣଙ୍କର.. ଭାଙ୍ଗିଲେ ଆପଣଙ୍କର.. ଦୁଃଖ ରେ କାନ୍ଦିବେ ବି ଆପଣ.. ସୁଖ ରେ ସ୍ଵୟଂ ହସିବେ ବି ଆପଣ.. ତେଣୁ ଆପଣ ସ୍ଵୟଂ decide କରନ୍ତୁ କି ଆପଣଙ୍କ ଜୀବନକୁ କେମିତି ଜିଇଁବେ..
ପ୍ରତ୍ୟେକ ମଣିଷ କେବେ ଅତି ସହଜ ରେ ନିଜକୁ ବଦଳେଇ ନଥାଏ, ସେଥିପାଇଁ ଗୋଟିଏ strong ବା right mindset ଦରକାର ଯେଉଁଠି ଆପଣ ପରିସ୍ଥିତି ଯୋଗୁଁ ଭାଙ୍ଗି ପଡ଼ିଲେ ବି ପୁଣି ଥରେ ଉଠି ଛିଡା ହେବାର ସାହସ ରଖୁଥିବେ..
ଦୁଃଖ କାହା ଜିବନରେ ନାହିଁ ?.. ସେ କେତେ ବଡ ଧନୀ ବା ପ୍ରଭାବଶାଳୀ ବ୍ୟକ୍ତି ହେଉନା କାହିଁକି, ସମସ୍ତ ଙ୍କ ଜୀବନରେ କେଉଁଠି ନା କେଉଁଠି ଦୁଃଖ ଲୁଚି ରହିଛି ତେଣୁ ସେ ସବୁ କୁ ଭୁଲି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ, ଆଜି ଆମେ ଯେଉଁଠି ବି ଅଛୁ ତାର standard କୁ ବଦଳାଇବାକୁ ପଡ଼ିବ ଆଉ ନିଜକୁ କହିବାକୁ ହେବ କି'' ମୁଁ ବି ଦିନେ ବଦଳିବି''
ଠିକ୍ ଅଛି friends ଏତିକି ରେ '' ମୁଁ ଦିନେ ବଦଳିବି '' ଶୀର୍ଷକ ଟି ଶେଷ ହେଲା.. ରହୁଛି ନମସ୍କାର ଆପଣଙ୍କର ପ୍ରିୟ ଶୁଭ ଚିନ୍ତକ 'ପ୍ରଦୀପ'

