ମୁଁ ଦୁଃଖୀ ମଣିଷ ସୁଖ ମୋ ଭାଗ୍ୟରେ ନାହିଁ
ମୋ ଭାଙ୍ଗ କୁଡ଼ିଆକୁ ସଜାଡ଼ିବ କିଏ
ଏଇ ଆଖିର ଲୁହକୁ ପୋଛିବ କିଏ
ମୁଁ ଏକା ଦୁଃଖୀ ମଣିଷ ଟିଏ
ଦୁଃଖ ଛଡ଼ା ନିଜର ନାହିଁ କିଏ
ଦୁଇ ଦିନ ହେଲା ଜଳିନି ମୋ ଚୁଲି
ଆଖିର ଲୁହ କୁ ପିଉଛି ଖାଲି
ଆହା ଟିକେ କହିବାକୁ ଏଠି କାହା ପାଖେ ସମୟ ନାହିଁ
ମୁଁ ଦୁଃଖୀ ମଣିଷ ସୁଖ ମୋ ଭାଗ୍ୟରେ ନାହିଁ
ଲିଭି ଯାଇଛି ଓଠ ରୁ ମୋ ହସ
ହସିବା ବୋଧେ ମୁଁ ଭୁଲି ଗଲିଣି
ଦେଇଛି ଦୁଃଖ ମୋ ଜଗା ଏତେ
ଭରସା ତୁଟିଲାଣି ତା ଉପରେ ଥିଲା ଯେତେ
ଆଖିରୁ ଆଉ ଝରୁନି ଲୁହ, ଓଠ ରେ ଆଉ ଫିଟୁନି ହସ
ଦୁଃଖ ସହି ସହି ହେଲିଣି ମୁଁ ବେହସ୍
ମୁଁ ଦୁଃଖୀ ମଣିଷ ସୁଖ ମୋ ଭାଗ୍ୟରେ ନାହିଁ
(ପ୍ରଦୀପ)
Comments
Post a Comment