Skip to main content

ଜାନେ ସେ ପହିଲେ କୁଛ ଆଚ୍ଛା କରନା'

'' ଜାନେ ସେ ପହିଲେ କୁଛ ଆଚ୍ଛା କରନା''

ଏହା ଏକ ହିନ୍ଦୀ ବାକ୍ଯ ଯାହାର ଅର୍ଥ ଓଡ଼ିଆ ରେ ଯିବା ପୂର୍ବରୁ କିଛି ଭଲ କରିବା,
ପ୍ରତ୍ୟେକ ମଣିଷ ଯେବେ ତାର ଛୋଟ ବେଳ କଥା ମନେ ପକାଏ ତ ସେଇ ମଣିଷର କଥା ଅଧିକ ମନେ ପଡିଥାଏ ଯିଏ ତାକୁ ତାର ଅସୁବିଧା ସମୟରେ ସାହାଯ୍ୟ କରି ଥାଏ, ଦୁଃଖ ରେ ସାଥ୍ ଦେଇ ଥାଏ, ଆଖିରୁ ଲୁହ ପୋଛି ଥାଏ, ଆଉ ଭବିଷ୍ୟତ ରେ ସେ ବି ଗୋଟିଏ ଭଲ ମଣିଷ ହେବ ବୋଲି ସ୍ଵପ୍ନ ଦେଖୁଥାଏ କି '' ମୁଁ ବି ଦିନେ ଗୋଟିଏ ଭଲ ମଣିଷ ହେବି ଆଉ ସମସ୍ତଙ୍କୁ ସାହାଯ୍ଯ କରିବି
ଅପର ପକ୍ଷରେ ସେହି ବ୍ୟକ୍ତି କୁ ମନେ ପକେଇ ରୁଷି ଯାଇ ଥାଏ କି ଯେଉଁ ମାନେ ଅସୁବିଧା ସମୟରେ ତାର ସାଥ୍ ଛାଡି ଦେଇ ଥିଲେ, ଆଉ ପୁଣି ଭାବେ ଥରେ ମୋର ଏଇ ଅବସ୍ଥାକୁ ବଦଳେଇ ସାରେ ଆଉ କେବେ ସେମାନଙ୍କୁ ଫେରି ଚାହିଁବିନି
ହଁ ମାନୁଛି ଆମ ଅସୁବିଧା ସମୟରେ ହାତ ଛାଡ଼ି ଦେଇଥିବା, କଷ୍ଟ ଦେଇଥିବା ଲୋକଙ୍କୁ ନିଜର ଭାବିବା ଟିକିଏ କଷ୍ଟ ହେବ ହେଲେ ଗୋଟିଏ କଥା ମନେ ରଖିଥିବେ ଏ ଦୁନିଆ ରେ ଅନୁତାପ ଠାରୁ ବଡ଼ ଜିନିଷ କିଛି ନାହିଁ, ଆଜି ଭଲ ତା ପାଇଁ କୃତଜ୍ଞ ଅନୁଭବ କରନ୍ତୁ ଆଉ ଆଜି ଯିଏ ଖରାପ ତାର ଭଲ କରି ତାକୁ ଅନୁତାପ କରିବାକୁ ଦିଅନ୍ତୁ
