Skip to main content

ମନର ପରିଭାଷା

 ମନର ପରିଭାଷା

ଗୋଟିଏ ସରଳ ମଣିଷ ତା ଜୀବନରେ ବାସ୍ ଏତିକି ଚାହିଁ ଥାଏ କି ସେ ଟିକିଏ ଶାନ୍ତିରେ ରହୁ ଯେଉଁଠି ନା ଥିବ କହାରି ସାଥେ ଝଗଡା ନା ଥିବ କାହାରି ସାଥେ କିଛି ଭେଦଭାବ ଆଉ ସେ ତାର ବାକି ସମୟକୁ ତାକୁ ଭଲ ପାଉଥିବା, ତାର ଯତ୍ନ କରୁଥିବା ମଣିଷ ପାଖରେ ବିତେଇ ଦେଉ ହେଲେ... ଏମିତି ହୁଏନି।। କିଛି ଖରାପ ଲୋକଙ୍କ ଖରାପ ଆଚରଣ ଓ ଖରାପ ବ୍ୟବହାର ତାକୁ କ୍ରୋଧିତ ହେବାକୁ ବାଧ୍ୟ କରେ, ମନକୁ ଅଶାନ୍ତିରେ ଭରି ଦିଏ ଆଉ ପୁଣି ଭଗବାନ ଠିକ୍ ସେତିକି ସମୟରେ ତାର ଧୋର୍ଯ୍ୟର ପରୀକ୍ଷା ନିଅନ୍ତି ଏବଂ ତା ସହ ଭଗବାନ ଏମିତି କିଛି କରି ଦିଅନ୍ତି, ସେ ନିଜକୁ ବେ ସାହାରା ମନେ କରେ, ଭିତରୁ ଭାଙ୍ଗିବାକୁ ଲାଗେ, ଆଉ ଯେତେବେଳେ ତାର ଭଗବାନ ଉପରେ ଭରସା ତୁଟିବାକୁ ଲାଗେ ସେହି ସମୟରେ ପୁଣି ଭଗବାନ ଏକ ଯାଦୁ କରନ୍ତି ଆଉ ତାର ସବୁ ଦୁଃଖ, କଷ୍ଟ, ଅଶାନ୍ତି କୁ ଦୂର କରି ମନକୁ ସତ୍ତିକ ଭାବନା ରେ ଭରି ଦିଅନ୍ତି.. ପୁଣି ଥରେ ସେଇ ସରଳ ମଣିଷ ନିଜର ସବୁ ଦୁଃଖ କଷ୍ଟ କୁ ଭୂଲି ପୁଣିଥରେ ନୂଆ ସପନ ଦେଖିବା କୁ ଲାଗେ ଆଉ ଜୀବନକୁ ନୂଆ ରୂପ ରେ ଜିଇଁବାକୁ ଚେଷ୍ଟା କରେ.. କିଛ ଦିନ ଗଲା ପରେ ପୁଣି ଏମିତି ଏକ ସମୟ ଆସେ ସବୁ କିଛି ଠିକ୍ ଠାକ୍ ଥିବା ସତ୍ତ୍ୱେ ବି ତାର ମନ କେଜାଣି କାହିଁକି ଅସ୍ଥିର ହେବାକୁ ଲାଗେ.. ସମସ୍ତ ଙ୍କ ଭିତର ରେ ନିଜକୁ ସେ ଏକା ଏକା ଅନୁଭବ କରେ, ସବୁ ଖୁସି ଥାଇ ମଧ୍ୟ ନିଜକୁ ସେ ଦୁଃଖୀ ମନେ କରେ, ଭବିଷ୍ୟତ ରେ ଦିନେ ଯେଉଁ ଜିନିଷ କୁ ପାଇଲେ ଖୁସି ହେବ ବୋଲି ସ୍ଵପ୍ନ ଦେଖୁଥାଏ ଆଜି ତାକୁ ସେଇ ଜିନିଷ ହାସଲ ହେଲା ପରେ ବି କେଜାଣି କାହିଁକି ତା ଓଠ ରେ ଆଜି ହସ ନାହିଁ, ସବୁ ଖୁସି ଥାଇ ବି ସେ ହସିବା ଭୁଲି ଯାଇଛି.. କେଜାଣି କଣ କଷ୍ଟ ତା ମନକୁ ଦୁଃଖ ରେ ଭରି ଦେଇଛି?.. ଗୋଟିଏ କଥା ତ ନିଶ୍ଚିତ ରୂପେ ସତ କି ମନ ଯଦି ଖୁସିରେ ଥାଏ ତାହେଲେ ସବୁ ଜିନିଷ ଭଲ ଲାଗେ ଆଉ ମନ ଯଦି ଦୁଃଖ ରେ ଥାଏ  ସଂସାରର ସବୁ ଖୁସି ବି ଓଜାଡ଼ି ଦେଲେବି କିଛି ଫରକ୍ ପଡ଼ି ନଥାଏ, ବାସ୍ତବ ରେ କହିବାକୁ ଗଲେ ଏହା ହିଁ ଜୀବନ ଅଟେ, କେତେ ବେଳେ ଦୁଃଖ ତ କେତେ ବେଳେ ସୁଖ, କେତେବେଳେ ଖରା ତ କେତେବେଳେ ଛାଇ, କେତେ ବେଳେ ଭଲ ତ କେତେବେଳେ ଖରାପ ତେଣୁ ଆମକୁ ସବୁ ପରିସ୍ଥିତିକୁ ସମାନ ଭାବି ଖାପ ଖୁଆଇ ଚାଲିବାକୁ ପଡିବ, ମନର ପରିଭାଷା ରେ କଣ ଅଛି.. ଖୁସି ଥିଲେ କେତେ କଣ ନୂଆ ସପନ ଦେଖିଯାଏ ଆଉ ଦୁଃଖୀ ଥିଲେ ଜୀବନ ଜିଇଁବାକୁ ଭୂଲି ଯାଏ, ଆଜି ଯେଉଁ ଜିନିଷ କୁ ଦେଖି ଖୁସି ହୁଏ କାଲି ସେଇ ଜିନିଷ ର ବିରହ ରେ ଦୁଃଖୀ ହୁଏ..ଦେଖନ୍ତୁ ଏ ଦୁନିଆରେ କୌଣସି ଜିନିଷ ଚିରସ୍ଥାୟୀ ନୁହେଁ ସେ ଦୁଃଖ ହେଉ ବା ସୁଖ ତେଣୁ ଜୀବନର ପ୍ରତ୍ୟେକ ପରିସ୍ଥିତିକୁ ହସି ହସି ଆପଣେଇ ନିଅନ୍ତୁ ଆଉ ଆସୁଥିବା ପ୍ରତ୍ୟେକ ଅସୁବିଧା କୁ ଏକ ସୁଯୋଗ ଭଳି ଭାବନ୍ତୁ.. ଦୁଃଖ ରେ କେବେ ବେଶି ଭାଙ୍ଗି ପଡନ୍ତୁ ନାହିଁ କି କେବେ ସୁଖ ରେ ବେଶି ଗର୍ବ କରନ୍ତୁ ନାହିଁ କାରଣ ଏଠି କୌଣସି ଜିନିଷ ଚିରସ୍ଥାୟୀ ନୁହଁ ସେ ଦୁଃଖ ହେଉ ବା ସୁଖ
ଠିକ ଅଛି friends ଏତିକି ରେ ମନର ପରିଭାଷା ଶୀର୍ଷକ ଟି ଶେଷ ହେଲା.. କେମିତି ଲାଗିଲା please comment me  .. ରହୁଛି ଆପଣଙ୍କର ଶୁଭ ଚିନ୍ତକ (ପ୍ରଦୀପ)


