Skip to main content

ଜୀବନ ଆଉ କଲମର ମୁନ

ଆଞା ନମସ୍କାର... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ଆଜି ଗୋଟେ ନୂଆ ବିଷୟ ଉପରେ କହିବାକୁ ଯାଉଛି ଯାହାର ଶୀର୍ଷକ ଟି ହେଉଛି ଜୀବନ ଆଉ କଲମର ମୁନ.. ଯେଉଁଥିରେ ଆପଣ ଏଇ କଲମ ମୁନ ମାଧ୍ୟମରେ ଜୀବନକୁ ଜିଇଁବାର ଆଶା ପୁଣି ଥରେ ଫେରି ପାଇବେ... ଖୁସିରେ ରହିବାର ଉପାୟ ଜାଣି ପାରିବେ.. ଏତେ ଦୁଃଖ ବା ଅସୁବିଧା ସତ୍ତ୍ଵେ ବି କେମିତି ଜୀବନକୁ ଜିଇଁବେ ଆଉ ପ୍ରତିଟି ଅସୁବିଧାକୁ କେମିତି ସାମ୍ନା କରିବେ ତାହା ଆଜି ଶିଖି ପାରିବେ... ତ ଆଉ ଡେରି ନକରି ଚାଲନ୍ତୁ ତଳେ ଲେଖା ଯାଇଥିବା ପ୍ରତିଟି ଶବ୍ଦକୁ ପଢିବା ଆଉ ଅନୁଭବ କରିବା....

ହଁ ହେଇ ପାରେ କିଛି ପରିସ୍ଥିତି ମୋତେ ଭାଙ୍ଗିବା ପାଇଁ ବହୁତ  ମଜବୁର୍ କରିଛି କିନ୍ତୁ ଗୋଟେ କଥା ଏଇଠି ନିଶ୍ଚିତ ରୂପେ ସତ କି ସେଇ ପରିସ୍ଥିତି ମୋତେ ଯେତିକି ଭାଙ୍ଗିବା ପାଇଁ ବାଧ୍ଯ କରିଛି ମୁଁ ନିଜକୁ ସେତିକି ମଜବୁତ୍ କରି ଗଢି ତୋଳିଛି... 

ଲୁହ ହୁଏତ ଆଖିରୁ ଝର ଝର ହୋଇ ଝରି ପଡ଼ିଚି ହେଲେ ଭିତରୁ କେବେ ମୁଁ ଭାଙ୍ଗି ପଡି ନାହିିଁ...

ରାତି ରାତି ହୁଏତ ମୁଁ ଶୋଇବା ଭୁଲି ଯାଇଛି ହେଲେ କେବେ ଜିବନରେ ଆସୁଥିବା ଅସୁବିଧାକୁ ସମାଧାନ କରିବାର ପ୍ରୟାସ ଛାଡି ନାହିଁ.. 

ଲୋକ କୁହନ୍ତି ଏତେ ସବୁ..ହେଲା ପରେ ବି ପ୍ରଦୀପ ତମେ କେମିତି ଦମ୍ଭ ହୋଇ ଚାଲୁଛ.. ସେତେବେଳେ ତାଙ୍କ ପାଖରେ ବାସ ମୋର ଗୋଟିଏ ଜାବାବ ଥାଏକି ବାହାର ଦୁନିଆର ଖରାପ ପରିସ୍ଥିତି ହୁଏତ ମୋତେ ହରେଇବାକୁ ବହୁତ୍ ଚେଷ୍ଟା କରିଛି ହେଲେ ମୁଁ କେବେ ଭିତରୁ ହାର୍ ମାନି ନାହିଁ କି ଭାଙ୍ଗି ପଡି ନାହିଁ.... ଏଥିରୁ ଆପଣଙ୍କୁ ବାସ ଗୋଟିଏ କଥା ଶିଖିବାର ଅଛିକି ପରିସ୍ଥିତି ହୁଏତ ଯେତେବି ଜଟିଳ ହେଉ ଯେତେ ପର୍ଯ୍ୟନ୍ତ ଆପଣ ଭିତରୁ ଭାଙ୍ଗି ନାହାନ୍ତି.. ଆପଣଙ୍କୁ କେହିବି ହରେଇ ପାରିବେ ନାହିଁ.. 

