Skip to main content

ଜୀବନଦୀପ ଲିଭିବା ପୂର୍ବରୁ

 ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ ପ୍ରଧାନ... ଏଇ କବିତା ମୁଁ ମୋ ଜିବନରେ ସାମ୍ନା କରିଥିବା ଅସୁବିଧା, ସାଙ୍ଗ ମାନଙ୍କ ଭଲ ପାଇବା ଆଉ ସମୟ ଆଢୁଆଳରେ ଦୁରେଇ ଯିବା ତଥା ସମ୍ପର୍କକୁ ନେଇ ସମାଜ ରେ ହେଉଥିବା କାର୍ଯ୍ୟକଳାପ ରୁ ଯେଉଁ ଅଭିଜ୍ଞତା ମିଳିଛି ସେଥିରୁ କିଛି ଶବ୍ଦ ତଥା ଭାବନା ନେଇ ଲେଖୁ ଲେଖୁ ଲେଖି ଦେଇଚି ଗୋଟେ ହୃଦୟ ସ୍ପର୍ଶୀ କବିତା.. କବିତାର ଶୀର୍ଷକ ହେଉଛି..

'' ଜୀବନ ଦୀପ ''

ଜୀବନ ବାଟର କଣ୍ଟକିତ ରାସ୍ତାରେ

                ପଥିକ ହୋଇ ଚାଲୁଛି ମୁଁ ପ୍ରଭୁ...

ପୂର୍ବ ଜନ୍ମେ କି ଦୋଷ କରିଥିଲି.. 

                  ମୋ ସାଥେ କାହିଁ ଏମିତି ହେଉଛି ସବୁ..

ଆପଣାର ଆପଣାର ଯାହାକୁ ମୁଁ ମନେ କରେ.. 

      ବିଶ୍ବାସ ତୁଟାଇ ହାତ ଛାଡେ ସେ ଅଧା ବାଟରେ.. 

ବୁଝିହୁଏ ନାହିଁ ଏଠି କିଏ ପର କିଏ ଆପଣାର.. 

       ସ୍ୱାର୍ଥ ପାଇଁ ଏଠି ନିଜ ରକ୍ତ ବି ହୁଏ ନିଜଠୁ ପର.. 

ପ୍ରେମର ଏଠି ମୂଲ୍ୟ କିଛି ନାହିଁ

                              ଦିଅନ୍ତି ମୂଲ୍ୟ ସ୍ୱାର୍ଥକୁ.. 

ସ୍ୱାର୍ଥରେ ପଡି ଏଠି ମଣିଷ ଚିହ୍ନେ ନାହିଁ ମଣିଷକୁ... 

ଅନ୍ୟକୁ ତଳକୁ ପକାଇ ନିଜେ ଆଗେବାକୁ

                       କରୁଥାଏ ଚେଷ୍ଟା ପ୍ରତି ମୁହୂର୍ତ୍ତରେ... 

ଏକଥା ଆଜି ବି ନୁହଁ ଯୁଗ ଯୁଗ

              ଧରି ପ୍ରମାଣ ଅଛି ଇତିହାସ ପୃଷ୍ଠାରେ... 

ବୁଝୁ ନାହିଁ ମଣିଷ ଏଠି 

                   ଦୟା ପ୍ରେମ କ୍ଷମାର ଅର୍ଥ କଣ... 

ଧର୍ମକୁ ଭୁଲି ଏଠି ମଣିଷ 

                       କରୁଛି ଅନ୍ୟକୁ ଶୋଷଣ... 

ଭୁଲ ହୋଇଗଲା ବୋଧେ

               ପ୍ରଭୁଙ୍କର ସୃଷ୍ଠି କରି ମଣିଷ ଜନମ.. 

ମଣିଷ ପାଇଁ ଆଜି ତୁଟି ଗଲା 

        ପ୍ରଭୁଙ୍କର ସେଇ ଶାନ୍ତି ପ୍ରୀତି, ମୈତ୍ରୀର ଧରାଧାମ... 