ଗୋଟିଏ ମଣିଷ ତା ଜିବନରେ କିଛି ଲୋକ ପ୍ରତି ସମର୍ପଣ ଭାବ ରଖୁଥିବା ବେଳେ କିଛି ଲୋକ ପ୍ରତି ହିଂସା ଭାବ ରଖିଥାଏ, ଆଉ ଯେଉଁ ମଣିଷ ଭିତରେ ଏହି ଦୁଇଟିର ଭାବ ଥାଏ ସେ କେବେ ଗୋଟିଏ ଭଲ ମଣିଷ ହୋଇ ପାରିବ ନାହିଁ.... ଗୋଟିଏ ଭଲ ମଣିଷ ହେବାକୁ ହେଲେ ଆମକୁ ଆମ ଜୀବନର ଦୁଃଖ, କଷ୍ଟ, ରାଗ, ଶତୃତାକୁ ଭୁଲିବାକୁ ପଡ଼ିବ, କିଏ ସାହାଯ୍ଯ କରୁ ବା ନ କରୁ ଆପଣ କେବଳ ନିଜ କର୍ମ ଉପରେ ଧ୍ୟାନ ଦେବେ, କେବଳ ନିଜ ପାଇଁ ନୁହଁ ବରଂ ସାରା ଜଗତ ର ଭଲ ପାଇଁ ଭାବିବେ ନା ଥିବ କୌଣସି ରାଗ, ଦ୍ଵେଷ, ଅହଂକାର ବା କୌଣସି ଭେଦ ଭାବ ବାସ୍ ଦୁନିଆକୁ ଗୋଟିଏ ନୂଆ ନଜର ରେ ଦେଖିବେ ଆଉ ସମସ୍ତଙ୍କୁ ନିଜର ଭାବିବେ
କିଛି ମଣିଷ ଯେତେବେଳେ ତା ଦୁଃଖ ଭରା ଜୀବନରୁ ବାହାରି ଆସେନା, ସେ ଭିତରୁ ଯେତିକି ମଜବୁତ୍ ହୋଇଯାଏ ସେତିକି ଅନ୍ୟ ପ୍ରତି କଠୋର ବି ହୋଇ ଯାଏ କି ତାର ଦୁଃଖ ସମୟରେ କେହି ତାକୁ ସାହାଯ୍ଯ କରି ନଥିଲେ
ଆଉ କିଛି ମଣିଷ ତାର ଦୁଃଖ ଭରା ଜୀବନରୁ ବାହାରି ଆସିଲା ପରେ ବହୁତ୍ କମଳ ହୃଦୟର ହୋଇ ଯାଇଥାନ୍ତି ଆଉ କାହାକୁ ଦୁଃଖ ରେ ଦେଖିଲେ ତାକୁ ସେଇଠୁ ବାହାର କରିବା ପାଇଁ ପ୍ରାଣ ପଣେ ଚେଷ୍ଟା କରନ୍ତି, ତାର ଦୁଃଖ ରେ ସାଥ ଦିଅନ୍ତି.. ଏହି ତ ହେଉଛି ଜୀବନ ଓ ମଣିଷ ପଣିଆ ଅଟେ, ଅନ୍ୟକୁ ସାହାଯ୍ଯ କରିବା, ଅନ୍ୟର ଦୁଃଖ ରେ ସାଥ୍ ଦେବା

