ମୁଁ ହେଉଛି ଆପଣଙ୍କର ପ୍ରିୟ ପ୍ରଦୀପ ପ୍ରଧାନ... ଏଇ କବିତା ମୁଁ ମୋ ଜିବନରେ ସାମ୍ନା କରିଥିବା ଅସୁବିଧା, ସାଙ୍ଗ ମାନଙ୍କ ଭଲ ପାଇବା ଆଉ ସମୟ ଆଢୁଆଳରେ ଦୁରେଇ ଯିବା ତଥା ସମ୍ପର୍କକୁ ନେଇ ସମାଜ ରେ ହେଉଥିବା କାର୍ଯ୍ୟକଳାପ ରୁ ଯେଉଁ ଅଭିଜ୍ଞତା ମିଳିଛି ସେଥିରୁ କିଛି ଶବ୍ଦ ତଥା ଭାବନା ନେଇ ଲେଖୁ ଲେଖୁ ଲେଖି ଦେଇଚି ଗୋଟେ ହୃଦୟ ସ୍ପର୍ଶୀ କବିତା.. କବିତାର ଶୀର୍ଷକ ହେଉଛି..
'' ଜୀବନ ଦୀପ ''
ଜୀବନ ବାଟର କଣ୍ଟକିତ ରାସ୍ତାରେ
ପଥିକ ହୋଇ ଚାଲୁଛି ମୁଁ ପ୍ରଭୁ...
ପୂର୍ବ ଜନ୍ମେ କି ଦୋଷ କରିଥିଲି..
ମୋ ସାଥେ କାହିଁ ଏମିତି ହେଉଛି ସବୁ..
ଆପଣାର ଆପଣାର ଯାହାକୁ ମୁଁ ମନେ କରେ..
ବିଶ୍ବାସ ତୁଟାଇ ହାତ ଛାଡେ ସେ ଅଧା ବାଟରେ..
ବୁଝିହୁଏ ନାହିଁ ଏଠି କିଏ ପର କିଏ ଆପଣାର..
ସ୍ୱାର୍ଥ ପାଇଁ ଏଠି ନିଜ ରକ୍ତ ବି ହୁଏ ନିଜଠୁ ପର..
ପ୍ରେମର ଏଠି ମୂଲ୍ୟ କିଛି ନାହିଁ
ଦିଅନ୍ତି ମୂଲ୍ୟ ସ୍ୱାର୍ଥକୁ..
ସ୍ୱାର୍ଥରେ ପଡି ଏଠି ମଣିଷ ଚିହ୍ନେ ନାହିଁ ମଣିଷକୁ...
ଅନ୍ୟକୁ ତଳକୁ ପକାଇ ନିଜେ ଆଗେବାକୁ
କରୁଥାଏ ଚେଷ୍ଟା ପ୍ରତି ମୁହୂର୍ତ୍ତରେ...
ଏକଥା ଆଜି ବି ନୁହଁ ଯୁଗ ଯୁଗ
ଧରି ପ୍ରମାଣ ଅଛି ଇତିହାସ ପୃଷ୍ଠାରେ...
ବୁଝୁ ନାହିଁ ମଣିଷ ଏଠି
ଦୟା ପ୍ରେମ କ୍ଷମାର ଅର୍ଥ କଣ...
ଧର୍ମକୁ ଭୁଲି ଏଠି ମଣିଷ
କରୁଛି ଅନ୍ୟକୁ ଶୋଷଣ...
ଭୁଲ ହୋଇଗଲା ବୋଧେ
ପ୍ରଭୁଙ୍କର ସୃଷ୍ଠି କରି ମଣିଷ ଜନମ..
ମଣିଷ ପାଇଁ ଆଜି ତୁଟି ଗଲା
ପ୍ରଭୁଙ୍କର ସେଇ ଶାନ୍ତି ପ୍ରୀତି, ମୈତ୍ରୀର ଧରାଧାମ...
ଆଜି ବି ସମୟ ଅଛି ଗଢ
ସେ ଧାରା ଧାମକୁ..
ମଣିଷ ଜୀବନ ସାର୍ଥକ କର
କରି ସାହାଯ୍ଯ ଅନ୍ୟକୁ...
କିଏ ବା ଜାଣିଛି କିଏ କେତେ ଦିନ ବଞ୍ଚିବ..
ତେଣୁ ଜୀବନ ଦୀପ ଲିଭିବା ପୂର୍ବରୁ
କର ପ୍ରଭୁଙ୍କ ସହ ଭାବ...
ଭୁଲି ଯାଅ ସବୁ ରାଗ କ୍ରୋଧ, ଅହଙ୍କାର,
ଟଙ୍କା ନୁହଁ କର ପ୍ରେମ ସଞ୍ଚୟ,
ଘର ସୁନ୍ଦର ନୁହଁ କର ହୃଦୟ ସୁନ୍ଦର..
ମିଳି ମିଶି ଏକାଠି ଆଗେଇ ଚାଲ..
ଦୁଃଖ ସୁଖରେ ଅନ୍ୟର ସାଥୀ ହୁଅ..
ଅନ୍ୟ ରାସ୍ତାରେ କଣ୍ଟା ନୁହଁ ଫୁଲ ଫୁଟାଅ..
ହାତରେ ହାତ ମିଶାଇ
କର ପରକୁ ଆପଣାର..
ଦୁଃଖ ନୁହଁ ହୁଅ ସୁଖର କାରଣ...
କାନ୍ଦ ନୁହଁ ହୁଅ ହସର କାରଣ...
ହସ ଖୁସିରେ ଭରି ଦିଅ
ଅନ୍ୟର ଜୀବନ,
ଜୀବନ ସଳିତା ଲିଭିବା ପୂର୍ବରୁ
ପ୍ରେମରେ କିଣି ନିଅ ସମସ୍ତଙ୍କ ମନ
Comments
Post a Comment