Skip to main content

1000 ଓଡ଼ିଆ motivational quotes, ଓଡ଼ିଆ heart touching quotes

 1000 ଓଡ଼ିଆ MOTIVATIONAL QUOTES , ଓଡ଼ିଆ HEART TOUCHING QUOTES 

 1.ରକ୍ତ ସମ୍ପର୍କର ଦୁଇଟା ମନ ଭିତରେ ଯେତେବେଳେ ଭୁଲ ବୁଝାବଣା ର ପାହାଡ଼ ସ୍ରୁଷ୍ଟି ହୋଇ ଯାଏ.. ତାକୁ ଭାଙ୍ଗି ସେଇ ସମ୍ପର୍କ ଯୋଡ଼ିବା ଏତେ ସହଜ ନୁହେଁ

 2.ଜିବନରେ ସ୍ଵପ୍ନ ଦେଖିବା.. ସ୍ଵପ୍ନ ପାଇଁ କଠିନ ପରିଶ୍ରମ କରିବା ଭଲ ଅଭ୍ୟାସ ଅଟେ.. ହେଲେ ଅସୁବିଧା ଅଟେ କି ମଣିଷର ନିଜର ଖୁସିକୁ ସ୍ଵପ୍ନ ଉପରେ ନିର୍ଭରଶୀଳ କରେଇ ଦେଇ ଥାଏ କି ଯଦି ସେ ସ୍ଵପ୍ନ ସାକାର ହୋଇ ଯିବ ବା ସେ କାମ ହୋଇ ଯିବ ତାହେଲେ ମୁଁ ଖୁସି ହେବି କିନ୍ତୁ ପ୍ରକୃତ ରେ ଖୁସି ରେ ରହିବାକୁ ହେଲେ ଆମକୁ କିଛି ଦରକାର ନାହିଁ ବାସ୍ ଏହା ଆମ ଉପରେ ନିର୍ଭର କରେ କି ଆମେ କେମିତି ଅନୁଭବ କରିବାକୁ ଚାହୁଁଛୁ

 3.ଏମିତି ଏକ ଭୁଲ ଆମ ସମସ୍ତଙ୍କ ଜିବନରେ ହୋଇ ଥାଏ କି ଆମେ ବେଳେ ସେଇ ଗୋଟିଏ ମଣିଷ ପଛରେ ଆମର ସବୁ କିଛି ଏମିତି ନିଜର ଇଜ୍ଜତ ଧୂଳିସାତ୍ କରି ଦେଇ ଥାଉ ଯଦିଓ ସେ ଇଜ୍ଜତ କୁ ବୋହୁତ୍ କଷ୍ଟରେ କମେଇ ଥାଉ କିନ୍ତୁ ତାହାରି ପାଇଁ ସବୁ କିଛି ତ୍ୟାଗ କରି ଦେଇ ଥାଉ

4. ଆମ ଦ୍ୱାରା ହେଉ କି ଅନ୍ୟ ଦ୍ଵାରା ହେଉ କି.. ପଇସା ଦ୍ଵାରା ହେଉ କିନ୍ତୁ  କିଛି ଜିନିଷ କୁ ପୁଣି ଥରେ ଗଢି ପରିବାର ଶକ୍ତି ଆମ ପାଖରେ ଅଛି..  ତାହେଲେ ଯଦି ଜିବନ ଯୁଦ୍ଧରେ ରେ କେବେ ଭାଙ୍ଗି ପଡୁ ପୁଣି ଥରେ କାହିଁକି ଗଢି ନପାରିବ ହଁ ନିଶ୍ଚିତ ପୁଣି ଥରେ ଗଢି ପାରିବୁ ବାସ୍ ଏଥି ପାଇଁ ଆମର ଇଚ୍ଛା ଶକ୍ତି ର ଆବଶ୍ୟକତା ଅଛି

 5.ଯଦି କେବେ କେହି ଆମ ଜୀବନରୁ ଛାଡି ଚାଲି ଯାଏ ଯାହାକୁ ଆମେ କେବେ ସ୍ୱପ୍ନରେ ଭାବି ନଥାଉ.. ଯଦି ଏମିତି ବି ହେଇ ପାରୁଛି ତାହେଲେ ଏମିତି ହେଇ ପାରିବ କି ସେଇ ମଣିଷ ମିଳିଯାଏ ଯାହାକୁ ଆମେ କେବେ ସ୍ଵପ୍ନରେ ଭାବି ନଥିବୁ

 6.ବେଳେ ବେଳେ ଏମିତି ହୁଏ କି ଆମ ଜୀବନରୁ ସେଇ ମଣିଷ ଛାଡି ଚାଲି ଯାଏ ଯାହାକୁ ଆମେ କେବେ ସ୍ୱପ୍ନରେ ଭାବି ନଥାଉ.. ଯଦି ଏମିତି ବି ହେଇ ପାରୁଛି ତାହେଲେ ଏମିତି ହେଇ ପାରିବ କି ସେଇ ମଣିଷ ମିଳିଯିବ ଯାହାକୁ ଆମେ କେବେ ସ୍ଵପ୍ନରେ ଭାବି ନଥାଉ ତେଣୁ think positive

7. ଆପଣଙ୍କର ସବୁ ପ୍ରଶ୍ନର ଉତ୍ତର ମିଳିଯିବ ତା ପାଇଁ ମୋ ପାଖରେ ଏକ ଉପାୟ ଅଛି କି ଆପଣ ଯେଉଁ 24 ଘଣ୍ଟା ସାରା ଯାହାକୁ ଏତେ cll message କରୁଛନ୍ତି ବାସ୍ ତାକୁ cll ବା message କରିବା ବନ୍ଦ କରି ଦିଅନ୍ତୁ ତାପରେ ଜଣା ପଡି ଯିବ ସେ ଆପଣଙ୍କୁ କେତେ ମନେ ପକାଉଛନ୍ତି

8.ଜିବନରେ ଚାରୋଟି ଜିନଷ ବିଶ୍ବାସ, ସମ୍ପର୍କ, ହୃଦୟ ଓ ପ୍ରତିଶ୍ରୁତି କେବେ ଭାଙ୍ଗିବା ପାଇଁ ଚେଷ୍ଟା କରନ୍ତୁ ନାହିଁ କାରଣ ଏମାନଙ୍କର ଭାଙ୍ଗିବା ସମୟରେ ସିନା ଶବ୍ଦ ହୁଏନି କିନ୍ତୁ ବହୁତ୍ କଷ୍ଟ ହୋଇ ଥାଏ

9.ଉପଯୁକ୍ତ ସମୟରେ ଯିଏ ଭଲ କଥା କୁହେ ନାହିଁ ସିଏ ମୁକ ସହ ସମାନ

 10.ଉପହାସ କୁ ଡରି କେବେ ନିଜର ଲକ୍ଷ୍ୟ କୁ ବଦଳାନ୍ତୁ ନାହିଁ କାରଣ ଲକ୍ଷ୍ୟ ହାସଲ ପାରେ ନିନ୍ଦା କରୁଥିବା ଲୋକଙ୍କ ରାୟ ବଦଳି ଯାଇଥାଏ