ଜାଣିଛନ୍ତି... ଗତ କିଛି ଦିନ ତଳେ ମୁଁ ନିଜ ଜୀବନଠୁ ଅଧିକ ପ୍ରିୟ ବାପାଙ୍କୁ ହରେଇ ବସିଛି.. ଆଉ ସେଇ ନିଜ ଲୋକଙ୍କୁ ହରେଇବାର କଷ୍ଟ ମୁଁ ନିଜେ ଅନୁଭବ କରିଛି... ଯଦିଓ ସେ ଦୁଃଖ ମୋତେ ଯେତିକି କଷ୍ଟ ଦେଇଚି ତଥାପି ମୋତେ ପୂର୍ବଠାରୁ ଅଧିକ ମଜବୁତ୍ କରେଇ ଦେଇଚି... ଜାଣିଛନ୍ତି ଜିବନରେ ଦୁଃଖ ଆସିଲେ ଲୋକ ଦୁଇ ପ୍ରକାର ପ୍ରତିକ୍ରିୟା କରନ୍ତି... କିଛି ଲୋକ ସେଇ ଦୁଃଖ ରେ ଭାଙ୍ଗି ପଡ଼ନ୍ତି ତ ଆଉ କିଛି ଲୋକ ମୋ ଭଳି ଥାଆନ୍ତି ଯେଉଁମାନେ ଦୁଃଖକୁବି ନିଜର ପ୍ରେରଣା ମାନି ନିଅନ୍ତି ଆଉ ପୂର୍ବଠାରୁ ଅଧିକ ମଜବୁତ୍ ବନେଇ ଦିଅନ୍ତି.. 

ବାସ ଗୋଟିଏ କଥା ମନେ ରଖନ୍ତୁ... ଜୀବନ ଆମକୁ ଯେତେ କଷ୍ଟ ଦେଉଛି ଦେଉ.. କିନ୍ତୁ ଯଦି ଆମେ ଭାଙ୍ଗି ନ ପଡି ଶକ୍ତ ଚଟାଣର ପଥର ଟିଏ ହୋଇ ଜୀବନର ପ୍ରତି ଅସୁବିଧାକୁ ସାମ୍ନା କରିବୁ ତାହେଲେ ବିଶ୍ବାସ କରନ୍ତୁ ଆପଣଙ୍କୁ କେହି ବି ହରେଇ ପାରିବେ ନାହିଁ

ଜାଣିଛନ୍ତି ପ୍ରତ୍ୟକ ଅସୁବିଧାର ସମାଧାନ ଶେଷରେ ଆମକୁ କିଛି ନା କିଛି ଶିଖିବାକୁ ମିଳିଥାଏ ତେଣୁ ଜିବନରେ କେବେ ଦୁଃଖ, କଷ୍ଟ ଅସୁବିଧା ଆସିଲେ ଭିତରୁ କେବେ ଭାଙ୍ଗି ପଡନ୍ତୁ ନାହିଁ ବରଂ ସେଇ ସମୟରେ ପୂର୍ବଠୁ ଅଧିକ୍ ସାହସର ସହିତ ସାମ୍ନା କରିବାକୁ ଚେଷ୍ଟା କରନ୍ତୁ ଆଉ ନିଜକୁ କୁହନ୍ତୁ କି ଏଇ ଅସୁବିଧା ଠୁ ବି ଅଧିକ ମୋ ଇଚ୍ଛା ଶକ୍ତି ବଡ଼.. ଏଇ ଅସୁବିଧା ଠୁ ବି ଅଧିକ୍ ସାମ୍ନା କରିବାର ମୋ ଇଚ୍ଛା ଶକ୍ତି ବଡ଼...ମୁଁ ମୋ ଜିବନର ସବୁ ଅସୁବିଧାକୁ ଗୋଟି ଗୋଟି କରି ସମାଧାନ କରିବି ଆଉ ମୁଁ ମୋର ଏଇ ପରିସ୍ଥିତିକୁ ବଦଳେଇ ଦେବି... ଏ ଜୀବନ କୁ ଦୁଃଖ କଷ୍ଟରେ ନୁହଁ ହସ ଖୁସିରେ ଭରି ଦେବି.. ମୋତେ ଯାହା ପସନ୍ଦ ସବୁ ଦିନେ ହାସଲ କରି ରହିବି... 

