Skip to main content

ସବୁ କିଛି ଥାଇ ବି ଏଠି କିଛି ତ ନାହିଁ

 ସବୁ କିଛି ଥାଇ ବି ଏଠି କିଛି ତ ନାହିଁ

ଟଙ୍କା ଅଛି ଗାଡି ଅଛି.... ଅଛି ତ ବଙ୍ଗଳା

               ହେଲେ ମଣିଷ ଠଓରେ ହସ ନାହିଁ

ନୀତି ଏମିତି ଜୀବନ କଟୁଛି 

      ହେଲେ ଖୁସି ରେ ଟିକେ ଜୀଇଁବା ପାଇଁ 

              ତା ପାଖେ ସମୟ ନାହିଁ....

ସବୁ କିଛି ଥାଇ ବି ଏଠି କିଛି ତ ନାହିଁ.. 

ଯାଇଛି ଆଜି ମଣିଷ ଏଠି ଏତେ ବ୍ୟସ୍ତ

              ନିଜେ ନିଜର ପାଇଁ ନାହିଁ ଟିକେ ସମୟ

ସବୁ କିଛି ଥାଇ ବି ଏଠି କିଛି ତ ନାହିଁ.....

ବାହୁ ଅଛି ବଳ ଅଛି...

       ଅଛି ତା ପାଖେ ପ୍ରଚୁର ଶକ୍ତି 

ହେଲେ କିଛି କରିବା ପାଇଁ ତା ପାଖେ ଇଚ୍ଛାଶକ୍ତି ନାହିଁ 

ହଜି ଯାଇଛି ଆଜି ଏଠି ମଣିଷ ଓଠରୁ ହସ.. 

କର୍ମକୁ ଭୁଲି ମଣିଷ ଆଜି ଭାଗ୍ୟକୁ ଦଉଛି ଦୋଷ.. 

ଫୁଲ ଅଛି.. ଫଳ ଅଛି 

               ଅଛି ତ ସୂନ୍ଦର୍ ପ୍ରକୃତି 

ହେଲେ ମଣିଷ ଏଠି ଦୁଃଖରେ 

                          ଲୁହ ଝରାଉଛି ନିତି 

କହିବାକୁ ଗଲେ ଆଜି ମଣିଷ ଜୀଇଁବା ଭୁଲି ଯାଇଛି

ଓଠରେ ଆଜି ହସ ନାହିଁ କି 

          ଖୁସିରେ ପଦୁଟିଏ କଥା ହେବା ପାଇଁ 

                                         ତା ପାଖେ ସମୟ ନାହିଁ 

ଟଙ୍କା ଅଛି, ପଇସା ଅଛି 

                ଅଛି ତା ପାଖେ ସବୁ କିଛି 

ହେଲେ ତା ଜିବନରେ ଖୁସି ନାହିଁ.... 

ସବୁ କିଛି ଥାଇ ବି ଏଠି କିଛି ତ ନାହିଁ... 

ନୀତି ଖୋଜି ବୁଲୁଛି ଅନ୍ୟ ଠାରୁ ଟିକେ ଭଲ ପାଇବା 

ନିଜ ଲୋକଙ୍କୁ ପର କରି ଆଜି 

             ମଣିଷ ଏକାଠି ରହୁଛି ଅଲଗା 

 WhatsApp ରେ ଶହେ ତ 

                  ଫେସବୁକ୍ ରେ ହଜାରେ 

ଏତେ ଭିଡ ଭିତରେ ତଥାପି ମଣିଷ ଏଠି 

                 ନିଜ ମନର ବେଦନା କହି ନ ପାରେ 

ସବୁ କିଛି ଏଠି ଅଛି 

          ହେଲେ ମଣିଷର ମନ ଆଜି

                   ଦୁଃଖ ରେ ଭରି ଯାଇଛି 

ନା କାହା ପାଖରେ ଟିକେ ମନ ଖୋଲି ହସି ପାରୁଛି 

ନା ମନ ର କଷ୍ଟ କାହା ସାଥେ ବାଣ୍ଟି ପାରୁଛି.. 

ସବୁ କିଛି ଥାଇ ବି ଏଠି କିଛି ତ ନାହିଁ... 

ଚିକେନ୍ ଅଛି, ଅଛି ସୁସ୍ୱାଦୁ ଖାଇବା 

              ହେଲେ ପେଟରେ ଭୋକ ନାହିଁ... 

ଖେଳ ପଡିଆ ଅଛି, ଅଛି ତ ଖେଳ ସରଞ୍ଜାମ 

ହେଲେ ଖେଳିବା ପାଇଁ ପାଖରେ ସାଙ୍ଗ ନାହିଁ 

ନା କାହା ପାଖରେ ଆଜି ସମୟ ଅଛି 

ନା କାହା ପାଇଁ କିଏ ଝୁରୁଚି... 

ସବୁ କିଛି ଥାଇ ବି ଏଠି କିଛି ତ ନାହିଁ.. 

ଲୁହ ପୋଛି  ଠଓ ରେ ହସ ଫୁଟାଇବା ପାଇଁ ପାଖରେ କେହି ନାହିଁ... 