11. ମଣିଷ ଜିବନରେ ଖୁସି ହେଉଛି ସବୁଠୁ ବଡ଼ ଜିନିଷ.. ଯଦି ଆପଣ ଖୁସି ରେ ନାହାନ୍ତି ବିଶ୍ୱାସ କରନ୍ତୁ ଆପଣ ଜିବନ ଜିଉଁ ନାହାନ୍ତି ବରଂ ଜୀବନ କାଟୁଛନ୍ତି

 12.ସଫଳତା ପାଇବା କୁ ହେଲେ ବୁଦ୍ଧିମାନ ନୁହଁ ବରଂ ସେଇ ଜିନିଷ ପ୍ରତି ପାଗଳ ବନିବାକୁ ପଡ଼ିବ, ପଶୁ ଭଳି ଖଟିବାକୁ ପଡ଼ିବ ଯାହାକୁ ଆପଣ ପ୍ରକୃତରେ ପାଇବା କୁ ଚାହୁଁଛନ୍ତି

 13.ଜିବନରେ ସମ୍ପର୍କ କେବେ ସରେନି.. କଥା ନହେଲେ ଆଖିରେ ରହିଯାଏ ଏବଂ ଆଖିରୁ ଦୁରେଇ ଗଲେ ପୁଣି ମନରେ ରହି ଯାଏ

 14.ଖୁସି ଏକ ଅନୁଭବ ଅଟେ ଯାହା ସମସ୍ତଙ୍କ ପାଇଁ ଆବଶ୍ୟକ ଅଟେ, ନୀରବତା ବି ଏକ ଅନୁଭବ ଅଟେ ଯାହା ସମସ୍ତଙ୍କ ଭିତରେ ଲୁଚି ରହିଛି କିନ୍ତୁ ଜୀବନ କୁ ସେ ହିଁ ଜୀଇଁ ଥାଏ ଯାହା ପାଖରେ ନିଜ ଉପରେ ବିଶ୍ବାସ ଅଛି

 15.ଲୁହା କୁ କେହି ନଷ୍ଟ କରି ପାରନ୍ତି ବରଂ ତାର କଳଙ୍କି ତାକୁ ନଷ୍ଟ କରି ଦେଇ ଥାଏ ଠିକ୍ ସେମିତି ମଣିଷ କୁ ଅନ୍ୟ କେହି ନୁହଁ ତାର ନକରାତ୍ମକ ଚିନ୍ତାଧାରା ତାକୁ ନଷ୍ଟ କରି ଦେଇ ଥାଏ

 16.ସମ୍ପର୍କ ମନରୁ ହୋଇ ଥାଏ, କଥାରୁ ନୁହଁ କାରଣ ବହୁତ୍ ଲୋକ ବୋହୁତ୍ କଥା ପରେବି ନିଜର ହୁଅନ୍ତି ନାହିଁ କିନ୍ତୁ ନୀରବ ରହି ବି ମଧ୍ଯ ନିଜ ଠୁ ବି ଅଧିକ ନିଜର ହୋଇ ଯାଆନ୍ତି

17.ସାରା ସମୁଦ୍ରର ପାଣି ବି ଜାହାଜ କୁ ବୁଡେଇ ପାରି ନଥାଏ ଯେତେ ପର୍ଯ୍ୟନ୍ତ ପାଣି ଜାହାଜ ଭିତରୁ ଯାଇ ନଥାଏ ଠିକ୍ ସେମିତି ଦୁନିଆର କୌଣସି ନକାରାତ୍ମକ ଚିନ୍ତା ଆପଣଙ୍କୁ ତଳକୁ ଖସେଇ ପାରିବନି ଯେତେ ପର୍ଯ୍ୟନ୍ତ ଆପଣ ନିଜ ଭିତରୁ ଆସିବାକୁ ଅନୁମତି ଦେଇ ନଥାଅ

18.ରାଗ ସମୟରେ ମଣିଷ ବେଳେ ଅନେକ କଟୁ କଥା କହି ଦେଇ ଥାଏ କିନ୍ତୁ କହୁଥିବା ମଣିଷ ସିନା କହି ଭୁଲି ଯାଏ ହେଲେ ଶୁଣୁଥିବା ମଣିଷ ଶେଷ ନିଶ୍ଵାସ ପର୍ଯ୍ୟନ୍ତ ମାନେ ରଖି ଥାଏ ତେଣୁ କାହାକୁ କିଛି କହିବା ପୂର୍ବରୁ ଭଲ ଭାବେ ଭାବି କହିବା ଉଚିତ୍

19.ସଂସାର ରେ ଶାନ୍ତିରେ ବଞ୍ଚିବାକୁ ହେଲେ ପ୍ରଥମେ ପାଇବାର ଆଶା କୁ ତ୍ୟାଗ କରିବା ଉଚିତ୍ କାରଣ ଏହା ମଣିଷକୁ ଦୁଃଖ ଓ ଅଶାନ୍ତି ଆଣି ଦେଇ ଥାଏ ତେଣୁ ସବୁବେଳେ ଖୁସି ଓ ଶାନ୍ତିରେ ରହିବାକୁ ହେଲେ ଭଗବାନ ଯାହା ଦେଇଛନ୍ତି ସେଥିରେ ସନ୍ତୁଷ୍ଟ ହେବା ଉଚିତ୍

20.ପାଦରେ ଆଘାତ ଲାଗିଲେ ଯେମିତି ମଣିଷ ସଠିକ୍ ଭାବେ ଚାଲିବା ଶିଖି ଯାଏ ଠିକ୍ ସେମିତି ଯେତେବେଳେ ହୃଦୟରେ ଆଘାତ ଲାଗେ ମଣିଷ ଆପେ ଆପେ ବଞ୍ଚିବା ଶିଖି ଯାଏ

 21.ସ୍ଵପ୍ନ ଦେଖିବା ଭୁଲ ନୂହେଁ କିନ୍ତୁ ସ୍ୱପ୍ନକୁ ଭାଗ୍ୟ ଉପରେ ଛାଡ଼ି ଦେବା ସବୁଠୁ ବଡ଼ ଭୁଲ ଅଟେ

 22.ଯେଉଁ ସମ୍ପର୍କ ମିଛ ଓ ଛଳନା ଉପରେ ପ୍ରତିଷ୍ଠିତ ସେଇ ସମ୍ପର୍କ ବେଶି ଦିନ ତିଷ୍ଟି ନଥାଏ

 23.ଖରାପ ସମୟ ଜୀବନ ସାରା ରହି ନଥାଏ କିନ୍ତୁ ସେଇ ଖରାପ ସମୟରେ ଯଦି ଖରାପ ବ୍ଯବହାର କରି ଥାନ୍ତି ତାହା ଜୀବନ ସାରା ମାନେ ରହି ଥାଏ

24.ଯେବେ ସମୟ ଓ ସମ୍ପର୍କ ମିଶି ମଣିଷ କୁ ଧୋକା ଦିଅନ୍ତି ସେତେବେଳେ ମଣିଷ କେବଳ ବାହାରୁ ନୁହଁ ଭିତରୁ ବି ଭାଙ୍ଗି ପଡେ