ଜାଣିଛନ୍ତି ଜିବନରେ କିଛି କରିବାକୁ ହେଲେ ଆପଣଙ୍କର ଚିନ୍ତାଧାରା ବା mindset ବା ଜିବନରେ କିଛି କରିବାର ପ୍ରବଳ ଇଚ୍ଛା ଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ.... ଆଉ ସେଇ ଜିନିଷ କୁ ହାସଲ କରିବା ପାଇଁ ପ୍ରେରଣା ବି ଦେଇଥାଏ.. 

ଜାଣିଛନ୍ତି ବେଳେ ବେଳେ ଜିବନରେ ସବୁକିଛି ଠିକ୍ ହେଲା ପରେ ବି ଏମିତି ଅନୁଭବ ହୁଏ କି ଏଠି କିଛି ବି ଠିକ୍ ନାହିଁ, ସବୁ ବେଳେ ଦୁଃଖ ଅସୁବିଧା... ଏସବୁ ଆପଣଙ୍କ ମାନସିକ ଶାନ୍ତିରେ ଅସନ୍ତୁଳନ ପାଇଁ ଦେଖା ଦେଇଥାଏ.. ଏଥି ପାଇଁ ଆପଣଙ୍କୁ ପୂର୍ବଠୁ ଅଧିକ ଖୁସି ରହିବାକୁ ପଡିବ, ବାହାର ଦୁନିଆଠୁ ଅଧିକ୍ ଭିତର ଦୁନିଆକୁ ସ୍ଥିର ଆଉ ମଜବୁତ୍ କରିବାକୁ ପଡ଼ିବ ସେଥିପାଇଁ ଆବଶ୍ୟକ ଗୋଟିଏ ଭଲ ଜୀବନ ଶୈଳୀ ବା good life style, ଭଲ ସୁସମ ଖାଦ୍ୟ ବା balance diet, ମାନସିକ ଶାନ୍ତି ବଜେଇ ରଖିବା ପାଇଁ ଦିନରେ କିଛି ସମୟ ପାଇଁ ଧ୍ୟନ ବା meditation... ମନକୁ ସୁସ୍ଥ ରଖିବା ସହିତ ଶରୀର କୁ ସୁସ୍ଥ ରଖିବା ପାଇଁ ଦିନରେ କିଛି ସମୟ ବ୍ୟାୟାମ ବା exercise.. 

ମୁଁ ଜାଣିଛି ଏତେ ସବୁ ସତ୍ତ୍ଵେ ବେଳେ ବେଳେ ଆମ mind upset ହୋଇ ଯାଏ ବାସ୍ ସେଇ ସମୟରେ ନିଜକୁ ଗୋଟିଏ କଥା କୁହନ୍ତୁ କି... 

ଜୀବନ ଅଛି ମାନେ ଅସୁବିଧା ବି ଅଛି.. ହେଲେ ସେଇ ଅସୁବିଧା କୁ ମୁଁ ଭାଙ୍ଗି ନ ପଡି ତାକୁ ସାମ୍ନା କରିବି... 

ଠିକ୍ ଅଛି ବନ୍ଧୁଗଣ.. ମୁଁ ରହୁଚି.. ଏତିକି ରେ ଜୀବନ ଆଉ କଲମର ମୁନ ଶେଷ ହେଲା.. କେମିତି ଲଗିଲା please ଆମକୁ comment କରନ୍ତୁ

Comments

  1. Nice one bro it can make a person's will power very strong.....

    ReplyDelete
  2. Bro nic blog ......make urself a best blogger.....