ବର୍ତମାନ ରେ ଜୀଇଁବାକୁ ମଣିଷ ଭୁଲି ଯାଇଛି.. 

ନୀତି ଅତୀତକୁ ଭାବି ଲୁହ ଝରାଉଛି... 

ସବୁ କିଛି ଥାଇ ବି ଏଠି କିଛି ତ ନାହିଁ.. 

ଠିକ୍ ଅଛି friends କେମିତି ଲାଗିଲା ଦୟାକରି comment କରନ୍ତୁ.. ଆଉ ଜୀବନ କୁ ହସ ଖୁସିରେ ବିତାନ୍ତୁ କାରଣ କାଲି କଣ ହେବ କେହି ଜାଣି ନାହାଁନ୍ତି 







Comments

Popular posts from this blog

ବାପା ଥିଲ ତମେ କେତେ ଆପଣାର

  ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ମୋ ବିଷୟରେ କହିବାକୁ ଗଲେ ମୁଁ ପେସା ରେ ଜଣେ nursing officer... ମୁଁ ମୋ free time ରେ କେବେ କିଛି କବିତା ଲେଖେ ତ କେବେ meditation କରେ ତ କେବେ କିଛି ସମୟ ପାଇଁ workout କରେ... ତ କେବେ କୁଆଡେ ଭଲ ଜାଗା କୁ ବୁଲିବାକୁ ଯାଏ... Life ମୋର ବହୁତ୍ beautiful ଥିଲା ଯେଉଁଠି ଗୋଟେ ସୁନ୍ଦର, ଗୋଟେ ଭଲ life style ଆଉ life ରେ settle ଥିଲି ... କଣ କରିବା ଭଗବାନଙ୍କର ଆମ ଖୁସି ଉପରେ ଲୋଭ ହୋଇଗଲା ଆଉ ଏମିତି ଏକ ସମୟ ଆସିଲା ଯେଉଁଠି ସବୁ କିଛି ଥିଲା ସତ କିନ୍ତୁ ମୁଁ ମୋ ବାପାଙ୍କୁ ହରେଇ ବସିଲି... ଗତ 31 ତାରିଖ ମେ ମାସ ସୋମବାର ବୋଧ ହୁଏ ମୋ life ରେ ସବୁଠୁ ଖରାପ ଦିନ ଥିଲା... କଣ ବି ଆଉ କରିବା.. ଆଖିରୁ ଲୁହ ଝରେବା ଆଉ ନୀତି ମୁରୁକି ମୁରୁକି ହୋଇ କାନ୍ଦିବା ଛଡା ମୋ ପାଖରେ ଆଉ କିଛି ଉପାୟ ନାହିଁ କାରଣ ଏ ଲୁହ ହେଉଛି ଏକ ମାତ୍ର ଉପାୟ ବାପାଙ୍କର ଉପସ୍ଥିତିକୁ ଅନୁଭବ କରିବାକୁ.... ଆଉ ଏମିତି ସେଦିନ ବସୁ ବସୁ କେଜାଣି କାହିଁକି ମନକୁ କିଛି ଚାଲି ଆସିଲା ଆଉ ଲେଖୁ ଲେଖୁ ଲେଖି ଦେଲି କିଛି କାଗଜ ଉପରେ ଯାହା ମୋ ବାପାଙ୍କ ଉପରେ ଆଧାରିତ.... ଶିର୍ଷକ ଟି ହେଉଛି '' ବାପା ଥିଲ ତମେ କେତେ ଅପଣାର ''  ବାପା ତମେ ଥିଲ କେତେ ଆପଣାର....                       ହସ ଦେଇ ଲୁହକୁ କରିଲ ...