ଆଜି ବି ସମୟ ଅଛି ଗଢ 

                          ସେ ଧାରା ଧାମକୁ..

 ମଣିଷ ଜୀବନ ସାର୍ଥକ କର

                       କରି ସାହାଯ୍ଯ ଅନ୍ୟକୁ... 

କିଏ ବା ଜାଣିଛି କିଏ କେତେ ଦିନ ବଞ୍ଚିବ..

ତେଣୁ ଜୀବନ ଦୀପ ଲିଭିବା ପୂର୍ବରୁ 

                            କର ପ୍ରଭୁଙ୍କ ସହ ଭାବ... 

ଭୁଲି ଯାଅ ସବୁ ରାଗ କ୍ରୋଧ, ଅହଙ୍କାର,

          ଟଙ୍କା ନୁହଁ କର ପ୍ରେମ ସଞ୍ଚୟ, 

                   ଘର ସୁନ୍ଦର ନୁହଁ କର ହୃଦୟ ସୁନ୍ଦର.. 

ମିଳି ମିଶି ଏକାଠି ଆଗେଇ ଚାଲ.. 

                 ଦୁଃଖ ସୁଖରେ ଅନ୍ୟର ସାଥୀ ହୁଅ.. 

ଅନ୍ୟ ରାସ୍ତାରେ କଣ୍ଟା ନୁହଁ ଫୁଲ ଫୁଟାଅ.. 

      ହାତରେ ହାତ ମିଶାଇ 

                           କର ପରକୁ ଆପଣାର.. 

ଦୁଃଖ ନୁହଁ ହୁଅ ସୁଖର କାରଣ... 

                      କାନ୍ଦ ନୁହଁ ହୁଅ ହସର କାରଣ... 

ହସ ଖୁସିରେ ଭରି ଦିଅ

                      ଅନ୍ୟର ଜୀବନ, 

   ଜୀବନ ସଳିତା ଲିଭିବା ପୂର୍ବରୁ 

               ପ୍ରେମରେ କିଣି ନିଅ ସମସ୍ତଙ୍କ ମନ

Comments

Popular posts from this blog

ବାପା ଥିଲ ତମେ କେତେ ଆପଣାର

  ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ମୋ ବିଷୟରେ କହିବାକୁ ଗଲେ ମୁଁ ପେସା ରେ ଜଣେ nursing officer... ମୁଁ ମୋ free time ରେ କେବେ କିଛି କବିତା ଲେଖେ ତ କେବେ meditation କରେ ତ କେବେ କିଛି ସମୟ ପାଇଁ workout କରେ... ତ କେବେ କୁଆଡେ ଭଲ ଜାଗା କୁ ବୁଲିବାକୁ ଯାଏ... Life ମୋର ବହୁତ୍ beautiful ଥିଲା ଯେଉଁଠି ଗୋଟେ ସୁନ୍ଦର, ଗୋଟେ ଭଲ life style ଆଉ life ରେ settle ଥିଲି ... କଣ କରିବା ଭଗବାନଙ୍କର ଆମ ଖୁସି ଉପରେ ଲୋଭ ହୋଇଗଲା ଆଉ ଏମିତି ଏକ ସମୟ ଆସିଲା ଯେଉଁଠି ସବୁ କିଛି ଥିଲା ସତ କିନ୍ତୁ ମୁଁ ମୋ ବାପାଙ୍କୁ ହରେଇ ବସିଲି... ଗତ 31 ତାରିଖ ମେ ମାସ ସୋମବାର ବୋଧ ହୁଏ ମୋ life ରେ ସବୁଠୁ ଖରାପ ଦିନ ଥିଲା... କଣ ବି ଆଉ କରିବା.. ଆଖିରୁ ଲୁହ ଝରେବା ଆଉ ନୀତି ମୁରୁକି ମୁରୁକି ହୋଇ କାନ୍ଦିବା ଛଡା ମୋ ପାଖରେ ଆଉ କିଛି ଉପାୟ ନାହିଁ କାରଣ ଏ ଲୁହ ହେଉଛି ଏକ ମାତ୍ର ଉପାୟ ବାପାଙ୍କର ଉପସ୍ଥିତିକୁ ଅନୁଭବ କରିବାକୁ.... ଆଉ ଏମିତି ସେଦିନ ବସୁ ବସୁ କେଜାଣି କାହିଁକି ମନକୁ କିଛି ଚାଲି ଆସିଲା ଆଉ ଲେଖୁ ଲେଖୁ ଲେଖି ଦେଲି କିଛି କାଗଜ ଉପରେ ଯାହା ମୋ ବାପାଙ୍କ ଉପରେ ଆଧାରିତ.... ଶିର୍ଷକ ଟି ହେଉଛି '' ବାପା ଥିଲ ତମେ କେତେ ଅପଣାର ''  ବାପା ତମେ ଥିଲ କେତେ ଆପଣାର....                       ହସ ଦେଇ ଲୁହକୁ କରିଲ ...