25.ଆଜିର ମିଛ ଶୁଣି ଖୁସି ହୋଇଥାଏ ଆଉ ସତ ଶୁଣି ସମ୍ପର୍କ ଭାଙ୍ଗି ଦେଇ ଥାଏ ଏବଂ ଦୁରେଇ ବି ଯାଇ ଥାଏ

26.ଯେଉଁ ସମ୍ପର୍କରେ ସ୍ୱାର୍ଥ ଓ ସର୍ତ୍ତ ନଥାଏ ସେହି ସମ୍ପର୍କ ହେଉଛି ବନ୍ଧୁତା

27.ପ୍ରେମ କେବେ କାହା COLOR height କି face ଦେଖି ହୁଏ ନାହିଁ, ପ୍ରେମ ତ ଦୁଇ ଟି ସୁନ୍ଦର ହୃଦୟ ର ନିଗୂଢ ମିଳନ ଅଟେ

28.ଦୁନିଆର ପ୍ରବୃତ୍ତି ବଦଳାଇ ବାକୁ ହେଲେ ପ୍ରଥମେ ନିଜର ପ୍ରକୃତି କୁ ବଦଳାନ୍ତୁ ଦେଖିବେ ଆପଣ ନିଜକୁ ବଦଳାଇ ଲେ ଆପେ ଆପେ ଲୋକଙ୍କର ଆପଙ୍କର ପ୍ରତି ମୋନଭାବ ବଦଳି ଯିବ

29.ଜଣେ ମଣିଷ ର ପ୍ରଥମ ପରିଚୟ ହୁଏତ ତା ସୁନ୍ଦର୍ ଚେହେରା ରୁ ହେଇ ପାରେ କିନ୍ତୁ ତା ପ୍ରକୃତ ପରିଚୟ ତା ସୂନ୍ଦର୍ ବ୍ୟବହାର ରୁ ହୋଇ ଥାଏ

30.ଜୀବନକୁ ସବୁବେଳେ ହସି ଖେଳି ବିତାନ୍ତୁ କାରଣ ଆପଣ କଣ କେହି ବି ଜାଣି ନାହାଁନ୍ତି ଜୀବନ ଆଉ କେତେ ବାକି ଅଛି

 31.କେବଳ ଓ କେବଳ ମୁଁ ହିଁ ଠିକ୍.. ଏହି ଗୋଟିଏ ଭ୍ରମ. ଯାହା ବହୁତ୍ ଗୁଡ଼ାଏ ସମ୍ପର୍କ କୁ ଭାଙ୍ଗି ଦେଇ ଥାଏ

32.ବଜାର ରେ ମିଳୁଥିବା ଛୋଟିଆ ଫଳ ଟିଏ ନିଜ ଆକାର ପାଇଁ ନୁହଁ ବରଂ ନିଜର ମଧୁର ସ୍ୱାଦ ପାଇଁ ଅଧିକ୍ ଦାମ୍ ରେ ବିକ୍ରି ହେଇ ଥାଏ ଠିକ୍ ସେହିପରି ମଣିଷ ଛୋଟ ହେଉ ବା ବଡ ହେଉ.. ଧନୀ ହେଉ ବା ଗରିବ ହେଉ କିଛି ଫରକ୍ ପଡି ନଥାଏ ବରଂ ସେ ନିଜର ଭଲ ବ୍ୟବହାର ପାଇଁ ସାମାଜ ରେ ପ୍ରତିଷ୍ଠିତ ହୋଇ ଥାଏ

33.ମନ ଭିତରେ ପଛେ ଯେତେ ଦୁଃଖ ଥିଲେ ବି ମୁହଁ ରେ ସବୁବେଳେ ହସ ଟିଏ ରଖି ଥାନ୍ତୁ କାରଣ ଏ ଦୁନିଆ ସବୁବେଳେ ଆପଣଙ୍କର ଦୁଃଖ ଓ ଦୁର୍ବଳତା ର ଠିକଣା ଖୋଜୁ ଥାଏ

34.ସମ୍ମାନ ଦେବା ଯଦି ଶିଖିବାର ଅଛି ତାହେଲେ କଲମ ଠାରୁ ଶିଖିବାର ଉଚିତ୍ କାରଣ ଏହା ଯେତେବେଳ ବି ଚାଲୁଥାଏ ସବୁବଳେ ମୁଣ୍ଡ ନୁଆଁଇ ଚାଲୁଥାଏ

 35.ଯନ୍ତ୍ରଣା ଆସିଲେ ମଣିଷ ଦୁଇ ପ୍ରକାର ପ୍ରତିକ୍ରିୟା କରିଥାଏ ସେଥିରେ କିଛି ମଣିଷ ଭାଙ୍ଗି ପଡ଼ନ୍ତି ତ କିଛି ମଣିଷ ଯନ୍ତ୍ରଣା କୁ ପ୍ରେରଣା ଭାବି ନିଜ ଜୀବନକୁ ବଦଳେଇ ଦେଇ ଥାନ୍ତି

36.ନିର୍ବୋଧ ଅନ୍ୟର ଭୁଲ କୁ ଯେତେ ବେଶି ଦେଖି ପାରେ ଠିକ୍ ସେମିତି ନିଜର ଭୁଲ କୁ ସେତିକି କମ୍ ଦେଖି ପାରେ

 37.ଯାହା ପାଇଁ କେବେ ମୁହଁରେ ରେ ହସ ଫିକା ପଡ଼େନି ସେ ହସ ର ନାଁ ହେଉଛି ବନ୍ଧୁ

38.ଭୁଲ ଯାହାର ଥାଉ ନା କାହିଁକି ଲୁହ ସବୁବେଳେ ଠିକ୍ ଲୋକ ଆଖିରୁ ଝରି ଥାଏ

 39.ସମୟ ଚୁପ୍ ରହିବା ଶିଖେଇ ଦେଇଛି

ଆଉ ପରିସ୍ଥିତି ସବୁ ସହିବା ଶିଖେଇ ଦେଇଛି

 40.ଯିଏ ଆମ ଭାଗ୍ୟରେ ନାହିଁ ତା ପାଇଁ ଯେତେ ଲୁହ ଗଡେଇଲେ ବି ସେ ମିଳିବ ନାହିଁ

41.ଯିଏ ଆମ ଭାଗ୍ୟରେ ନାହିଁ ତା ପାଇଁ ଯେତେ ଲୁହ ଗଡେଇଲେ ବି ସେ ଆମକୁ ମିଳିବ ନାହିଁ

 42.ଯଦି କେହି ତମକୁ bye କହିଲା ପରେ ବି online ରହୁଚି ତ ଜାଣିନିଅ ତା life ରେ ତମର value କମ ହୋଇ ହୋଇ ଯାଉଛି

43.ସମ୍ପର୍କ, ପ୍ରେମ ଓ ମିତ୍ରତା ସବୁ ଜାଗା ରେ ମିଳିଥାଏ ହେଲେ ମଣିଷ ସେଇଠି ଅଟକି ଯାଏ ଯେଉଁଠି ତାର ଆଦର ହୋଇ ଥାଏ