    ReplyDelete
  3. ଅତି ସୁନ୍ଦର କଥାଟିଏ 👌👌

    ReplyDelete

Post a Comment

Popular posts from this blog

ମୁଁ ବନସ୍ମିତା ମହାରଣା

  ମୁଁ ବନସ୍ମିତା ମହାରଣା ଓ ମୋର auto Biography ମୁଁ ବନସ୍ମିତା ମହାରଣା ... profession ରେ ଜଣେ ANM... Last କିଛି ମାସ ତଳେ ମୁଁ govt jobs ପାଇଲି... ଆଜି ମୁଁ ଆପଣଙ୍କୁ ମୋ biography କହିବାକୁ ଯାଉଛି... ମୁଁ ଜାଣିଛି... ଏ ଦୁନିଆଁ କେବଳ ଆମ ସଫଳତାକୁ ଦେଖିଥାଏ ହେଲେ ସେ ସଫଳତା ରାସ୍ତା ରେ ପହଞ୍ଚିବା ପାଇଁ ମୁଁ ଯେ କେତେ ସଙ୍ଘର୍ଷ ର କାଚଖଣ୍ଡ ମାଡ଼ି ଆସିଛି ତାହା ମୁଁ ଜାଣିଛି... ବୋଧ ହୁଏ ଆପଣ ଙ୍କୁ ଏହା ଗପ ଲାଗୁ ଥିବ କିନ୍ତୁ ଏହା ମୋ ଜୀବନ ଘଟିଥିବା ପ୍ରକୃତ କାହାଣୀ ଅଟେ... ମୁଁ  ଏସବୁ ଆପଣଙ୍କୁ ଶଦ୍ଦ ମାଧ୍ୟମ ରେ ଠିକ ସେ କେବେ ବି ବର୍ଣ୍ଣନା କରି ପାରିବିନି କାରଣ ଏସବୁ ସିନା ଖାଲି ଆପଣ ପଢୁଛନ୍ତି.... କିନ୍ତୁ ମୁଁ ଏହାକୁ ମୋ ଜୀବନ ରେ ଅତିକ୍ରମ କରି ଆସିଛି... ଆମେ ବାପଙ୍କର ଗୋଟିଏ ଭାଇ ଭିତରେ ପାଞ୍ଚ ଭଉଣୀ ଥିଲୁ... ଭାଇ ସାନ ଆଉ ଆମେ ସବୁ ବଡ... ଜାଣିଛନ୍ତି ଛଅ ଟି ପିଲା ଙ୍କୁ ପାଠ ପଢେଇବା... ତାଙ୍କର ପ୍ରତି ଟି ଆବଶ୍ୟକ ତା ପୁରାଣ କରିବା.., ପୁଣି ଘର କୁ ଚଳେଇବା..ସତ ରେ ବାପା ଆପଣ ଜଣେ ପ୍ରକୃତ ଯୋଦ୍ଧା ଅଟ.... ମୁଁ ହୁଏତ ଏସବୁ ଶଦ୍ଧ ମାଧ୍ୟମ ରେ ପ୍ରକାଶ କରି ପାରିବିନି ହେଲେ... ଏସବୁ ଆପଣ ମାନଙ୍କୁ ନ କହିବି ବି ରହି ପାରୁନି.... ବୋଧ ହୁଏ ବାପା ଆପଣଙ୍କ ଦୁଃଖ କଷ୍ଟ କୁ ବୁଝି ଥିଲୁ ବୋଲି ଆମେ ଆଜି ତିନି ଭଉଣୀ job କରି ପାରିଛୁ.. ସେଥି ପାଇଁ ମୁଁ ମୋ ଜୀବନ ରେ ଗୋଟି...