Comments

Popular posts from this blog

ମୁଁ ବନସ୍ମିତା ମହାରଣା

  ମୁଁ ବନସ୍ମିତା ମହାରଣା ଓ ମୋର auto Biography ମୁଁ ବନସ୍ମିତା ମହାରଣା ... profession ରେ ଜଣେ ANM... Last କିଛି ମାସ ତଳେ ମୁଁ govt jobs ପାଇଲି... ଆଜି ମୁଁ ଆପଣଙ୍କୁ ମୋ biography କହିବାକୁ ଯାଉଛି... ମୁଁ ଜାଣିଛି... ଏ ଦୁନିଆଁ କେବଳ ଆମ ସଫଳତାକୁ ଦେଖିଥାଏ ହେଲେ ସେ ସଫଳତା ରାସ୍ତା ରେ ପହଞ୍ଚିବା ପାଇଁ ମୁଁ ଯେ କେତେ ସଙ୍ଘର୍ଷ ର କାଚଖଣ୍ଡ ମାଡ଼ି ଆସିଛି ତାହା ମୁଁ ଜାଣିଛି... ବୋଧ ହୁଏ ଆପଣ ଙ୍କୁ ଏହା ଗପ ଲାଗୁ ଥିବ କିନ୍ତୁ ଏହା ମୋ ଜୀବନ ଘଟିଥିବା ପ୍ରକୃତ କାହାଣୀ ଅଟେ... ମୁଁ  ଏସବୁ ଆପଣଙ୍କୁ ଶଦ୍ଦ ମାଧ୍ୟମ ରେ ଠିକ ସେ କେବେ ବି ବର୍ଣ୍ଣନା କରି ପାରିବିନି କାରଣ ଏସବୁ ସିନା ଖାଲି ଆପଣ ପଢୁଛନ୍ତି.... କିନ୍ତୁ ମୁଁ ଏହାକୁ ମୋ ଜୀବନ ରେ ଅତିକ୍ରମ କରି ଆସିଛି... ଆମେ ବାପଙ୍କର ଗୋଟିଏ ଭାଇ ଭିତରେ ପାଞ୍ଚ ଭଉଣୀ ଥିଲୁ... ଭାଇ ସାନ ଆଉ ଆମେ ସବୁ ବଡ... ଜାଣିଛନ୍ତି ଛଅ ଟି ପିଲା ଙ୍କୁ ପାଠ ପଢେଇବା... ତାଙ୍କର ପ୍ରତି ଟି ଆବଶ୍ୟକ ତା ପୁରାଣ କରିବା.., ପୁଣି ଘର କୁ ଚଳେଇବା..ସତ ରେ ବାପା ଆପଣ ଜଣେ ପ୍ରକୃତ ଯୋଦ୍ଧା ଅଟ.... ମୁଁ ହୁଏତ ଏସବୁ ଶଦ୍ଧ ମାଧ୍ୟମ ରେ ପ୍ରକାଶ କରି ପାରିବିନି ହେଲେ... ଏସବୁ ଆପଣ ମାନଙ୍କୁ ନ କହିବି ବି ରହି ପାରୁନି.... ବୋଧ ହୁଏ ବାପା ଆପଣଙ୍କ ଦୁଃଖ କଷ୍ଟ କୁ ବୁଝି ଥିଲୁ ବୋଲି ଆମେ ଆଜି ତିନି ଭଉଣୀ job କରି ପାରିଛୁ.. ସେଥି ପାଇଁ ମୁଁ ମୋ ଜୀବନ ରେ ଗୋଟି...