44.ଦୁନିଆର ସବୁଠୁ ବଡ଼ motivation ହେଉଛି କେହି ଜଣେ ଖାସ୍ ଲୋକ ଠାରୁ ମିଳିଥିବା ଧୋକା

 45.ଗୋଟେ ଝିଅ କୁ ତମେ ତୁମର Gf ସେତେବେଳେ ବନାଅ ଯେତେବେଳେ ତାଙ୍କୁ ନିଜ wife ବନେଇ ପରିବାର ସାହସ ରଖି ପାରିବ

 46.କିଛି ମଣିଷ ଏମିତି ଥାଆନ୍ତି ଯେଉଁ ଦୁଃଖ କୁ ଲୁଚେଇ ଲୁଚେଇ ଥକି ଯାଇଥାନ୍ତି କିନ୍ତୁ ଲୋକ ମାନେ ତାକୁ କୁହନ୍ତି ସେ ବହୁତ୍ ହସୁଛି

47.ଯେବେ କେହି ଆପଣାର ବିନା କାରଣରେ ଆମକୁ ignore କରିଥାଏ ନା ସତରେ ହୃଦୟକୁ ବହୁତ୍ କଷ୍ଟ ହୋଇ ଥାଏ

48.ମଣିଷ ଯେତେ ଖୁସିରେ ବି ଥାଉନା କାହିଁକି ହେଲେ ଏକୁଟିଆ ବେଳେ ତାକୁ ମନେ ପକେଇ ଥାଏ ଯାହାକୁ ସେ ହୃଦୟରୁ ଚାହିଁଥାଏ

 49.ବେଳେ ବେଳେ ଆମ ଜିବନରେ ଏମିତି କିଛି ମଣିଷ ଆସନ୍ତି ଯେଉଁ ମାନେ କିଛି ସମୟ ପାଇଁ ହସେଇ ସାରା ଜୀବନ ଆଖିରେ ଲୁହ ଦେଇ ଯାଆନ୍ତି

50. ଜୀବନ ସେତେବେଳେ ସୁନ୍ଦର୍ ଲାଗିଥାଏ ଯେତେବେଳେ ଆମ ଜିବନକୁ ସୁନ୍ଦର କରୁଥିବା ମଣିଷ ଟି ପାଖରେ ଥାଏ

51.ଆଖି ଆଗରେ ଯିଏ ଯେତେ ଦୂର ରେ ଥାଏ ହୃଦୟର ସେ ସେତେ ପାଖରେ ପାଖରେ ଥାଏ

52.ପ୍ରକୃତ ଭଲ ପାଇବା ତାକୁ କୁହଯାଏ ଯେଉଁଠି breakup ପରେ ବି ଦୁଇ ଜଣ ଦୁହେଁ ଦୁହିଁଙ୍କ ଭାବନା କୁ ସମ୍ମାନ ଦିଅନ୍ତି

 53.ଆମ ମିଛ ହସ ପଛରେ ଥିବା କଷ୍ଟ କୁ ସେହି ଅନୁଭବ କରି ଥାଏ, ଯାହା ସହିତ ଆମେ ସବୁକିଛି share କରି ଥାଉ

54. ଯଦି କାହାକୁ ଭଲ ପାଉଛ ତାହେଲେ ହୃଦୟରୁ ଭଲ ପାଉଥିବା ମଣିଷକୁ ଭଲ ପାଏ କାରଣ ଚେହେରାକୁ ଦେଖି ହେଉଥବା ପ୍ରେମ କେବଳ ବିଛଣାରେ ହିଁ ସରିଯାଏ

 55.ଯେବେ କାହାକୁ ଆମେ ହୃଦୟରୁ ଭଲ ପାଉ ଥାଉନା ସେତେବେଳେ ତାଙ୍କର care ନେବାକୁ ଭଲ ଲାଗିଥାଏ

56.ମନ ର ମଣିଷ କୁ କେବଳ ହୃଦୟ ହିଁ ଜାଣିଥାଏ

57.ଆମକୁ କିଛି ଦରକାର ନାହିଁ ବାସ୍ ଏହା ଆମ ଉପରେ ନିର୍ଭର କରେ କି ଆମେ କେମିତି ଅନୁଭବ କରିବାକୁ ଚାହୁଁଛୁ

58.ଜାଣିଛନ୍ତି ଜଣେ ଖୁସି ଏବଂ ଦୁଃଖୀ ମଣିଷ ମଧ୍ୟରେ ପାର୍ଥକ୍ୟ କଣ?

ଖୁସି ମଣିଷ ସବୁବେଳେ ତା ଜିବନରେ କଣ ହରେଇଛି ତା ନୁହଁ ବରଂ ତା ପାଖରେ ଆଜି କଣ ଅଛି ସେଥିରେ ସେ ଖୁସି ହୋଇ ଥାଏ କିନ୍ତୁ ଦୁଃଖୀ ମଣିଷ ସବୁବେଳେ ସେଇ ପଛ କଥା କୁ ମନେ ପକେଇ ଦୁଃଖୀ ହେଉ ଥାଏ କି ତା ଜିବନରେ ସେ ବହୁତ୍ କିଛି ହରେଇଛି ତେଣୁ ଆପଣ ଯଦି ଖୁସି ରେ ରହିବାକୁ ଚାହୁଁଛନ୍ତି ତାହେଲେ ଜିବନରେ କଣ ହରେଇଛନ୍ତି ତା ନୁହଁ ବରଂ କଣ ପାଇଛନ୍ତି ତା ଉପରେ ଧ୍ୟାନ ଦିଅନ୍ତି କିନ୍ତୁ ଦୁଃଖୀ ମଣିଷ ସବୁବେଳେ ସେଇ ପଛ କଥା କୁ ମନେ ପକେଇ ଦୁଃଖୀ ହେଉ ଥାଏ କି ତା ଜିବନରେ ସେ ବହୁତ୍ କିଛି ହରେଇଛି ତେଣୁ ଆପଣ ଯଦି ଖୁସି ରେ ରହିବାକୁ ଚାହୁଁଛନ୍ତି ତାହେଲେ ଜିବନରେ କଣ ହରେଇଛନ୍ତି ତା ନୁହଁ ବରଂ କଣ ପାଇଛନ୍ତି ତା ଉପରେ ଧ୍ୟାନ ଦିଅନ୍ତୁ

 59.ପ୍ରକୃତରେ କିଛି ଲୋକ ଜୀବନ ସାରା ସାଥିରେ ରହି ଥାନ୍ତି କାରଣ ସମସ୍ତ ଙ୍କ ପାଇଁ ପ୍ରେମ ମଜାକ୍ ହୋଇ ନଥାଏ

 60.ଛୋଟ ହେଉ କି ବଡ ହେଉ, ଭୁଲ ତ ଭୁଲ ହୋଇ ଥାଏ ନା.. ଏହାକୁ ଅଣ ଦେଖା ନ କରି ନିଜକୁ ସୁଧାରି ବାକୁ ଚେଷ୍ଟା କରନ୍ତୁ କାରଣ ଗୋଟିଏ ଛୋଟିଆ କଣା ଗୋଟେ ବଡ଼ ଡଙ୍ଗା କୁ ବୁଡେଇ ଦେଇ ପାରେ