Comments

Popular posts from this blog

ବାପା ଥିଲ ତମେ କେତେ ଆପଣାର

  ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ମୋ ବିଷୟରେ କହିବାକୁ ଗଲେ ମୁଁ ପେସା ରେ ଜଣେ nursing officer... ମୁଁ ମୋ free time ରେ କେବେ କିଛି କବିତା ଲେଖେ ତ କେବେ meditation କରେ ତ କେବେ କିଛି ସମୟ ପାଇଁ workout କରେ... ତ କେବେ କୁଆଡେ ଭଲ ଜାଗା କୁ ବୁଲିବାକୁ ଯାଏ... Life ମୋର ବହୁତ୍ beautiful ଥିଲା ଯେଉଁଠି ଗୋଟେ ସୁନ୍ଦର, ଗୋଟେ ଭଲ life style ଆଉ life ରେ settle ଥିଲି ... କଣ କରିବା ଭଗବାନଙ୍କର ଆମ ଖୁସି ଉପରେ ଲୋଭ ହୋଇଗଲା ଆଉ ଏମିତି ଏକ ସମୟ ଆସିଲା ଯେଉଁଠି ସବୁ କିଛି ଥିଲା ସତ କିନ୍ତୁ ମୁଁ ମୋ ବାପାଙ୍କୁ ହରେଇ ବସିଲି... ଗତ 31 ତାରିଖ ମେ ମାସ ସୋମବାର ବୋଧ ହୁଏ ମୋ life ରେ ସବୁଠୁ ଖରାପ ଦିନ ଥିଲା... କଣ ବି ଆଉ କରିବା.. ଆଖିରୁ ଲୁହ ଝରେବା ଆଉ ନୀତି ମୁରୁକି ମୁରୁକି ହୋଇ କାନ୍ଦିବା ଛଡା ମୋ ପାଖରେ ଆଉ କିଛି ଉପାୟ ନାହିଁ କାରଣ ଏ ଲୁହ ହେଉଛି ଏକ ମାତ୍ର ଉପାୟ ବାପାଙ୍କର ଉପସ୍ଥିତିକୁ ଅନୁଭବ କରିବାକୁ.... ଆଉ ଏମିତି ସେଦିନ ବସୁ ବସୁ କେଜାଣି କାହିଁକି ମନକୁ କିଛି ଚାଲି ଆସିଲା ଆଉ ଲେଖୁ ଲେଖୁ ଲେଖି ଦେଲି କିଛି କାଗଜ ଉପରେ ଯାହା ମୋ ବାପାଙ୍କ ଉପରେ ଆଧାରିତ.... ଶିର୍ଷକ ଟି ହେଉଛି '' ବାପା ଥିଲ ତମେ କେତେ ଅପଣାର ''  ବାପା ତମେ ଥିଲ କେତେ ଆପଣାର....                       ହସ ଦେଇ ଲୁହକୁ କରିଲ ...

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ ଆଞା, ନମସ୍କାର... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ.. ଆଜିର ଶୀର୍ଷକ ଟି ହେଉଛି କିଛି ସ୍ୱପ୍ନ ଲୁହ ହୋଇ ଝରି ଯାଇଥାଏ .. ଯେଉଁଥିରେ ଆପଣ କିପରି ଜିବନରେ କିଛି ଦୁଃଖ କୁ ଭଲି ଖୁସିରେ ରହି ପାରିବେ,  ଆପଣଙ୍କ ଚାରି ପାଖେ ଥିବା ପ୍ରତ୍ୟେକ ଜିନଷ ପ୍ରତି କୃତଜ୍ଞ ହେବା ଦ୍ଵାରା କିପରି ଆପଣ ପୂର୍ବଠୁ ଅଧିକ ଖୁସି ହୋଇ ପାରୁଛନ୍ତି ତାହା ଜାଣିବାକୁ ପାଇବେ ତ ଚାଲନ୍ତୁ ଆଉ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତ୍ୟକ  ଶବ୍ଦକୁ  ପଢିବା  ଆଉ  ହୃଦୟଙ୍ଗମ କରିବା... ଜାଣିଛନ୍ତି ଗୋଟିଏ ପିଲା ଯେତେବେଳେ ଛୋଟ  ଥାଏନା ତା ମନ ଭିତରେ ସବୁବେଳେ ଜୀବନରେ କିଛି ନା କିଛି ବଡ କରିବାର ଚେଷ୍ଟା ଉଙ୍କି ମାରୁଥାଏ... ହେଲେ ଯେତେବେଳେ ସେ ଆସ୍ତେ ଆସ୍ତେ ବଡ ହୁଏ ସେଇ ସ୍ଵପ୍ନକୁ ଭୁଲିବାକୁ ଲାଗେ... ସେଥିରେ କିଛି ଲୋକ ନିଜ ସ୍ଵପ୍ନରେ ଅଟଳ ରହି ସ୍ଵପ୍ନକୁ ହାସଲ କରନ୍ତି ତ କିଛି ଲୋକ ଅଭାବ ଅସୁବିଧା, ଖରାପ ପରିସ୍ଥିତିର ଆଢୁଆଳରେ ଆସି ନିଜ ସ୍ଵପ୍ନକୁ ମନରେ ମାରି ଦିଅନ୍ତି ଆଉ  ଆଖିରୁ ଲୁହ ଝରାନ୍ତି... ତ କିଛି ଲୋକ ଚେଷ୍ଟା କରୁ କରୁ ନିଜ ସ୍ଵପ୍ନକୁ ଭୁଲି ଯାଆନ୍ତି.. ଜାଣିଛନ୍ତି ପ୍ରତ୍ୟକ ମଣିଷ ତା ଜିବନରେ ସବୁବେଳେ ଚାହୁଁ ଥାଏ କି ସେ ଚାହୁଁଥିବା ତାର ସ୍ଵପ୍ନ ସାକାର ହେଉ, ପାଖରେ ଟଙ୍କା ପଇସାର କିଛି ଅଭାବ ନ ରହୁ, ଦୁଃଖ ସୁଖ ରେ ସାଥ ଦେବା ପାଇଁ ଗୋଟେ ଭ...