କାହାକୁ ଟିକେ ଦୁଃଖ ରେ ଦେଖିଲେ ତାକୁ ସାହାଯ୍ଯ ନ କରିବା ପର୍ଯ୍ଯନ୍ତ ରହି ପାରେ ନାହିଁ,
: ଦେଖନ୍ତୁ ଆପଣ କଷ୍ଟ କଲେ, ସଂଘର୍ଷ କଲେ, ସଫଳ ବି ହେଲେ, ପଇସା ରୋଜଗାର କଲେ ଆଉ ଭଲ ରେ ବି ରହିଲେ, ଏଠି ବାସ ଫରକ ଏତିକି କି ଅନ୍ୟ ପାଇଁ ନୁହଁ ନିଜ ପାଇଁ ବଞ୍ଚିଲ.. ଆଉ ଏହାକୁ ପ୍ରକୃତ ଜିଇଁବା କୁହା ଯିବ ନାହିଁ, ପ୍ରକୃତ ଜିଇଁବା ତାକୁ ସେତେବେଳେ କୁହା ଯିବ ଯେତେବେଳେ ଅନ୍ୟ ପାଇଁ, ଅନ୍ୟର ଭଲ ପାଇଁ ଜିଇଁବେ, ଯେତେବେଳେ କେହି ତା ଜୀବନ ର ସଫଳ ହୁଏ, ତାର ସବୁ କଷ୍ଟ ଦୂର କରି ପାରେ, ତାର ଅଭାବକୁ ପୂରଣ କରି ପାରେ ଆଉ ଏଇ ସବୁ କାରଣ ଯଦି ଆପଣ ହୋଇ ଥାନ୍ତି ବା ଆପଣଙ୍କ ଯୋଗୁଁ ହିଁ ହୋଇ ଥାଏ ସେତେବେଳେ ବିଶ୍ବାସ କରନ୍ତୁ ଆପଣଙ୍କ ଜୀବନ ସଫଳ ହେଲା ଆଉ ଆପଣ ପ୍ରକୃତ ଜୀବନ ଜିଇଁଲେ
ତେଣୁ ଏଇ ଧରା ପୃଷ୍ଠରେ ଯେତେ ଦିନ ବଞ୍ଚି ଛନ୍ତି କିଛି ନା କିଛି ଭଲ କାମ କରିବାକୁ ଚେଷ୍ଟା କରନ୍ତୁ, ସେ କୌଣସି ଭଲ କାମ ମାଧ୍ୟମ ରେ ହେଉ ବା ସାହାଯ୍ଯ ମାଧ୍ୟମ ରେ ହେଉ ବା ଲେଖା ମାଧ୍ୟମ ରେ ହେଉ କିନ୍ତୁ ଏ ଦୁନିଆରୁ ଯିବା ପରେ ଗୋଟିଏ ଭଲ ମଣିଷ ର ପଦ ଚିହ୍ନ ଛାଡି ଯାଆନ୍ତୁ ହେଲେ କିଛି ଖରାପ ଲୋକଙ୍କ ପାଇଁ ନିଜର ଭଲ ଚିନ୍ତାଧାରା କୁ ବଦଳାନ୍ତୁ ନାହିଁ କି ଅନ୍ୟ ପ୍ରତି ଭଲ କରିବାର ଇଚ୍ଛାକୁ ମାରନ୍ତୁ ନାହିଁ ବରଂ ଯେତେ ଦିନ ବଞ୍ଚିଛନ୍ତି ନିଜକୁ ଗୋଟିଏ ଭଲ ମଣିଷ ବନେଇବାକୁ ଚେଷ୍ଟା କରନ୍ତୁ
ଠିକ୍ ଅଛି friends ଏତିକି ରେ ଏଇ ଶୀର୍ଷକ ଟି ଶେଷ ହେଲା କେମିତି ଲାଗିଲା please comment me ରହୁଛି ଆପଣଙ୍କ ଶୁଭ ଚିନ୍ତକ (ପ୍ରଦୀପ)