 61.ଜୀବନ ହେଉଛି ଏକ ରାସ୍ତା ପରି ଯେଉଁଠି ଦୁଃଖ ରେ ଚାଲିଲେ ବହୁତ୍ ଲମ୍ବା ସମୟ ଲାଗିବ ଆଉ ହସି ହସି ଚାଲିଲେ କେତେ ବେଳେ ରାସ୍ତା ସରିଯାଏ ଜଣା ପଡି ନଥାଏ

62.ଜାଣିଛନ୍ତି ପ୍ରକୃତ ଭଲ ପାଇବା ପାଇଁ ସୁନ୍ଦର ଚେହେରା କି ଟଙ୍କା ପଇସା ଦରକାର ନାହିଁ ବରଂ ଗୋଟିଏ ସୁନ୍ଦର୍ ହୃଦୟ ଥିବା ମଣିଷ ଦରକାର

63.ଏ ଦୁନିଆରେ ସବୁ ଲୋକ ଦୁଃଖ ଦେଇ ନଥାନ୍ତି, କିଛି ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଆମ ଦୁଃଖ ବି ବୁଝି ଥାନ୍ତି

64.ସମୟ କେତେ ବି ଖରାପ ଆସୁ ହେଲେ ଯଦି ଆପଣ ଭିତରୁ ନ ଭାଙ୍ଗି ପଡ଼ନ୍ତି ତାହେଲେ ବିଶ୍ବାସ କରନ୍ତୁ ଆପଣଙ୍କୁ କେହି ବି ହରେଇ ପାରିବେ ନାହିଁ

 65.ଜାଣିଛନ୍ତି ଯେଉଁ ସମ୍ପର୍କ ରେ ସ୍ୱାର୍ଥ ଓ ସର୍ତ୍ତ ନ ଥାଏ ସେ ସମ୍ପର୍କ ବହୁତ୍ ସୁନ୍ଦର୍ ହୋଇ ଥାଏ

 66.ସଫଳ ବ୍ୟକ୍ତି ନିଜ ନିଷ୍ପତ୍ତି ରେ ଦୁନିଆ କୁ ବଦଳେଇ ଦେଇ ଥାଏ ଆଉ ଅସଫଳ ବ୍ୟକ୍ତି ଦୁନିଆ ଡରରେ ନିଜ ନିଷ୍ପତି କୁ ବଦଳେଇ ଦେଇ ଥାଏ

67.ଜାଣିଛନ୍ତି ବେଳେ ବେଳେ ଏମିତି ସମୟ ଆସେ କିଛି ମଣିଷ ନିଜ feelings କୁ ମଜାକ ଉଡେଇ ଥାନ୍ତି

 68.ଧୋକାର ଗୋଟିଏ ଖାସ୍ ଗୁଣ ଏମିତି କି ଧୋକା ଦେବା ଲୋକ କେହି ନା କେହି ଆପଣାର ହୋଇ ଥାଏ

69.ଦୁନିଆର କିଛି ସମ୍ପର୍କ ଅଚିହ୍ନା, ଅଜଣା ହୋଇ ମଧ୍ଯ, ନିଜ ରକ୍ତର ସମ୍ପର୍କ ଠାରୁ ବି ଅଧିକ ନିଜର ହୋଇଥାଏ

70.ଜାଣିଛନ୍ତି ଭଲ ସାଥୀଟିଏ ମିଳିଗଲେ ଲମ୍ବା ରାସ୍ତା ବି ଛୋଟ ହୋଇଯାଏ ଦୁଇ ଦିନର ଜୀବନ ବି ଶହ ଶହ ବର୍ଷ ଧରି ଅମର ହୋଇ ଯାଏ

80.ସନ୍ତୁଷ୍ଟ ରୁହନ୍ତୁ କିନ୍ତୁ ଜିବନରେ ଆଶା ଛାଡନ୍ତୁ ନାହିଁ କାରଣ ଆଶା ଏମିତି ଜିନିଷ ଯାହା ବିନା ମଣିଷ ବଞ୍ଚି ପରି ନଥାଏ

81.ଜାଣିଛନ୍ତି ସମ୍ପର୍କର ଡରକୁ ମଜବୁତ୍ କରିବାକୁ ଅନେକ କଥାକୁ ଅଣଦେଖା କରିବାକୁ ପଡେ

82.ବେଳେ ବେଳେ ଆମ ଜିବନରେ କିଛି ଲୋକଙ୍କ ସହିତ ଭଲ ପାଇବା ସତେ ଯେମିତି ଗୋଟିଏ journey ପରି ଯାହାର ଆରମ୍ଭ ଅଛି ସତ କିନ୍ତୁ ଶେଷ ନାହିଁ

83.କୁହନ୍ତି ଅପେକ୍ଷାର ଫଳ ମିଠା ଅଟେ କିନ୍ତୁ ବେଳେ ବେଳେ କିଛି ଅପେକ୍ଷା ଏମିତି ଥାଏ ଯାହାର ଫଳ କେବଳ ଲୁହ ହିଁ ହୋଇଥାଏ

 84.ବେଳେ ବେଳେ ଆମ ଜିବନରେ କିଛି ମଣିଷ ସେମାନେ ତାଙ୍କ ନିଜ ନିଜ ଦୁନିଆର ଖୁସି ଥାନ୍ତି.. ଆଉ ସେଇ ଭଳି ମଣିଷଙ୍କ ଠୁ କେବେ distrub କରନ୍ତୁ ନାହିଁ ବାସ ନୀରବତାର ସହ ତାଙ୍କ ଜୀବନରୁ ପଳି ଆସନ୍ତୁ

 85.ଯେତେବେଳେ ନିଜ ଖୁସିଠୁ ଅଧିକ ସାମ୍ନା ବାଲାର ଖୁସି ବଡ ହୋଇଯାଏ ତାକୁ ପ୍ରକୃତ ଭଲ ପାଇବା କୁହାଯାଏ ଯେଉଁଠି ଭଲ ପାଇବାରେ କୌଣସି ସ୍ୱାର୍ଥ ନଥାଏ କେବଳ ଭଲ ପାଇବା ହିଁ ଥାଏ

86.ଜାଣିଛନ୍ତି ସମ୍ପର୍କକୁ କଳହ କେବେ ଦୁର୍ବଳ କରିନଥାଏ ବେଳେ ବେଳେ କିଛି ଭୁଲ ବୁଝାବଣା ପାଇଁ ସମ୍ପର୍କ ଦୁର୍ବଳ ହୋଇଯାଏ

 87.ଜାଣିଛନ୍ତି କର୍ମକୁ କାହିଁକି ଭଗବାନ କୁହାଯାଏ କାରଣ ମଣିଷ ନିଜ ଜନ୍ମରେ ବରଂ କର୍ମରେ ମହାନ ହୋଇଥାଏ