ଅଭିଳାଷା

 ମଣିଷ ଏମିତି ନିତିଦିନ ସକାଳ ହେଲେ କିଛି ନୁଆ ସ୍ଵପ୍ନ ଦେଖୁଥାଏ ତ ସେହି ସ୍ଵପ୍ନ ପାଇଁ କାମ କରୁଥାଏ, ଆଉ କେବେ ସମୟ ପାଇଲେ ନିଜ ପରିବାର ସହ କୋଉଠି ଗୋଟିଏ ଭଲ ଜାଗାକୁ ବୁଲିବାକୁ ଯାଏ ସେ ହୁଏତ ମନ୍ଦିର, ପାର୍କ,waterfal, ବଡ଼ ବ୍ରିଜ୍, ବା ବଡ଼ ସିନେମା ହଲ ହୋଇପାରେ , ଆଉ ସେଇ ବୁଲି ଆସିବାର ଅନୁଭବ ତାକୁ ଜୀବନକୁ ଜିଇଁବା ପାଇଁ ଆଉ ଗୋଟିଏ ନୂଆ ପ୍ରେରଣା ଦେଇଥାଏ, ମନକୁ ଭଲ ପାଇବା ଓ ଆନନ୍ଦ ରେ ଭରି ଦେଇଥାଏ, ଆଉ ଜାଣିଛନ୍ତି ତାର ସେଇ ଗୋଟିଏ ଦିନ ର ଭ୍ରମଣ ତାର ସାତ ଦିନର ସହିଥିବା ସବୁ ଦୁଃଖ କଷ୍ଟ ସଂଘର୍ଷକୁ ଭୁଲେଇ ଦେଇଥାଏ... ଠିକ୍ ସେମିତି ସଫଳତା ବି ଆମର ସମୟ, ଆମର ସଂଘର୍ଷ ଓ କଷ୍ଟ ମାଗିଥାଏ ତେଣୁ ଯଦିଓ ଟିକେ କଷ୍ଟ ହୁଏ କିନ୍ତୁ ସଫଳତା ପାଇଗଲା ପରେ ତାର ଖୁସି ଆମର ସବୁ ଦୁଃଖ, କଷ୍ଟ, ସଂଘର୍ଷ କୁ ଭୂଲେଇ ଦେଈ ଥାଏ, ତଥାପି ଏହି ଜୀବନ କିଛି ସୁଖ, କିଛି ଦୁଃଖ ରେ ବିତିଯାଏ, ଯଦି ମଣିଷ ପ୍ରାଣ ପଣେ ଚେଷ୍ଟା କରେ ସେ ସବୁକିଛି ହାସଲ କରି ପାରିବ କିନ୍ତୁ ଯଦିଓ ମଣିଷ ସମୟ ଅନୁସାରେ ହାସଲ କରି ନିଏ ତଥାପି ତା ଜୀବନରେ କୋଉଠି ନା କୋଉଠି କିଛି ନା କିଛି ଅଭାବ ରହିଯାଏ , ଏହୀତ ମଣିଷ ଜୀବନ ଅଟେ, ଯେମିତି ଗୋଟିଏ ଧନୀ ଲୋକ ପାଖରେ ଟଙ୍କା, ପଇସା , ଗାଡ଼ି, ଆରାମ ଦାୟକ ଘର, ଶାନ୍ତିରେ ଖାଇବା ଶୋଇବା ପାଇଁ ସବୁକିଛି ସୁବିଧା ଥାଏ ତଥାପି ତା ଜୀବନ ରେ କିଛି ଅଭାବ ତାକୁ ଭିତରୁ କଷ୍ଟ ଦେଉଥାଏ, ଶାନ୍ତିରେ ଶୋଇବାକୁ...

ଏଇତ ମଣିଷ ଜୀବନ

  ଆଜ୍ଞା ନମସ୍କାର, ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ, ମଣିଷ ତା ଜୀବନ କାଳ ଭିତରେ କେବେ କେବେ କିଛି ପରିସ୍ଥିତି ଏମିତି ଆସେ ଯେଉଁଠି ସେ କେବେ ଭାଙ୍ଗି ପଡ଼େ ତ କେବେ ସେଇ ପରିସ୍ଥିତି ଯୋଗୁଁ ପୂର୍ବଠୁ ଅଧିକ ମଜବୁତ୍ ହୋଇ ଯାଏ... ତ କେବେ କେବେ ହସୁ ହସୁ.. କାନ୍ଦି ପକାଏ ତ କେବେ କାନ୍ଦୁ କାନ୍ଦୁ ହସି ଦିଏ ବୋଧେ ଏମିତି ହେଉଛି ମଣିଷ ଜୀବନ... ଆଉ ସେଇ ମଣିଷ ଜୀବନ ବିଷୟରେ ଏମିତି କିଛି ଭାବୁ ଭାବୁ କେଜାଣି କାହିଁକି କିଛି ଲେଖୁ ଲେଖୁ ଲେଖିଦେଲି ଗୋଟେ କବିତା ଯାହାର ଶୀର୍ଷକ ହେଉଛି ''  ଏଇତ ମଣିଷ ଜୀବନ ''           ଏଇତ ମଣିଷ ଜୀବନ                              କିଛି ମାନ କିଛି ଅଭିମାନ  ଆଖି କେବେ କାନ୍ଦି ଦିଏ..                  ତ ଠଓ କେବେ ହସି ଦିଏ  କିଛି ହସ କିଛି କାନ୍ଦ ରେ                  ଏ ଜୀବନ ବିତିଯାଏ  କିଛି ସ୍ୱପ୍ନ ପୁରା ହୁଏ..                କିଛି ସ୍ୱପ୍ନ ରହିଯାଏ ଅଧା  ତଥାପି ମଣିଷ ଏଠି ହାରେ ନାହିଁ          ...