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ ଆଞା, ନମସ୍କାର... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ.. ଆଜିର ଶୀର୍ଷକ ଟି ହେଉଛି କିଛି ସ୍ୱପ୍ନ ଲୁହ ହୋଇ ଝରି ଯାଇଥାଏ .. ଯେଉଁଥିରେ ଆପଣ କିପରି ଜିବନରେ କିଛି ଦୁଃଖ କୁ ଭଲି ଖୁସିରେ ରହି ପାରିବେ,  ଆପଣଙ୍କ ଚାରି ପାଖେ ଥିବା ପ୍ରତ୍ୟେକ ଜିନଷ ପ୍ରତି କୃତଜ୍ଞ ହେବା ଦ୍ଵାରା କିପରି ଆପଣ ପୂର୍ବଠୁ ଅଧିକ ଖୁସି ହୋଇ ପାରୁଛନ୍ତି ତାହା ଜାଣିବାକୁ ପାଇବେ ତ ଚାଲନ୍ତୁ ଆଉ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତ୍ୟକ  ଶବ୍ଦକୁ  ପଢିବା  ଆଉ  ହୃଦୟଙ୍ଗମ କରିବା... ଜାଣିଛନ୍ତି ଗୋଟିଏ ପିଲା ଯେତେବେଳେ ଛୋଟ  ଥାଏନା ତା ମନ ଭିତରେ ସବୁବେଳେ ଜୀବନରେ କିଛି ନା କିଛି ବଡ କରିବାର ଚେଷ୍ଟା ଉଙ୍କି ମାରୁଥାଏ... ହେଲେ ଯେତେବେଳେ ସେ ଆସ୍ତେ ଆସ୍ତେ ବଡ ହୁଏ ସେଇ ସ୍ଵପ୍ନକୁ ଭୁଲିବାକୁ ଲାଗେ... ସେଥିରେ କିଛି ଲୋକ ନିଜ ସ୍ଵପ୍ନରେ ଅଟଳ ରହି ସ୍ଵପ୍ନକୁ ହାସଲ କରନ୍ତି ତ କିଛି ଲୋକ ଅଭାବ ଅସୁବିଧା, ଖରାପ ପରିସ୍ଥିତିର ଆଢୁଆଳରେ ଆସି ନିଜ ସ୍ଵପ୍ନକୁ ମନରେ ମାରି ଦିଅନ୍ତି ଆଉ  ଆଖିରୁ ଲୁହ ଝରାନ୍ତି... ତ କିଛି ଲୋକ ଚେଷ୍ଟା କରୁ କରୁ ନିଜ ସ୍ଵପ୍ନକୁ ଭୁଲି ଯାଆନ୍ତି.. ଜାଣିଛନ୍ତି ପ୍ରତ୍ୟକ ମଣିଷ ତା ଜିବନରେ ସବୁବେଳେ ଚାହୁଁ ଥାଏ କି ସେ ଚାହୁଁଥିବା ତାର ସ୍ଵପ୍ନ ସାକାର ହେଉ, ପାଖରେ ଟଙ୍କା ପଇସାର କିଛି ଅଭାବ ନ ରହୁ, ଦୁଃଖ ସୁଖ ରେ ସାଥ ଦେବା ପାଇଁ ଗୋଟେ ଭ...

ପ୍ରକୃତି vs ଡିଜିଟାଲ ଦୁନିଆ

  ପ୍ରକୃତି vs ଡିଜିଟାଲ ଦୁନିଆ ଆଞା ନମସ୍କାର୍... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ଆଜି ଗୋଟିଏ ବଢିଆ ଶୀର୍ଷକ ଉପରେ ଆମେ ଆଲୋଚନା କରିବାକୁ ଯାଉଛୁ ଯେଉଁଥିରେ ଆପଣ ଜାଣିବାକୁ ପାଇବେ କେମିତି ମଣିଷ ଦିନ କୁ ଦିନ ତାର ମାନସିକ ଶାନ୍ତି ହରେଇ ବସୁଛି, ଆଉ ସବୁ କିଛି ଥାଇବି କିପରି ମଣିଷ ହସିବା ଭୁଲି ଯାଉଛି, ଏଇ facebook, whatsup, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାରେ ବି ଏମିତି କଣ ଦୁନିଆ ଅଛି ଯାହା କେବଳ ଆପଣଙ୍କ ମନକୁ ଶାନ୍ତ ସ୍ଥିର ନୁହଁ ହୃଦୟକୁ ବି ଖୁସିରେ ଭରିଦେବ ତାହା ଆଜି ଜାଣିବାକୁ ପାଇବେ ତେଣୁ ଆଜିର ଶୀର୍ଷକଟି ହେଉଛି ପ୍ରକୃତି vs ଡିଜିଟାଲ ଦୁନିଆ .. ତ ଚାଲନ୍ତୁ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତି ଟି ଶବ୍ଦକୁ ପଢିବା ଆଉ ଉପଭୋଗ କରିବା... ଜାଣିଛନ୍ତି ମଣିଷ ସକାଳ ହେଲା ଠୁ ସୂର୍ଯ୍ୟ ନଇଁବା ପର୍ଯ୍ୟନ୍ତ ଡିଜିଟାଲ ଦୁନିଆରେ ଏତେ ବ୍ୟସ୍ତ ହୋଇ ଯାଇଛି କି ନିଜ ପାଖରେ ବସିଥିବା ଲୋକଙ୍କ ସହ ହସ ଖୁସିରେ ଦୁଇ ପଦ କଥା ହେବାକୁ ଭୁଲି ଯାଉଛି  ଆଜିର ମଣିଷ ହୁଏତ ବହୁତ ଆଗକୁ ଉନ୍ନତି କରୁଛି ହେଲେ ସେତିକି ଅଧିକ୍ ନିଜର ମାନସିକ ଶାନ୍ତି ହରେଇ ବସୁଛି... ଏଥିପାଇଁ  କେବଳ ଡିଜିଟାଲ ଦୁନିଆ ଯେ ଦାୟୀ ସେ କଥା ମୁଁ କହୁ ନାହିଁ.. ବାସ ଆପଣ ଗୋଟିଏ କଥା ଜାଣି ରଖନ୍ତୁ ଯେ.. ଏଇ facebook, WhatsApp, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାର ପ୍ରକୃତିରେ ଏମିତି ବହୁତ୍ ...