88.ଗୋଟିଏ କଥା ମନେ ରଖିବେ କେବେ କାହାକୁ ଭୁଲ ବୁଝିବା ପୂର୍ବରୁ ତା situation କୁ ଟିକେ ବୁଝିବାକୁ ଚେଷ୍ଟା କରିବେ

89.ମଣିଷ ସଫଳ ସେତେବେଳେ ହୋଇ ଥାଏ ଯେତେବେଳେ ସେ ଦୁନିଆ କୁ ନୁହଁ ନିଜକୁ ବଦଳେଇବାକୁ ଆରମ୍ଭ କରି ଥାଏ

90. ଆଜିର ଏ ଜୀବନ ସତେ ଯେମିତି ଗୋଟେ ଟ୍ରେନ ଷ୍ଟେସନ ଭଳି ହୋଇ ଯାଇଛି ଯେଉଁଠି ଲୋକ ମାନଙ୍କ ଭିଡ଼ ତ ବହୁତ୍ ଅଛି ହେଲେ ନିଜର କେହି ନାହାନ୍ତି

 91.ଜିବନରେ ସେଇ ମାନଙ୍କ ଉପରେ ବିଶ୍ବାସ କରନ୍ତୁ ଯେଉଁ ମାନେ ଆପଣଙ୍କ ହସ ପଛରେ ଥିବା ଦୁଃଖ, ରାଗ ପଛରେ ଥିବା ଭଲ ପାଇବା, ଆଉ ନିରବ ରହିବା ପଛରେ ଥିବା କାରଣ କୁ ବୁଝି ପାରନ୍ତି

92.ଜାଣିଛନ୍ତି ଏ ଦୁନିଆ ରେ ପାଖରେ ଛିଡା ହୋଇ ସାହାରା ଦେବା ଲୋକ ନାହାଁନ୍ତି... କି ସାମ୍ନା ରେ ଛିଡା ହୋଇ ରାସ୍ତା ଦେଖାଇବା ଲୋକ ନାହାଁନ୍ତି କିନ୍ତୁ ପଛରେ ଛିଡା ହୋଇ ସମାଲୋଚନା କରିବା କୁ ଲୋକଙ୍କ ଅଭାବ ନାହିଁ

93.ଯେତେ ବେଳେ ଗୋଟିଏ ମଣିଷ ଉପରେ ଭରଷା ଭାଙ୍ଗି ଯାଏ ସେତେବେଳେ sorry କହିବାର କିଛି ମୂଲ୍ୟ ନଥାଏ

 94.ନିଜକୁ ନିଜେ ଖୁସିରେ ରଖିବାକୁ ଚେଷ୍ଟା କରନ୍ତୁ, କେବେ କାହାରି ଠୁ କିଛି ପାଇବାର ଆଶା ରଖନ୍ତୁ ନାହିଁ କାରଣ କିଛି ପାଇବାର ମଣିଷ ଜୀବନର ସବୁଠୁ ବଡ଼ ଦୁଃଖର କାରଣ

 95.ଆଗ କାଳରେ ଲୋକେ ମଣିଷର ବୟସ ଦେଖି ସମ୍ମାନ ଦେଉଥିଲେ..କିନ୍ତୁ ଏବେ ମଣିଷର ଆୟ ଦେଖି ସମ୍ମାନ ଦିଆ ଯାଏ.. ହୁଏତ ଏହା ଶୁଣିବାକୁ ଖରାପ ଲାଗିପାରେ କିନ୍ତୁ କଥା ଟି ବାସ୍ତବ ଅଟେ

96. ଗୋଟିଏ ନିରାଶ ରେ କିଏ କେବେ ପୁରା ଯୁଦ୍ଧ ହାରି ଯାଏନା.. ଯିଏ ନିଜର ମନ ବଳ କୁ ଦୃଢ଼ କରି ପୁନର୍ବାର ଲଢ଼ି ଥାଏ ସେ ହିଁ ଶେଷରେ ବିଜୟର ସ୍ଵାଦ ଚାଖି ଥାଏ

97.ଶୀତ ସକାଳର କୁହୁଡି ବି ଆମକୁ ଏକ ଶିଖା ଦେଇ ଥାଏ.. କି ରାସ୍ତା ଯେତିକି ପର୍ଯ୍ୟନ୍ତ ଦେଖା ଯାଉଛି.. କିଛି ଚିନ୍ତା ନ କରି ସେତିକି ପର୍ଯ୍ୟନ୍ତ ଚାଲନ୍ତୁ ଆଉ ସେଠି ପହଁଞ୍ଚିବା ପରେ ରାସ୍ତା ଆଗକୁ ଆପେ ଆପେ ଦେଖା ଯିବ

 98.ଜାଣିଛନ୍ତି ଜଣଙ୍କୁ ଭୁଲିବା କଷ୍ଟ ନୁହଁ କିନ୍ତୁ ତା ସହିତ ବିତାଇବା ଥିବା ସେଇ ସବୁ ସ୍ମୃତି କୁ ଭୁଲିବା ସତରେ ବହୁତ୍ କଷ୍ଟ ଅଟେ

99.ଜାଣିଛନ୍ତି ସମୟ ଚାପରେ ମଣିଷ ସମୟର ଦାସ ହୋଇ ଯାଇଥାଏ କାରଣ କେବେ କେବେ ଅଜାଣତରେ ଭୁଲ ହୋଇ ଯାଇ ଥାଏତ କେବେ ଜାଣି ଜାଣି ଭୁଲ କରିବାକୁ ପଡେ

 100. ବେଳେ ବେଳେ ମଣିଷ ଭାଗ୍ୟରେ କଣ ଲେଖା ଯାଇ ଥାଏ କେଜାଣି ଯାହାକୁ ସେ ନିଜର ଭାବେ.. ସେ ତା ଠୁ ଦୁରେଇ ଯାଇ ଥାଏ

 101.ଜାଣିଛନ୍ତି ଆଜି ର ଦୁନିଆରେ ଯିଏ ସତ ଓ ଭଲ କଥା କହି ଥାଏ ସେ ସମସ୍ତଙ୍କର ଶତୃ ହୋଇ ଯାଇଥାଏ କିନ୍ତୁ ଯିଏ ମିଛ ଓ ମନ୍ଦ କଥା କହେ ସେ ସମସ୍ତଙ୍କର ମିତ୍ର ହୋଇ ଯାଏ

102.ଦୁନିଆରେ ସେହି ମଣିଷ ଉଦାସ ରେ ରହିଥାଏ ଓ ଦୁଃଖ କଷ୍ଟ ସହି ଥାଏ ଯିଏ ନିଜ ଠାରୁ ଅଧିକ୍ ଅନ୍ୟକୁ ଗୁରୁତ୍ୱ ଓ ହୃଦୟରୁ ଭଲ ପାଇବା ଦେଇଥାଏ

103.ବେଳେ ବେଳେ ମଣିଷ ଅନ୍ୟକୁ ସଜାଡି ବାକୁ ଯାଇ ନିଜେ ଭାଙ୍ଗି ଯାଇ ଥାଏ ଆଉ ଅନ୍ୟର ଭଲ ଚାହିଁ ନିଜେ ଭୁଲ ହୋଇ ଯାଏ