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ

କିଛି ସ୍ଵପ୍ନ ଲୁହ ହୋଇ ଝରି ଯାଇଥାଏ ଆଞା, ନମସ୍କାର... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ.. ଆଜିର ଶୀର୍ଷକ ଟି ହେଉଛି କିଛି ସ୍ୱପ୍ନ ଲୁହ ହୋଇ ଝରି ଯାଇଥାଏ .. ଯେଉଁଥିରେ ଆପଣ କିପରି ଜିବନରେ କିଛି ଦୁଃଖ କୁ ଭଲି ଖୁସିରେ ରହି ପାରିବେ,  ଆପଣଙ୍କ ଚାରି ପାଖେ ଥିବା ପ୍ରତ୍ୟେକ ଜିନଷ ପ୍ରତି କୃତଜ୍ଞ ହେବା ଦ୍ଵାରା କିପରି ଆପଣ ପୂର୍ବଠୁ ଅଧିକ ଖୁସି ହୋଇ ପାରୁଛନ୍ତି ତାହା ଜାଣିବାକୁ ପାଇବେ ତ ଚାଲନ୍ତୁ ଆଉ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତ୍ୟକ  ଶବ୍ଦକୁ  ପଢିବା  ଆଉ  ହୃଦୟଙ୍ଗମ କରିବା... ଜାଣିଛନ୍ତି ଗୋଟିଏ ପିଲା ଯେତେବେଳେ ଛୋଟ  ଥାଏନା ତା ମନ ଭିତରେ ସବୁବେଳେ ଜୀବନରେ କିଛି ନା କିଛି ବଡ କରିବାର ଚେଷ୍ଟା ଉଙ୍କି ମାରୁଥାଏ... ହେଲେ ଯେତେବେଳେ ସେ ଆସ୍ତେ ଆସ୍ତେ ବଡ ହୁଏ ସେଇ ସ୍ଵପ୍ନକୁ ଭୁଲିବାକୁ ଲାଗେ... ସେଥିରେ କିଛି ଲୋକ ନିଜ ସ୍ଵପ୍ନରେ ଅଟଳ ରହି ସ୍ଵପ୍ନକୁ ହାସଲ କରନ୍ତି ତ କିଛି ଲୋକ ଅଭାବ ଅସୁବିଧା, ଖରାପ ପରିସ୍ଥିତିର ଆଢୁଆଳରେ ଆସି ନିଜ ସ୍ଵପ୍ନକୁ ମନରେ ମାରି ଦିଅନ୍ତି ଆଉ  ଆଖିରୁ ଲୁହ ଝରାନ୍ତି... ତ କିଛି ଲୋକ ଚେଷ୍ଟା କରୁ କରୁ ନିଜ ସ୍ଵପ୍ନକୁ ଭୁଲି ଯାଆନ୍ତି.. ଜାଣିଛନ୍ତି ପ୍ରତ୍ୟକ ମଣିଷ ତା ଜିବନରେ ସବୁବେଳେ ଚାହୁଁ ଥାଏ କି ସେ ଚାହୁଁଥିବା ତାର ସ୍ଵପ୍ନ ସାକାର ହେଉ, ପାଖରେ ଟଙ୍କା ପଇସାର କିଛି ଅଭାବ ନ ରହୁ, ଦୁଃଖ ସୁଖ ରେ ସାଥ ଦେବା ପାଇଁ ଗୋଟେ ଭ...