Comments

Popular posts from this blog

ବାପା ଥିଲ ତମେ କେତେ ଆପଣାର

  ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ମୋ ବିଷୟରେ କହିବାକୁ ଗଲେ ମୁଁ ପେସା ରେ ଜଣେ nursing officer... ମୁଁ ମୋ free time ରେ କେବେ କିଛି କବିତା ଲେଖେ ତ କେବେ meditation କରେ ତ କେବେ କିଛି ସମୟ ପାଇଁ workout କରେ... ତ କେବେ କୁଆଡେ ଭଲ ଜାଗା କୁ ବୁଲିବାକୁ ଯାଏ... Life ମୋର ବହୁତ୍ beautiful ଥିଲା ଯେଉଁଠି ଗୋଟେ ସୁନ୍ଦର, ଗୋଟେ ଭଲ life style ଆଉ life ରେ settle ଥିଲି ... କଣ କରିବା ଭଗବାନଙ୍କର ଆମ ଖୁସି ଉପରେ ଲୋଭ ହୋଇଗଲା ଆଉ ଏମିତି ଏକ ସମୟ ଆସିଲା ଯେଉଁଠି ସବୁ କିଛି ଥିଲା ସତ କିନ୍ତୁ ମୁଁ ମୋ ବାପାଙ୍କୁ ହରେଇ ବସିଲି... ଗତ 31 ତାରିଖ ମେ ମାସ ସୋମବାର ବୋଧ ହୁଏ ମୋ life ରେ ସବୁଠୁ ଖରାପ ଦିନ ଥିଲା... କଣ ବି ଆଉ କରିବା.. ଆଖିରୁ ଲୁହ ଝରେବା ଆଉ ନୀତି ମୁରୁକି ମୁରୁକି ହୋଇ କାନ୍ଦିବା ଛଡା ମୋ ପାଖରେ ଆଉ କିଛି ଉପାୟ ନାହିଁ କାରଣ ଏ ଲୁହ ହେଉଛି ଏକ ମାତ୍ର ଉପାୟ ବାପାଙ୍କର ଉପସ୍ଥିତିକୁ ଅନୁଭବ କରିବାକୁ.... ଆଉ ଏମିତି ସେଦିନ ବସୁ ବସୁ କେଜାଣି କାହିଁକି ମନକୁ କିଛି ଚାଲି ଆସିଲା ଆଉ ଲେଖୁ ଲେଖୁ ଲେଖି ଦେଲି କିଛି କାଗଜ ଉପରେ ଯାହା ମୋ ବାପାଙ୍କ ଉପରେ ଆଧାରିତ.... ଶିର୍ଷକ ଟି ହେଉଛି '' ବାପା ଥିଲ ତମେ କେତେ ଅପଣାର ''  ବାପା ତମେ ଥିଲ କେତେ ଆପଣାର....                       ହସ ଦେଇ ଲୁହକୁ କରିଲ ...

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ ଆଞା, ନମସ୍କାର... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ.. ଆଜିର ଶୀର୍ଷକ ଟି ହେଉଛି କିଛି ସ୍ୱପ୍ନ ଲୁହ ହୋଇ ଝରି ଯାଇଥାଏ .. ଯେଉଁଥିରେ ଆପଣ କିପରି ଜିବନରେ କିଛି ଦୁଃଖ କୁ ଭଲି ଖୁସିରେ ରହି ପାରିବେ,  ଆପଣଙ୍କ ଚାରି ପାଖେ ଥିବା ପ୍ରତ୍ୟେକ ଜିନଷ ପ୍ରତି କୃତଜ୍ଞ ହେବା ଦ୍ଵାରା କିପରି ଆପଣ ପୂର୍ବଠୁ ଅଧିକ ଖୁସି ହୋଇ ପାରୁଛନ୍ତି ତାହା ଜାଣିବାକୁ ପାଇବେ ତ ଚାଲନ୍ତୁ ଆଉ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତ୍ୟକ  ଶବ୍ଦକୁ  ପଢିବା  ଆଉ  ହୃଦୟଙ୍ଗମ କରିବା... ଜାଣିଛନ୍ତି ଗୋଟିଏ ପିଲା ଯେତେବେଳେ ଛୋଟ  ଥାଏନା ତା ମନ ଭିତରେ ସବୁବେଳେ ଜୀବନରେ କିଛି ନା କିଛି ବଡ କରିବାର ଚେଷ୍ଟା ଉଙ୍କି ମାରୁଥାଏ... ହେଲେ ଯେତେବେଳେ ସେ ଆସ୍ତେ ଆସ୍ତେ ବଡ ହୁଏ ସେଇ ସ୍ଵପ୍ନକୁ ଭୁଲିବାକୁ ଲାଗେ... ସେଥିରେ କିଛି ଲୋକ ନିଜ ସ୍ଵପ୍ନରେ ଅଟଳ ରହି ସ୍ଵପ୍ନକୁ ହାସଲ କରନ୍ତି ତ କିଛି ଲୋକ ଅଭାବ ଅସୁବିଧା, ଖରାପ ପରିସ୍ଥିତିର ଆଢୁଆଳରେ ଆସି ନିଜ ସ୍ଵପ୍ନକୁ ମନରେ ମାରି ଦିଅନ୍ତି ଆଉ  ଆଖିରୁ ଲୁହ ଝରାନ୍ତି... ତ କିଛି ଲୋକ ଚେଷ୍ଟା କରୁ କରୁ ନିଜ ସ୍ଵପ୍ନକୁ ଭୁଲି ଯାଆନ୍ତି.. ଜାଣିଛନ୍ତି ପ୍ରତ୍ୟକ ମଣିଷ ତା ଜିବନରେ ସବୁବେଳେ ଚାହୁଁ ଥାଏ କି ସେ ଚାହୁଁଥିବା ତାର ସ୍ଵପ୍ନ ସାକାର ହେଉ, ପାଖରେ ଟଙ୍କା ପଇସାର କିଛି ଅଭାବ ନ ରହୁ, ଦୁଃଖ ସୁଖ ରେ ସାଥ ଦେବା ପାଇଁ ଗୋଟେ ଭ...