 104.ଯେଉଁ ପୁରୁଷ ସ୍ତ୍ରୀ ର ମର୍ଯ୍ୟାଦା ରକ୍ଷା କରେ, ସ୍ତ୍ରୀକୁ ସମ୍ମାନ ଦିଏ, ସ୍ତ୍ରୀ ର ଇଜତକୁ ନିଜ ଇଜତ ବୋଲି ଭାବେ ସେ ହିଁ ହେଉଛନ୍ତି ପ୍ରକୃତ ସ୍ଵାମୀ

 105.ସମ୍ପର୍କର ମୂଲ୍ୟ ସେହି ମାନେ ହିଁ ଅଧିକ ବୁଝିଥାନ୍ତି, ଯେଉଁ ମାନେ ଭିତରେ କାନ୍ଦୁଥିଲେ ବି ଉପରେ ଖୁସି ରହି ଅନ୍ୟକୁ ଖୁସି ରଖିବାକୁ ସର୍ବଦା ଚେଷ୍ଟା କରନ୍ତି

106. ଗୋଟିଏ କଥା ସବୁବେଳେ ମନେ ରଖିଥିବେ , ଡବଲ ରୋଲ କରୁଥିବା ଲୋକ ଶେଷ ରେ ଗୋଟିଏ ରୋଲ ପାଇଁ ବି ଯୋଗ୍ୟ ହୋଇ ନ ଥାଏ

107.କାହା ଓଠରୁ ବାହାରି ଥିବା ଶବ୍ଦ ହୁଏତ ମିଛ ହୋଇ ପାରେ କିନ୍ତୁ କାହା ଆଖିରୁ ବାହାରୁଥିବା ଲୁହ କେବେ ମିଛ ହୋଇ ନଥାଏ

 108.ଯିଏ ଆମକୁ ପ୍ରକୃତରେ ଭଲ ପାଉଥିବ.. ସେ ନିଜେ ଯନ୍ତ୍ରଣା ସହି ପାରିବ.. ହେଲେ କେବେ ଯନ୍ତ୍ରଣା ଦେଇ ପାରିବ ନାହିଁ

 109.ଯିଏ ତମକୁ ଭଲ ପାଉଛି ତାକୁ କେବେ ଧୋକା ଦିଅନି, ନିଜକୁ ପ୍ରଶ୍ନ କର କି ଦୁନିଆରେ ଏତେ ଲୋକ ଥାଇ ବି ସେ ମୋତେ କାହିଁକି ଭଲ ପାଉଛି

110.ହୃଦୟକୁ କଷ୍ଟ ହେଲେ ଆଖି କାହିଁକି ଲୁହ ଝରାଏ ଜାଣିଛ କାହିଁକି ନା ହୃଦୟ ସବୁବେଳେ ଆଖିର ଭୁଲ ପାଇଁ କଷ୍ଟ ସହିଥାଏ

111.ଗୋଟିଏ ମଣିଷ ଯେତେ ସାଧାରଣ ହେଉ ନା କାହିଁକି କାହା ପାଇଁ ନା କାହା ପାଇଁ ଖାସ୍ ହୋଇ ଥାଏ

112. ସବୁ ଭୁଲ କଷ୍ଟ ଦିଏ.. ଆଉ ସବୁ କଷ୍ଟ ଗୋଟିଏ ଶିକ୍ଷା ଦିଏ, ଆଉ ସେଇ ଶିକ୍ଷା ଆମ ଜୀବନକୁ ବଦଳେଇ ଦିଏ

 113.ଭରସା ଓ ଆଶୀର୍ବାଦ ଏମିତି ଜିନିଷ ଯାହା ଆଖିକୁ ଦେଖା ଯାଏନି ହେଲେ ଅସମ୍ଭବ କୁ ସମ୍ଭବ କରି ଦିଏ

 114.ଆଜିର  ଦୁନିଆରେ ମଣିଷ ଆଉ ଟିକେ ଭଲ ଆଉ ଟିକେ ଭଲ ଭାବି ସବୁ ଠାରୁ ଭଲ ମଣିଷକୁ ହରେଇ ଦିଅନ୍ତି

115.ପାଣି ସବୁ ଫସଲ ପାଇଁ ସମାନ ହୋଇ ଥାଏ କିନ୍ତୁ କଲରା ପିତା, ବେଲ ମିଠା, ଆଉ ତେନ୍ତୁଳି ଖଟା ହୋଇ ଥାଏ, ଏଇ ଦୋଷ ପାଣିର ନୁହଁ ବରଂ ମଂଜି ର ହୋଇ ଥାଏ ଠିକ ସେହି ପରି ଭଗବାନ ସମସ୍ତଙ୍କ ପାଇଁ ସମାନ ହୋଇ ଥାନ୍ତି କିନ୍ତୁ ଦୋଷ ନିଜ କର୍ମର ହୋଇ ଥାଏ

Comments

Popular posts from this blog

ବାପା ଥିଲ ତମେ କେତେ ଆପଣାର

  ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ମୋ ବିଷୟରେ କହିବାକୁ ଗଲେ ମୁଁ ପେସା ରେ ଜଣେ nursing officer... ମୁଁ ମୋ free time ରେ କେବେ କିଛି କବିତା ଲେଖେ ତ କେବେ meditation କରେ ତ କେବେ କିଛି ସମୟ ପାଇଁ workout କରେ... ତ କେବେ କୁଆଡେ ଭଲ ଜାଗା କୁ ବୁଲିବାକୁ ଯାଏ... Life ମୋର ବହୁତ୍ beautiful ଥିଲା ଯେଉଁଠି ଗୋଟେ ସୁନ୍ଦର, ଗୋଟେ ଭଲ life style ଆଉ life ରେ settle ଥିଲି ... କଣ କରିବା ଭଗବାନଙ୍କର ଆମ ଖୁସି ଉପରେ ଲୋଭ ହୋଇଗଲା ଆଉ ଏମିତି ଏକ ସମୟ ଆସିଲା ଯେଉଁଠି ସବୁ କିଛି ଥିଲା ସତ କିନ୍ତୁ ମୁଁ ମୋ ବାପାଙ୍କୁ ହରେଇ ବସିଲି... ଗତ 31 ତାରିଖ ମେ ମାସ ସୋମବାର ବୋଧ ହୁଏ ମୋ life ରେ ସବୁଠୁ ଖରାପ ଦିନ ଥିଲା... କଣ ବି ଆଉ କରିବା.. ଆଖିରୁ ଲୁହ ଝରେବା ଆଉ ନୀତି ମୁରୁକି ମୁରୁକି ହୋଇ କାନ୍ଦିବା ଛଡା ମୋ ପାଖରେ ଆଉ କିଛି ଉପାୟ ନାହିଁ କାରଣ ଏ ଲୁହ ହେଉଛି ଏକ ମାତ୍ର ଉପାୟ ବାପାଙ୍କର ଉପସ୍ଥିତିକୁ ଅନୁଭବ କରିବାକୁ.... ଆଉ ଏମିତି ସେଦିନ ବସୁ ବସୁ କେଜାଣି କାହିଁକି ମନକୁ କିଛି ଚାଲି ଆସିଲା ଆଉ ଲେଖୁ ଲେଖୁ ଲେଖି ଦେଲି କିଛି କାଗଜ ଉପରେ ଯାହା ମୋ ବାପାଙ୍କ ଉପରେ ଆଧାରିତ.... ଶିର୍ଷକ ଟି ହେଉଛି '' ବାପା ଥିଲ ତମେ କେତେ ଅପଣାର ''  ବାପା ତମେ ଥିଲ କେତେ ଆପଣାର....                       ହସ ଦେଇ ଲୁହକୁ କରିଲ ...