ପ୍ରକୃତି vs ଡିଜିଟାଲ ଦୁନିଆ

  ପ୍ରକୃତି vs ଡିଜିଟାଲ ଦୁନିଆ ଆଞା ନମସ୍କାର୍... ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ... ଆଜି ଗୋଟିଏ ବଢିଆ ଶୀର୍ଷକ ଉପରେ ଆମେ ଆଲୋଚନା କରିବାକୁ ଯାଉଛୁ ଯେଉଁଥିରେ ଆପଣ ଜାଣିବାକୁ ପାଇବେ କେମିତି ମଣିଷ ଦିନ କୁ ଦିନ ତାର ମାନସିକ ଶାନ୍ତି ହରେଇ ବସୁଛି, ଆଉ ସବୁ କିଛି ଥାଇବି କିପରି ମଣିଷ ହସିବା ଭୁଲି ଯାଉଛି, ଏଇ facebook, whatsup, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାରେ ବି ଏମିତି କଣ ଦୁନିଆ ଅଛି ଯାହା କେବଳ ଆପଣଙ୍କ ମନକୁ ଶାନ୍ତ ସ୍ଥିର ନୁହଁ ହୃଦୟକୁ ବି ଖୁସିରେ ଭରିଦେବ ତାହା ଆଜି ଜାଣିବାକୁ ପାଇବେ ତେଣୁ ଆଜିର ଶୀର୍ଷକଟି ହେଉଛି ପ୍ରକୃତି vs ଡିଜିଟାଲ ଦୁନିଆ .. ତ ଚାଲନ୍ତୁ ଡେରି ନ କରି ତଳେ ଲେଖା ଯାଇଥିବା ପ୍ରତି ଟି ଶବ୍ଦକୁ ପଢିବା ଆଉ ଉପଭୋଗ କରିବା... ଜାଣିଛନ୍ତି ମଣିଷ ସକାଳ ହେଲା ଠୁ ସୂର୍ଯ୍ୟ ନଇଁବା ପର୍ଯ୍ୟନ୍ତ ଡିଜିଟାଲ ଦୁନିଆରେ ଏତେ ବ୍ୟସ୍ତ ହୋଇ ଯାଇଛି କି ନିଜ ପାଖରେ ବସିଥିବା ଲୋକଙ୍କ ସହ ହସ ଖୁସିରେ ଦୁଇ ପଦ କଥା ହେବାକୁ ଭୁଲି ଯାଉଛି  ଆଜିର ମଣିଷ ହୁଏତ ବହୁତ ଆଗକୁ ଉନ୍ନତି କରୁଛି ହେଲେ ସେତିକି ଅଧିକ୍ ନିଜର ମାନସିକ ଶାନ୍ତି ହରେଇ ବସୁଛି... ଏଥିପାଇଁ  କେବଳ ଡିଜିଟାଲ ଦୁନିଆ ଯେ ଦାୟୀ ସେ କଥା ମୁଁ କହୁ ନାହିଁ.. ବାସ ଆପଣ ଗୋଟିଏ କଥା ଜାଣି ରଖନ୍ତୁ ଯେ.. ଏଇ facebook, WhatsApp, YouTube ଆଦି ଡିଜିଟାଲ ଦୁନିଆକୁ ଛାଡି ବାହାର ପ୍ରକୃତିରେ ଏମିତି ବହୁତ୍ ...