ଅଭିଳାଷା

 ମଣିଷ ଏମିତି ନିତିଦିନ ସକାଳ ହେଲେ କିଛି ନୁଆ ସ୍ଵପ୍ନ ଦେଖୁଥାଏ ତ ସେହି ସ୍ଵପ୍ନ ପାଇଁ କାମ କରୁଥାଏ, ଆଉ କେବେ ସମୟ ପାଇଲେ ନିଜ ପରିବାର ସହ କୋଉଠି ଗୋଟିଏ ଭଲ ଜାଗାକୁ ବୁଲିବାକୁ ଯାଏ ସେ ହୁଏତ ମନ୍ଦିର, ପାର୍କ,waterfal, ବଡ଼ ବ୍ରିଜ୍, ବା ବଡ଼ ସିନେମା ହଲ ହୋଇପାରେ , ଆଉ ସେଇ ବୁଲି ଆସିବାର ଅନୁଭବ ତାକୁ ଜୀବନକୁ ଜିଇଁବା ପାଇଁ ଆଉ ଗୋଟିଏ ନୂଆ ପ୍ରେରଣା ଦେଇଥାଏ, ମନକୁ ଭଲ ପାଇବା ଓ ଆନନ୍ଦ ରେ ଭରି ଦେଇଥାଏ, ଆଉ ଜାଣିଛନ୍ତି ତାର ସେଇ ଗୋଟିଏ ଦିନ ର ଭ୍ରମଣ ତାର ସାତ ଦିନର ସହିଥିବା ସବୁ ଦୁଃଖ କଷ୍ଟ ସଂଘର୍ଷକୁ ଭୁଲେଇ ଦେଇଥାଏ... ଠିକ୍ ସେମିତି ସଫଳତା ବି ଆମର ସମୟ, ଆମର ସଂଘର୍ଷ ଓ କଷ୍ଟ ମାଗିଥାଏ ତେଣୁ ଯଦିଓ ଟିକେ କଷ୍ଟ ହୁଏ କିନ୍ତୁ ସଫଳତା ପାଇଗଲା ପରେ ତାର ଖୁସି ଆମର ସବୁ ଦୁଃଖ, କଷ୍ଟ, ସଂଘର୍ଷ କୁ ଭୂଲେଇ ଦେଈ ଥାଏ, ତଥାପି ଏହି ଜୀବନ କିଛି ସୁଖ, କିଛି ଦୁଃଖ ରେ ବିତିଯାଏ, ଯଦି ମଣିଷ ପ୍ରାଣ ପଣେ ଚେଷ୍ଟା କରେ ସେ ସବୁକିଛି ହାସଲ କରି ପାରିବ କିନ୍ତୁ ଯଦିଓ ମଣିଷ ସମୟ ଅନୁସାରେ ହାସଲ କରି ନିଏ ତଥାପି ତା ଜୀବନରେ କୋଉଠି ନା କୋଉଠି କିଛି ନା କିଛି ଅଭାବ ରହିଯାଏ , ଏହୀତ ମଣିଷ ଜୀବନ ଅଟେ, ଯେମିତି ଗୋଟିଏ ଧନୀ ଲୋକ ପାଖରେ ଟଙ୍କା, ପଇସା , ଗାଡ଼ି, ଆରାମ ଦାୟକ ଘର, ଶାନ୍ତିରେ ଖାଇବା ଶୋଇବା ପାଇଁ ସବୁକିଛି ସୁବିଧା ଥାଏ ତଥାପି ତା ଜୀବନ ରେ କିଛି ଅଭାବ ତାକୁ ଭିତରୁ କଷ୍ଟ ଦେଉଥାଏ, ଶାନ୍ତିରେ ଶୋଇବାକୁ...

ଏଇତ ମଣିଷ ଜୀବନ

  ଆଜ୍ଞା ନମସ୍କାର, ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ, ମଣିଷ ତା ଜୀବନ କାଳ ଭିତରେ କେବେ କେବେ କିଛି ପରିସ୍ଥିତି ଏମିତି ଆସେ ଯେଉଁଠି ସେ କେବେ ଭାଙ୍ଗି ପଡ଼େ ତ କେବେ ସେଇ ପରିସ୍ଥିତି ଯୋଗୁଁ ପୂର୍ବଠୁ ଅଧିକ ମଜବୁତ୍ ହୋଇ ଯାଏ... ତ କେବେ କେବେ ହସୁ ହସୁ.. କାନ୍ଦି ପକାଏ ତ କେବେ କାନ୍ଦୁ କାନ୍ଦୁ ହସି ଦିଏ ବୋଧେ ଏମିତି ହେଉଛି ମଣିଷ ଜୀବନ... ଆଉ ସେଇ ମଣିଷ ଜୀବନ ବିଷୟରେ ଏମିତି କିଛି ଭାବୁ ଭାବୁ କେଜାଣି କାହିଁକି କିଛି ଲେଖୁ ଲେଖୁ ଲେଖିଦେଲି ଗୋଟେ କବିତା ଯାହାର ଶୀର୍ଷକ ହେଉଛି ''  ଏଇତ ମଣିଷ ଜୀବନ ''           ଏଇତ ମଣିଷ ଜୀବନ                              କିଛି ମାନ କିଛି ଅଭିମାନ  ଆଖି କେବେ କାନ୍ଦି ଦିଏ..                  ତ ଠଓ କେବେ ହସି ଦିଏ  କିଛି ହସ କିଛି କାନ୍ଦ ରେ                  ଏ ଜୀବନ ବିତିଯାଏ  କିଛି ସ୍ୱପ୍ନ ପୁରା ହୁଏ..                କିଛି ସ୍ୱପ୍ନ ରହିଯାଏ ଅଧା  ତଥାପି ମଣିଷ ଏଠି ହାରେ ନାହିଁ          ...