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ ଆଞା, ନମସ୍କାର... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ.. ଆଜିର ଶୀର୍ଷକ ଟି ହେଉଛି କିଛି ସ୍ୱପ୍ନ ଲୁହ ହୋଇ ଝରି ଯାଇଥାଏ .. ଯେଉଁଥିରେ ଆପଣ କିପରି ଜିବନରେ କିଛି ଦୁଃଖ କୁ ଭଲି ଖୁସିରେ ରହି ପାରିବେ,  ଆପଣଙ୍କ ଚାରି ପାଖେ ଥିବା ପ୍ରତ୍ୟେକ ଜିନଷ ପ୍ରତି କୃତଜ୍ଞ ହେବା ଦ୍ଵାରା କିପରି ଆପଣ ପୂର୍ବଠୁ ଅଧିକ ଖୁସି ହୋଇ ପାରୁଛନ୍ତି ତାହା ଜାଣିବାକୁ ପାଇବେ ତ ଚାଲନ୍ତୁ ଆଉ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତ୍ୟକ  ଶବ୍ଦକୁ  ପଢିବା  ଆଉ  ହୃଦୟଙ୍ଗମ କରିବା... ଜାଣିଛନ୍ତି ଗୋଟିଏ ପିଲା ଯେତେବେଳେ ଛୋଟ  ଥାଏନା ତା ମନ ଭିତରେ ସବୁବେଳେ ଜୀବନରେ କିଛି ନା କିଛି ବଡ କରିବାର ଚେଷ୍ଟା ଉଙ୍କି ମାରୁଥାଏ... ହେଲେ ଯେତେବେଳେ ସେ ଆସ୍ତେ ଆସ୍ତେ ବଡ ହୁଏ ସେଇ ସ୍ଵପ୍ନକୁ ଭୁଲିବାକୁ ଲାଗେ... ସେଥିରେ କିଛି ଲୋକ ନିଜ ସ୍ଵପ୍ନରେ ଅଟଳ ରହି ସ୍ଵପ୍ନକୁ ହାସଲ କରନ୍ତି ତ କିଛି ଲୋକ ଅଭାବ ଅସୁବିଧା, ଖରାପ ପରିସ୍ଥିତିର ଆଢୁଆଳରେ ଆସି ନିଜ ସ୍ଵପ୍ନକୁ ମନରେ ମାରି ଦିଅନ୍ତି ଆଉ  ଆଖିରୁ ଲୁହ ଝରାନ୍ତି... ତ କିଛି ଲୋକ ଚେଷ୍ଟା କରୁ କରୁ ନିଜ ସ୍ଵପ୍ନକୁ ଭୁଲି ଯାଆନ୍ତି.. ଜାଣିଛନ୍ତି ପ୍ରତ୍ୟକ ମଣିଷ ତା ଜିବନରେ ସବୁବେଳେ ଚାହୁଁ ଥାଏ କି ସେ ଚାହୁଁଥିବା ତାର ସ୍ଵପ୍ନ ସାକାର ହେଉ, ପାଖରେ ଟଙ୍କା ପଇସାର କିଛି ଅଭାବ ନ ରହୁ, ଦୁଃଖ ସୁଖ ରେ ସାଥ ଦେବା ପାଇଁ ଗୋଟେ ଭ...

ପ୍ରକୃତି vs ଡିଜିଟାଲ ଦୁନିଆ

  ପ୍ରକୃତି vs ଡିଜିଟାଲ ଦୁନିଆ ଆଞା ନମସ୍କାର୍... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ଆଜି ଗୋଟିଏ ବଢିଆ ଶୀର୍ଷକ ଉପରେ ଆମେ ଆଲୋଚନା କରିବାକୁ ଯାଉଛୁ ଯେଉଁଥିରେ ଆପଣ ଜାଣିବାକୁ ପାଇବେ କେମିତି ମଣିଷ ଦିନ କୁ ଦିନ ତାର ମାନସିକ ଶାନ୍ତି ହରେଇ ବସୁଛି, ଆଉ ସବୁ କିଛି ଥାଇବି କିପରି ମଣିଷ ହସିବା ଭୁଲି ଯାଉଛି, ଏଇ facebook, whatsup, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାରେ ବି ଏମିତି କଣ ଦୁନିଆ ଅଛି ଯାହା କେବଳ ଆପଣଙ୍କ ମନକୁ ଶାନ୍ତ ସ୍ଥିର ନୁହଁ ହୃଦୟକୁ ବି ଖୁସିରେ ଭରିଦେବ ତାହା ଆଜି ଜାଣିବାକୁ ପାଇବେ ତେଣୁ ଆଜିର ଶୀର୍ଷକଟି ହେଉଛି ପ୍ରକୃତି vs ଡିଜିଟାଲ ଦୁନିଆ .. ତ ଚାଲନ୍ତୁ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତି ଟି ଶବ୍ଦକୁ ପଢିବା ଆଉ ଉପଭୋଗ କରିବା... ଜାଣିଛନ୍ତି ମଣିଷ ସକାଳ ହେଲା ଠୁ ସୂର୍ଯ୍ୟ ନଇଁବା ପର୍ଯ୍ୟନ୍ତ ଡିଜିଟାଲ ଦୁନିଆରେ ଏତେ ବ୍ୟସ୍ତ ହୋଇ ଯାଇଛି କି ନିଜ ପାଖରେ ବସିଥିବା ଲୋକଙ୍କ ସହ ହସ ଖୁସିରେ ଦୁଇ ପଦ କଥା ହେବାକୁ ଭୁଲି ଯାଉଛି  ଆଜିର ମଣିଷ ହୁଏତ ବହୁତ ଆଗକୁ ଉନ୍ନତି କରୁଛି ହେଲେ ସେତିକି ଅଧିକ୍ ନିଜର ମାନସିକ ଶାନ୍ତି ହରେଇ ବସୁଛି... ଏଥିପାଇଁ  କେବଳ ଡିଜିଟାଲ ଦୁନିଆ ଯେ ଦାୟୀ ସେ କଥା ମୁଁ କହୁ ନାହିଁ.. ବାସ ଆପଣ ଗୋଟିଏ କଥା ଜାଣି ରଖନ୍ତୁ ଯେ.. ଏଇ facebook, WhatsApp, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାର ପ୍ରକୃତିରେ ଏମିତି ବହୁତ୍ ...