ପ୍ରକୃତି vs ଡିଜିଟାଲ ଦୁନିଆ

  ପ୍ରକୃତି vs ଡିଜିଟାଲ ଦୁନିଆ ଆଞା ନମସ୍କାର୍... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ଆଜି ଗୋଟିଏ ବଢିଆ ଶୀର୍ଷକ ଉପରେ ଆମେ ଆଲୋଚନା କରିବାକୁ ଯାଉଛୁ ଯେଉଁଥିରେ ଆପଣ ଜାଣିବାକୁ ପାଇବେ କେମିତି ମଣିଷ ଦିନ କୁ ଦିନ ତାର ମାନସିକ ଶାନ୍ତି ହରେଇ ବସୁଛି, ଆଉ ସବୁ କିଛି ଥାଇବି କିପରି ମଣିଷ ହସିବା ଭୁଲି ଯାଉଛି, ଏଇ facebook, whatsup, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାରେ ବି ଏମିତି କଣ ଦୁନିଆ ଅଛି ଯାହା କେବଳ ଆପଣଙ୍କ ମନକୁ ଶାନ୍ତ ସ୍ଥିର ନୁହଁ ହୃଦୟକୁ ବି ଖୁସିରେ ଭରିଦେବ ତାହା ଆଜି ଜାଣିବାକୁ ପାଇବେ ତେଣୁ ଆଜିର ଶୀର୍ଷକଟି ହେଉଛି ପ୍ରକୃତି vs ଡିଜିଟାଲ ଦୁନିଆ .. ତ ଚାଲନ୍ତୁ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତି ଟି ଶବ୍ଦକୁ ପଢିବା ଆଉ ଉପଭୋଗ କରିବା... ଜାଣିଛନ୍ତି ମଣିଷ ସକାଳ ହେଲା ଠୁ ସୂର୍ଯ୍ୟ ନଇଁବା ପର୍ଯ୍ୟନ୍ତ ଡିଜିଟାଲ ଦୁନିଆରେ ଏତେ ବ୍ୟସ୍ତ ହୋଇ ଯାଇଛି କି ନିଜ ପାଖରେ ବସିଥିବା ଲୋକଙ୍କ ସହ ହସ ଖୁସିରେ ଦୁଇ ପଦ କଥା ହେବାକୁ ଭୁଲି ଯାଉଛି  ଆଜିର ମଣିଷ ହୁଏତ ବହୁତ ଆଗକୁ ଉନ୍ନତି କରୁଛି ହେଲେ ସେତିକି ଅଧିକ୍ ନିଜର ମାନସିକ ଶାନ୍ତି ହରେଇ ବସୁଛି... ଏଥିପାଇଁ  କେବଳ ଡିଜିଟାଲ ଦୁନିଆ ଯେ ଦାୟୀ ସେ କଥା ମୁଁ କହୁ ନାହିଁ.. ବାସ ଆପଣ ଗୋଟିଏ କଥା ଜାଣି ରଖନ୍ତୁ ଯେ.. ଏଇ facebook, WhatsApp, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାର ପ୍ରକୃତିରେ ଏମିତି ବହୁତ୍ ...