ପ୍ରକୃତି vs ଡିଜିଟାଲ ଦୁନିଆ

  ପ୍ରକୃତି vs ଡିଜିଟାଲ ଦୁନିଆ ଆଞା ନମସ୍କାର୍... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ଆଜି ଗୋଟିଏ ବଢିଆ ଶୀର୍ଷକ ଉପରେ ଆମେ ଆଲୋଚନା କରିବାକୁ ଯାଉଛୁ ଯେଉଁଥିରେ ଆପଣ ଜାଣିବାକୁ ପାଇବେ କେମିତି ମଣିଷ ଦିନ କୁ ଦିନ ତାର ମାନସିକ ଶାନ୍ତି ହରେଇ ବସୁଛି, ଆଉ ସବୁ କିଛି ଥାଇବି କିପରି ମଣିଷ ହସିବା ଭୁଲି ଯାଉଛି, ଏଇ facebook, whatsup, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାରେ ବି ଏମିତି କଣ ଦୁନିଆ ଅଛି ଯାହା କେବଳ ଆପଣଙ୍କ ମନକୁ ଶାନ୍ତ ସ୍ଥିର ନୁହଁ ହୃଦୟକୁ ବି ଖୁସିରେ ଭରିଦେବ ତାହା ଆଜି ଜାଣିବାକୁ ପାଇବେ ତେଣୁ ଆଜିର ଶୀର୍ଷକଟି ହେଉଛି ପ୍ରକୃତି vs ଡିଜିଟାଲ ଦୁନିଆ .. ତ ଚାଲନ୍ତୁ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତି ଟି ଶବ୍ଦକୁ ପଢିବା ଆଉ ଉପଭୋଗ କରିବା... ଜାଣିଛନ୍ତି ମଣିଷ ସକାଳ ହେଲା ଠୁ ସୂର୍ଯ୍ୟ ନଇଁବା ପର୍ଯ୍ୟନ୍ତ ଡିଜିଟାଲ ଦୁନିଆରେ ଏତେ ବ୍ୟସ୍ତ ହୋଇ ଯାଇଛି କି ନିଜ ପାଖରେ ବସିଥିବା ଲୋକଙ୍କ ସହ ହସ ଖୁସିରେ ଦୁଇ ପଦ କଥା ହେବାକୁ ଭୁଲି ଯାଉଛି  ଆଜିର ମଣିଷ ହୁଏତ ବହୁତ ଆଗକୁ ଉନ୍ନତି କରୁଛି ହେଲେ ସେତିକି ଅଧିକ୍ ନିଜର ମାନସିକ ଶାନ୍ତି ହରେଇ ବସୁଛି... ଏଥିପାଇଁ  କେବଳ ଡିଜିଟାଲ ଦୁନିଆ ଯେ ଦାୟୀ ସେ କଥା ମୁଁ କହୁ ନାହିଁ.. ବାସ ଆପଣ ଗୋଟିଏ କଥା ଜାଣି ରଖନ୍ତୁ ଯେ.. ଏଇ facebook, WhatsApp, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାର ପ୍ରକୃତିରେ ଏମିତି ବହୁତ୍ ...